
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଲାଉ ସହ ବୁଟ ଡାଲିକୁ ନେଇ ସ୍ୱଳ୍ପ ଖର୍ଚ୍ଚରେ ଏବଂ ସହଜରେ ଏକ ସ୍ୱାଦିଷ୍ଟ ତରକାରୀ ଆପଣ ଘରେ ପ୍ରସ୍ତୁତ କରିପାରିବେ। ଆସନ୍ତୁ ଜାଣିବା, ଏହାର ପ୍ରସ୍ତୁତି ଶୈଳୀ।
ଆବଶ୍ୟକ ସାମଗ୍ରୀ: ଲାଉ,ବୁଟ ଡାଲି, ହଳଦୀ, ଲୁଣ, ଟମାଟୋ, ଘିଅ କିମ୍ବା ତେଲ, ହେଙ୍ଗୁ, ତେଜପତ୍ର, ଜିରା, ଡାଲଚିନି, ଅଳେଇଚ ଓ ଲବଙ୍ଗ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବୁଟ ଡାଲିରେ ଟମାଟୋ ପକାଇ ଏହାକୁ ସିଝାଇ ଦିଅନ୍ତୁ। ପରେ ଲାଉକୁ ଛୋଟ ଛୋଟ କରି କାଟି ସେଥିରେ ପକାନ୍ତୁ ଏବଂ ସିଝାଇ ଦିଅନ୍ତୁ। ଏବେ କଡ଼େଇରେ ତେଲ ଗରମ କରି ସେଥିରେ ହେଙ୍ଗୁ, ତେଜପତ୍ର, ଜିରା,ଡାଲଚିନି, ଅଳେଇଚ ଗୁଣ୍ଡ ଏବଂ ଲବଙ୍ଗକୁ ପକାଇ ଭଲରେ ଭାଜନ୍ତୁ। ଟିକେ ବାସ୍ନା ଆସିଗଲେ ଏଥିରେ ଲାଉ ଏବଂ ବୁଟ ଡାଲି ସିଝା ମିଶ୍ରଣକୁ ଢାଳି ଦିଅନ୍ତୁ। ଏହା ଫୁଟି ଆସିବା ପରେ ଏହାକୁ ସିମ୍ରେ ୨ମିନିଟ ଯାଏ ରଖି ଓହ୍ଲାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ‘ଲାଉ ଚଣା’। ଏହାକୁ ରୁଟି ବା ଭତ ସହ ପରଷନ୍ତୁ।
from Odisha Reporter http://bit.ly/2Qyk0YW
No comments:
Post a Comment