ଏହି ୬ କ୍ରିକେଟର ବଦଳାଇ ଦେଲେ ଇତିହାସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 7, 2019

ଏହି ୬ କ୍ରିକେଟର ବଦଳାଇ ଦେଲେ ଇତିହାସ

ସିଡ୍‌ନୀ: ଦୀର୍ଘ ୭୨ ବର୍ଷ ପରେ ପ୍ରଥମଥର ଅଷ୍ଟ୍ରେଲିଆ ମାଟିରେ କଙ୍ଗାରୁ ଦଳକୁ ମାତ୍ ଦେଇ ଟିମ୍‌ ଇଣ୍ଡିଆ ଇତିହାସ ରଚିଛି। ୧୯୪୭-୪୮ରୁ ଅଷ୍ଟ୍ରେଲିଆରେ ଭାରତ ଏକାଧିକ ଟେଷ୍ଟ ସିରିଜ୍‌ ଖେଳିଥିଲେ ହେଁ ଆଜି ଯାଏ କୌଣସିଟି ଜିତି ପାରି ନଥିଲା। କିନ୍ତୁ ବିରାଟ୍‌ କୋହଲିଙ୍କ ଟିମ୍‌ ଇଣ୍ଡିଆ ଏହି କୀର୍ତ୍ତିମାନ ହାସଲ କରିବାରେ ସକ୍ଷମ ହୋଇଛି। ଭାରତ ୪ଟିକିଆ ଟେଷ୍ଟ ସିରିଜ୍‌କୁ ୨-୧ରେ ଜିତି ନେଇଛି। ୧୯୪୭-୪୮ରୁ ଭାରତ ୧୧ ଥର ଅଷ୍ଟ୍ରେଲିଆ ଯାଇ ଟେଷ୍ଟ୍‌ ସିରିଜ୍‌ ଖେଳିଥିଲା। କିନ୍ତୁ ୧୨ତମ ଗସ୍ତରେ ହିଁ ଦଳକୁ ସଫଳତା ମିଳିଛି।

ତେବେ ଏହି ସିରିଜ୍‌ ଜିତି ଇତିହାସ ସୃଷ୍ଟି କରିଥିବା ଟିମ୍‌ ଇଣ୍ଡିଆର ୬ ଜଣ ଖେଳାଳିଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିଲା।

୧: ଚେତେଶ୍ୱର ପୂଜାରା: ସିରିଜ୍‌ରେ ସବୁଠାରୁ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କ ମଧ୍ୟରେ ପ୍ରମୁଖ ହେଉଛନ୍ତି ଟିମ୍‌ ଇଣ୍ଡିଆର ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା। ପୂଜାରା ଉଭୟ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଓ ସିରିଜ୍‌ ସମ୍ମାନ ହାସଲ କରିଛନ୍ତି। ୪ଟି ମ୍ୟାଚ୍‌ରେ ସେ ୩ଟି ଶତକ ସ୍କୋର କରିଛନ୍ତି। ପୂଜାରା ଟେଷ୍ଟ ମ୍ୟାଚ୍‌ ଫର୍ମାଟ କ’ଣ, ସେକଥା ନିଜ ବ୍ୟାଟିଂରେ ସମସ୍ତଙ୍କୁ ଜଣାଇ ଦେଇଛନ୍ତି। ସୁନୀଲ ଗାଭାସ୍କରଙ୍କଠାରୁ ଆରମ୍ଭ କରି ସଚିନ୍‌ ତେନ୍ଦୁଲକରଙ୍କ ଯାଏ ସମସ୍ତେ ପୂଜାରାଙ୍କୁ ପ୍ରଶଂସା କରିଛନ୍ତି। ପୂଜାରା ଏହି ସିରିଜ୍‌ରେ ୭୪.୪୨ ହାରରେ ୫୨୧ ରନ୍‌ କରିଛନ୍ତି। ଅଷ୍ଟ୍ରେଲିଆରେ ଗୋଟିଏ ଟେଷ୍ଟ ସିରିଜ୍‌ରେ ୫୦୦ରୁ ଅଧିକ ରନ୍‌ କରିବାରେ ପୂଜାରା ତୃତୀୟ ଭାରତୀୟ ବ୍ୟାଟସ୍‌ମ୍ୟାନ ହୋଇଛନ୍ତି। ପୂର୍ବରୁ ବିରାଟ୍‌ କୋହଲି ୨୦୧୪-୧୫ରେ ୬୯୨ ଓ ରାହୁଲ ଡ୍ରାଭିଡ୍‌ ୫୦୦ରୁ ଅଧିକ ରନ୍‌ ହାସଲ କରିଥିଲେ। ଏହି ସରିଜ୍‌ରେ ପୂଜାରାଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର ହେଉଛି ୧୯୩।

୨: ଯଶପ୍ରୀତ ବୁମ୍ରା: ୨୦୧୮ ଜାନୁଆରୀ ମାସରେ ଯଶପ୍ରୀତ ବୁମ୍ରା ଭାରତ ପାଇଁ ଟେଷ୍ଟ ଡେବ୍ୟୁ କରିଥିଲେ। ଏହାପରେ ସେ ପ୍ରତିଟି ମ୍ୟାଚ୍‌ରେ ନିଜର ଦବଦବା ଦେଖାଇ ଚାଲିଛନ୍ତି। ଅଷ୍ଟ୍ରେଲିଆ ମାଟିରେ ବୁମ୍ରା ଲଗାତାର ୧୪୦ କିମିରୁ ଉର୍ଦ୍ଧ୍ବ ବେଗରେ ବୋଲିଂ କରିଥିଲେ। ତାଙ୍କର ଅନନ୍ୟ ବୋଲିଂ ଶୈଳୀ ଅଷ୍ଟ୍ରେଲିଆ ବ୍ୟାଟିଂକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଥିଲା। ସେ ୪ଟି ମ୍ୟାଚ୍‌ରେ ୨୧ଟି ୱିକେଟ୍‌ ନେଇ ଭାରତର ବୋଲିଂ ବାହିନୀର ନେତୃତ୍ୱ ନେଇଥିଲେ।

୩: ରିଷଭ ପନ୍ତ: ଅଷ୍ଟ୍ରେଲିଆରେ ଭାରତ ପକ୍ଷରୁ ଦମଦାର ବ୍ୟାଟିଂ କରିଥିବା ୱିକେଟ୍‌ କିପର ବ୍ୟାଟସ୍‌ମ୍ୟାନ୍‌ ରିଷଭ ପନ୍ତଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ୪ର୍ଥ ଟେଷ୍ଟ୍‌ରେ ସେ ଅଷ୍ଟ୍ରେଲିଆରେ ପ୍ରଥମ ଭାରତୀୟ ୱିକେଟ୍‌ କିପର ଭାବେ ଶତକ ହାସଲ କରିବାର ରେକର୍ଡ କରିଛନ୍ତି। ଏହା ପନ୍ତଙ୍କ ଦ୍ୱିତୀୟ ଟେଷ୍ଟ ଶତକ ଥିଲା। ଏହି ସିରିଜ୍‌ରେ ଭାରତ ପକ୍ଷରୁ ସର୍ବାଧିକ ରନ୍‌ ହାସଲକାରୀ ଖେଳାଳିଙ୍କ ମଧ୍ୟରେ ପନ୍ତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି କିପିଂରେ ମଧ୍ୟ ପନ୍ତ ନିଜର ଜଲୱା ଦେଖାଇଥିଲେ। ସେ ସମୁଦାୟ ୨୦ଟି କ୍ୟାଚ୍‌ ଧରିଥିଲେ। ପନ୍ତ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ୨୫ ଓ ୨୮ ରନ୍‌ କରିଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ୩୬ ଓ ୩୦ ରନ୍‌, ତୃତୀୟ ମ୍ୟାଚ୍‌ରେ ୩୯ ଓ ୩୩ ରନ୍‌ର ଇନିଂସ୍‌ ଖେଳିଥିଲେ। ସିଡ୍‌ନୀ ଟେଷ୍ଟ୍‌ର ପ୍ରଥମ ପାଳିରେ ପନ୍ତ ୧୫୯ ରନ୍‌ର ଅପରାଜିତ ଇନିଂସ୍‌ ଖେଳି ରେକର୍ଡ ସୃଷ୍ଟି କରିଥିଲେ।

୪: ବିରାଟ୍‌ କୋହଲି: ୪ଟି ମ୍ୟାଚ୍‌ରେ ବିରାଟ୍‌ ୨୮୨ ରନ୍‌ କରିଛନ୍ତି। ଏହି ସିରିଜ୍‌ର ଦ୍ୱିତୀୟ ଟେଷ୍ଟରେ ବିରାଟ ଶତକ ହାସଲ କରିଥିଲେ। ଏହା ଅଷ୍ଟ୍ରେଲିଆରେ ବିରାଟ୍‌ଙ୍କ ୬ଷ୍ଠ ଶତକ ଥିଲା। ଏପରି ଶତକ ମାରି ସେ ସଚିନ୍‌ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି। ଏହା ବ୍ୟତୀତ ବିରାଟ୍‌ଙ୍କ କ୍ୟାପ୍ଟେନଶିପ୍‌ ଯୋଗୁ ଭାରତ ଅଷ୍ଟ୍ରେଲିଆରେ ସିରିଜ୍‌ ଜିତିଛି।

୫: ମହମ୍ମଦ ଶାମି: ସିରିଜ୍‌ରେ ମହମ୍ମଦ ଶାମି ଭାରତକୁ ଦରକାର ସମୟରେ ୱିକେଟ୍‌ ଦଖଲ କରିଛନ୍ତି। ଏହି ସିରିଜ୍‌ର ୪ଟି ମ୍ୟାଚ୍‌ରେ ଶାମି ୧୬ଟି ୱିକେଟ୍‌ ଦଖଲ କରିଛନ୍ତି। ପ୍ରଥମ ଟେଷ୍ଟ୍‌ରେ ସେ ୫ଟି ୱିକେଟ୍‌ ନେଇ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ମ୍ୟାଚ୍‌କୁ ଭାରତ ୩୧ ରନ୍‌ରେ ଜିତିଥିଲା। ପର୍ଥରେ ମଧ୍ୟ ସେ ୫୬ ରନ୍‌ ଦେଇ ୬ଟି ୱିକେଟ୍‌ ନେଇଥିଲେ। ଏହା ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା।

୬: ଇଶାନ୍ତ ଶର୍ମା: ପ୍ରଥମ ୩ଟି ମ୍ୟାଚ୍‌ରେ ଇଶାନ୍ତ ଶର୍ମା ସମୁଦାୟ ୧୧ଟି ୱିକେଟ୍‌ ଦଖଲ କରିଥିଲେ। ଅଷ୍ଟ୍ରେଲିଆ ପିଚ୍‌ରେ ନିଜ ଉଚ୍ଚତାକୁ ବ୍ୟବହାର କରି ଇଶାନ୍ତ ଜବରଦସ୍ତ ପ୍ରଦର୍ଶନ କରିଥିଲେ।



from Odisha Reporter http://bit.ly/2AuQ7Dy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages