କ୍ରିକେଟର ହେବାକୁ ଲକ୍ଷ୍ୟ ରଖି ନଥିଲେ ମୟଙ୍କ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 4, 2019

କ୍ରିକେଟର ହେବାକୁ ଲକ୍ଷ୍ୟ ରଖି ନଥିଲେ ମୟଙ୍କ

mayank123

ନୂଆଦିଲ୍ଲୀ: ୨୭ ବର୍ଷୀୟ ମୟଙ୍କ ଅଗ୍ରୱାଲ୍ ଏବେ କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ଏକ ଜଣାଶୁଣା ନାଁ ପାଲଟି ଯାଇଛି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ୍ ସିରିଜ୍‌ର ତୃତୀୟ ମ୍ୟାଚ୍‌ରେ ସେ ଡେବ୍ୟୁ କରିଥିଲେ। ମେଲବର୍ଣ୍ଣରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ହନୁମା ବିହାରୀଙ୍କ ସହିତ ଇନିଂସ୍ ଓପନ୍ କରିବାକୁ ଆସିଥିଲେ ମୟଙ୍କ। ପଦାର୍ପଣ ମ୍ୟାଚ୍‌ରେ ସେ ୭୬ ରନ୍ କରି ସମସ୍ତଙ୍କ ମନ ଜିଣି ନେଇଥିଲେ। ସେହିଭଳି ଏହି ମ୍ୟାଚ୍‌ର ଦ୍ୱିତୀୟ ଇନିଂସ୍‌ରେ ସେ ୪୨ ରନ୍ କରିଥିଲେ।

ଏବେ ସିଡ୍‌ନୀରେ ଜାନୁଆରୀ ୩ ତାରିଖରୁ ଚାଲିଥିବା ଚତୁର୍ଥ ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ସେ ୭୭ ରନ୍ କରିଥିଲେ। ଏଥର ବି ସେ ଇନିଂସ୍ ଓପନ୍‌ କରିବାକୁ ଆସି ଏହି ରନ୍ ସଂଗ୍ରହ କରିଥିଲେ ଓ ଭାରତକୁ ଏକ ଭଲ ପ୍ରାରମ୍ଭ ଦେଇଥିଲେ।

ଅଷ୍ଟ୍ରେଲିଆ ମାଟିରେ କ୍ୟାରିୟରର ପ୍ରଥମ ଦୁଇଟି ଟେଷ୍ଟର ପ୍ରଥମ ଇନିଂସ୍‌ରେ ୫୦ରୁ ଅଧିକ ରନ୍ କରି ନିଜ ବ୍ୟାଟିଂ ଦକ୍ଷତାର ପରିଚୟ ଦେଇଥିବା ମୟଙ୍କ ପିଲା ବେଳେ କ୍ରିକେଟର ହେବା ପାଇଁ ସ୍ୱପ୍ନ ଦେଖି ନଥିଲେ। ସେ ପାଇଲଟ୍ ହେବାକୁ ଚାହୁଁଥିଲେ। କାରଣ ପିଲାବେଳେ ବିମାନ ପ୍ରତି ତାଙ୍କର ଏକ ଭିନ୍ନ ଆକର୍ଷଣ ଥିଲା। ତେଣୁ ସେ ବିଜ୍ଞାନ ପଢ଼ିବାକୁ ଚାହୁଁଥିଲେ ଓ ପରେ ପାଇଲଟ୍ ହେବାକୁ ଲକ୍ଷ୍ୟ ରଖିଥିଲେ। ‘ବିସିସିଆଇ.ଟିଭି’କୁ ଦେଇଥିବା ଏକ ସାକ୍ଷାତକାରରେ ସେ ଏ କଥା କହିଛନ୍ତି।

ମୟଙ୍କ କହିଛନ୍ତି, କର୍ଣ୍ଣାଟକ ପାଇଁ ଖେଳିବା ପରେ ମୁଁ କ୍ରିକେଟ୍‌ରେ କ୍ୟାରିୟର ଗଢ଼ିବାକୁ ମନ ବଳାଇଥିଲି। ମୋ ବାପାମା’ ବି ମତେ ସମର୍ଥନ କରିଥିଲେ। ତେବେ ଅନ୍ୟ ବିକଳ୍ପ ବି ଖୋଲା ରଖିବାକୁ ସେମାନେ ପରାମର୍ଶ ଦେଇଥିଲେ।

ଡେବ୍ୟୁ କରିବା ପାଇଁ କୋଚ୍ ରବି ଶାସ୍ତ୍ରୀ ପ୍ରସ୍ତୁତ ହେବାକୁ କହିବା ପରେ ସେ ବିଶ୍ୱାସ କରିପାରି ନଥିଲେ ବୋଲି କହିଛନ୍ତି।

ରଣଜୀ ଟ୍ରଫିରେ ମୟଙ୍କ କର୍ଣ୍ଣାଟକ ପକ୍ଷରୁ ଖେଳି ୫୦.୨୨ ହାରରେ ୩,୭୦୦ ରନ୍ କରିଛନ୍ତି।



from Odisha Reporter http://bit.ly/2C1WRZr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages