ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସେନାକୁ ଆହ୍ୱାନ୍‌ ଦେଲେ ଚୀନ୍‌ ରାଷ୍ଟ୍ରପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 4, 2019

ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସେନାକୁ ଆହ୍ୱାନ୍‌ ଦେଲେ ଚୀନ୍‌ ରାଷ୍ଟ୍ରପତି

ବେଜିଂ: ପୁଣି ବିଶ୍ୱରେ ଯୁଦ୍ଧର ଆଶଙ୍କା ପ୍ରକାଶ ପାଇଛି। ଦକ୍ଷିଣ ଚୀନ୍‌ ସାଗର ଏବଂ ଟ୍ରେଡ୍‌ ୱାରକୁ ନେଇ ଆମେରିକା ଓ ଚୀନ୍‌ ମୁହାଁମୁହିଁ ହୋଇଥିବା ବେଳେ ଏବେ ଏଭଳି ଯୁଦ୍ଧର ଆଶଙ୍କା ପ୍ରକାଶ ପାଇଛି।

ଶୁକ୍ରବାର ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ୍‌ ଦେଶର ସେନା ବାହିନୀକୁ ଯୁଦ୍ଧ ଏବଂ ଜରୁରୀ କାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କହିବା ପରେ ଏହି ଆଶଙ୍କା ଆହୁରି ଦୃଢ଼ିଭୂତ ହେବାରେ ଲାଗିଛି। ଚୀନ୍‌ ଦିନକୁ ଦିନ ସୀମାନ୍ତ ଓ ବିବାଦୀୟ ଦକ୍ଷିଣ ଚୀନ୍‌ ସାଗରରେ ସୈନ୍ୟ ସଂଖ୍ୟା ବୃଦ୍ଧି କରୁଥିବାରୁ ଆମେରିକା ସହ ବିବାଦ ସୃଷ୍ଟି ହୋଇଛି। ଏହାକୁ ନେଇ ବିଭିନ୍ନ ସମୟରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହେବ ବୋଲି ଅନେକ ମତ ପ୍ରକାଶ କରୁଛନ୍ତି।

ଚୀନ୍‌ର ସରକାରୀ ଗଣମାଧ୍ୟମର ଖବର ଅନୁଯାୟୀ, ଦିନକୁ ଦିନ ଚୀନ୍‌ ପାଇଁ ଚ୍ୟାଲେଞ୍ଜ ବଢ଼ୁଥିବାରୁ ଦେଶର ସୁରକ୍ଷା ପାଇଁ ସେନା ବାହିନୀର ବରିଷ୍ଠ ଅଧିକାରୀଙ୍କ ସହ ଶୁକ୍ରବାର ରାଷ୍ଟ୍ରପତି ସି ଜିନପିଙ୍ଗ ବୈଠକ କରିଥିଲେ। ଏହି ସମୟରେ ସେ ସେନା ବାହିନୀକୁ ସବୁ ପ୍ରକାରର ପରିସ୍ଥିତର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରହିବା ପାଇଁ କହିଛନ୍ତି।

ଏଥିସହ ଯୁଦ୍ଧ ବେଳେ କି କି ପ୍ରକାରର ପଦକ୍ଷେପ ନିଆଯିବ ଏବଂ କେମିତି ପ୍ରସ୍ତୁତ ରହିବ, ସେ ବିଷୟରେ ମଧ୍ୟ ଜିନପିଙ୍ଗ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଦେଶର ସେଣ୍ଟ୍ରାଲ ମିଲିଟାରୀ କମିଶନର ଅଧ୍ୟକ୍ଷ ଥିବା ଜିନପିଙ୍ଗ ଯୁଗ ଅନୁସାରେ ଚୀନ୍‌ ସେନା ଯେମିତି ନିଜକୁ ପ୍ରସ୍ତୁତ କରିବେ ସେ ଦିଗରେ ଦୃଷ୍ଟି ଦେବାକୁ ସେ ବରିଷ୍ଠ ଅଧିକାରୀମାନଙ୍କୁ କହିଛନ୍ତି।

ଏବେ ବିଶ୍ୱର ସବୁରାଷ୍ଟ୍ର ନିଜର ଶକ୍ତି ବୃଦ୍ଧି କରିବାରେ ଲାଗିଛନ୍ତି। ତେଣୁ ସେମାନଙ୍କୁ ମୁକାବିଲା କରିବା ପାଇଁ ଆମେ ମଧ୍ୟ ପ୍ରସ୍ତୁତ ରହିବା ଦରକାର ବୋଲି ଜିନପିଙ୍ଗ ସେମାନଙ୍କୁ କହିଛନ୍ତି।



from Odisha Reporter http://bit.ly/2CP2BHB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages