ଟିମ୍‌ ପେନ୍‌ଙ୍କ ଛୁଆ ସମ୍ଭାଳିଲେ ରିଷଭ ପନ୍ତ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 1, 2019

ଟିମ୍‌ ପେନ୍‌ଙ୍କ ଛୁଆ ସମ୍ଭାଳିଲେ ରିଷଭ ପନ୍ତ!

ସିଡ୍‌ନୀ: ତୃତୀୟ ଟେଷ୍ଟ୍‌ରେ ଟିମ୍‌ ଇଣ୍ଡିଆର ରିଷଭ ପନ୍ତ ବ୍ୟାଟିଂ କରୁଥିବା ବେଳେ ଅଷ୍ଟ୍ରେଲିଆ ଅଧିନାୟକ ଟିମ୍‌ ପେନ୍‌ ତାଙ୍କୁ ଚିଡ଼ାଇବାକୁ ଯାଇ ମୋ ପିଲାଙ୍କୁ ତୁମେ ସମ୍ଭାଳିବ କି ବୋଲି କହିଥିଲେ। ତୃତୀୟ ଟେଷ୍ଟ ପରେ ସତକୁ ସତ ପନ୍ତ କଙ୍ଗାରୁ ଅଧିନାୟକ ପେନ୍‌ଙ୍କ ଛୁଆଙ୍କୁ ସମ୍ଭାଳୁଥିବା ଦେଖିବାକୁ ମିଳିଛି। ପନ୍ତ କେମିତି ପେନ୍‌ଙ୍କ ଛୁଆଙ୍କୁ ସମ୍ଭାଳୁଛନ୍ତି, ତା’ର ଏକ ଫଟୋ ମଧ୍ୟ ଆଇସିସି ଟ୍ୱିଟ୍‌ରେ ଛାଡ଼ିଛି। ଏହି ଫଟୋରେ ପେନ୍‌ଙ୍କ ପତ୍ନୀ ମଧ୍ୟ ରହିଛନ୍ତି।

ତେବେ ପନ୍ତ ସତରେ ପେନ୍‌ଙ୍କ ଛୁଆଙ୍କୁ ସମ୍ଭାଳୁ ନାହାନ୍ତି। ବରଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସନଙ୍କ ବାସଭବନରେ ଟିମ୍‌ ଇଣ୍ଡିଆ ଓ ଟିମ୍‌ ଅଷ୍ଟ୍ରେଲିଆ ଖେଳାଳିଙ୍କ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁଠାରେ ପନ୍ତ ବେଶ ଆଗ୍ରହର ସହ ପେନ୍‌ଙ୍କ ଦୁଇ ପିଲାଙ୍କୁ ଧରିଛନ୍ତି। ଏଥିସହ ପେନ୍‌ଙ୍କ ପତ୍ନୀ ମଧ୍ୟ ସେଠାରେ ଉପସ୍ଥିତ ରହି ପନ୍ତଙ୍କ ସହ ଫଟୋ ପୋଜ୍‌ ଦେଇଛନ୍ତି।
ଆଇସିସି ଏହି ଫଟୋ ଛାଡ଼ିବା ସହ ଲେଖିଛି ଯେ, ‘‍‘ବକ୍ସିଂ ଡେ ଟେଷ୍ଟରେ ଟିମ୍‌ ପେନ୍‌ ୱିକେଟ୍‌ ପଛରେ ପନ୍ତଙ୍କୁ ତାଙ୍କ ପିଲାଙ୍କୁ ସମ୍ଭାଳିବା ପାଇଁ କହିଥିଲେ। ଏଥିସହ ମୁଁ ମୋ ପତ୍ନୀଙ୍କୁ ଫିଲ୍ମ ଦେଖିବାକୁ ନେବାକୁ ଚାହୁଁଛି। ତୁମେ ପିଲାଙ୍କୁ ସମ୍ଭାଳିବ?” ଏବେ ପନ୍ତ ଏହାକୁ ଗ୍ରହଣ କରିଛନ୍ତି!”

ଦେଖନ୍ତୁ ସେହି ଭିଡିଓ

ପନ୍ତ ମଧ୍ୟ ପେନ୍‌ ବ୍ୟାଟିଂ କରିବା ବେଳେ ଅସ୍ଥାୟୀ କ୍ୟାପ୍ଟେନ କହି ଚିଡ଼ାଇ ଥିଲେ।

ତା’ର ଭିଡିଓ ମଧ୍ୟ ଦେଖନ୍ତୁ



from Odisha Reporter http://bit.ly/2AnOUhg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages