ଘରେ ଅତିଥିଙ୍କୁ ପରଷନ୍ତୁ ‘ଝାଲ୍ ମାଛ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 7, 2019

ଘରେ ଅତିଥିଙ୍କୁ ପରଷନ୍ତୁ ‘ଝାଲ୍ ମାଛ’

fishh

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣ ମାଛର ବିଭିନ୍ନ ପ୍ରକାର ଆଇଟମ୍‌ ଖାଇଥିବେ। ଶୀତ ଦିନେ ଘରେ ଅତିଥିଙ୍କୁ ପରଷିବା ପାଇଁ ଆଜି ଆମେ ଆପଣଙ୍କୁ ମାଛକୁ ନେଇ ତିଆରି ନିଆରା ସ୍ୱାଦର ଚଟପଟା ଖାଦ୍ୟ ଝାଲ୍‌ ମାଛର ପ୍ରସ୍ତୁତି ସମ୍ପର୍କରେ କହିବୁ।

ଆବଶ୍ୟକ ସାମଗ୍ରୀ: ଗୋଟା ଖଇଙ୍ଗା ବା ପୋହଳା ମାଛ, ହଳଦୀ ଗୁଣ୍ଡ, ରସୁଣ, କଞ୍ଚା ଲଙ୍କା ଛେଚା, କଟା ଟମାଟୋ, କଟା ପିଆଜ, ଗରମ ମସଲା, ରିଫ।ଇନ୍ ତେଲ, ଲେମ୍ବୁ ରସ, ଧନିଆପତ୍ର ଓ ଲୁଣ।

fish4ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗୋଟା ଖଇଙ୍ଗା ବା ପୋହଳା ମାଛକୁ ଭଲଭାବେ ଧୋଇ ସେଥିରେ ଲୁଣ ଓ ହଳଦୀ ଗୋଳାଇ ରଖନ୍ତୁ। ଚୁଲିରେ କଡ଼େଇ ବସାଇ ତେଲ ପକାନ୍ତୁ। ତେଲ ଗରମ ହୋଇଯିବା ପରେ ଲୁଣ ହଳଦୀ ଗୋଳା ହୋଇଥିବା ଖଇଙ୍ଗା ବା ପୋହଳା ମାଛକୁ ସେଥିରେ ପକାନ୍ତୁ। ଏହାପରେ ରସୁଣ, କଞ୍ଚାଲଙ୍କା ଛେଚା, କଟା ଟମାଟୋ ଓ କଟା ପିଆଜକୁ ମାଛ ଉପରେ ଦେଇ ଘୋଡ଼ଣୀ ଘୋଡ଼େଇ ଦିଅନ୍ତୁ। ୫ ମିନିଟ୍ ପରେ ଘୋଡ଼ଣୀ ବାହାର କରି ସ୍ୱାଦ ଅନୁସାରେ ପୁଣି ଲୁଣ ଓ ହଳଦୀଗୁଣ୍ଡ ପକାନ୍ତୁ। କିଛି ସମୟ ପରେ ମାଛକୁ ଓଲଟାଇ ଗରମ ମସଲା ପକାଇ ପୁଣିଥରେ ଘୋଡ଼ଣୀ ଘୋଡେ଼ଇ ଦିଅନ୍ତୁ। ୩ ରୁ ୪ ମିନିଟ୍ ପରେ ଘୋଡ଼ଣୀ ବାହାର କରି ସେଥିରେ ଲେମ୍ବୁରସ ଓ ଧନିଆପତ୍ର ପକାଇ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ‘ଝାଲ୍ ମାଛ’। ଗରମ ଗରମ ଭାତ ସହ ଅଚିଥିଙ୍କୁ ପରଷନ୍ତୁ ‘ଝାଲ୍‌ ମାଛ’।



from Odisha Reporter http://bit.ly/2CTBB9U

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages