
ଚେନ୍ନାଇ: ମେଣ୍ଟ ପାଇଁ ବିଜେପିର ଦ୍ୱାର ଉନ୍ମୁକ୍ତ ରହିଛି ଏବଂ ପୁରୁଣା ବନ୍ଧୁମାନଙ୍କ ସହିତ ବିଜେପି ସୁସମ୍ପର୍କ ରଖିଆସିଛି ବୋଲି ମନ୍ତବ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଗାମୀ ଲୋକସଭା ନିର୍ବାଚନରେ ତାମିଲନାଡ଼ୁରେ ଏନ୍ଡିଏର ସ୍ଥିତିକୁ ମଜଭୁତ କରିବା ପାଇଁ ସେ ଏଭଳି ସନ୍ଦେଶ ଦେଇଥିବା ଚର୍ଚ୍ଚା ଜୋର ଧରିଛି।
ତାମିଲନାଡ଼ୁରେ ବିଜେପିର ବୁଥ୍ସ୍ତରୀୟ କର୍ମୀଙ୍କୁ ଉଦ୍ବୋଧନ କରିବା ଅବସରରେ ସେ କହିଛନ୍ତି ୧୯୯୦ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପି ପ୍ରତିଷ୍ଠାତା ଅଟଳ ବିହାରୀ ବାଜପେୟୀ ସଫଳ ମେଣ୍ଟ ରାଜନୀତିର ଉଦାହରଣ ସୃଷ୍ଟି କରିଥିଲେ। ଦଳର ଜଣେ କର୍ମୀ ଏଆଇଡିଏମ୍କେ, ଡିଏମ୍କେ କିମ୍ବା ରଜନୀକାନ୍ତଙ୍କ ଦଳ ସହିତ ମେଣ୍ଟ କରିବେ କି ବୋଲି ଜଣେ କର୍ମୀ ପ୍ରଶ୍ନ କରିବାରୁ ସେ ଦଳର ମେଣ୍ଟ ଆଭିମୁଖ୍ୟ ବାବଦରେ କହିଥିଲେ।
ସେ ଆହୁରି ମଧ୍ୟ କହିଥିଲେ, “୨୦ ବର୍ଷ ତଳେ, ଦୂରଦ୍ରଷ୍ଟା ନେତା ଅଟଳଜୀ ଭାରତୀୟ ରାଜନୀତିରେ ନୂଆ ସଂସ୍କୃତି ଆରମ୍ଭ କରିଥିଲେ। ସେ ଆଞ୍ଚଳିକ ଦଳମାନଙ୍କର ଇଚ୍ଛାଶକ୍ତିକୁ ସବୁବେଳେ ଗୁରୁତ୍ୱ ଦେଇଥିଲେ। ବିଜେପି ଅଟଳଙ୍କ ଆଦର୍ଶକୁ ଅନୁସରଣ କରିଆସିଛି।”
from Odisha Reporter http://bit.ly/2ACqvVy
No comments:
Post a Comment