ଇଞ୍ଜିନିୟର ଚାକିରି ଛାଡ଼ି ଗାଁ ଲୋକଙ୍କ ମୁହଁରେ ହସ ଫୁଟାଉଛନ୍ତି ନିହାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 28, 2019

ଇଞ୍ଜିନିୟର ଚାକିରି ଛାଡ଼ି ଗାଁ ଲୋକଙ୍କ ମୁହଁରେ ହସ ଫୁଟାଉଛନ୍ତି ନିହାର

ଗଜପତି (ଆଦର୍ଶ ଦାସ): “ମାନବ ସେବା ହିଁ ମାଧବ ସେବା”। ଏହି କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ନିହାର ରଞ୍ଜନ ପଣ୍ଡା। ଲୋକଙ୍କ ଦୁଃଖ ଓ ଯନ୍ତ୍ରଣା ତାଙ୍କୁ ଗାଁକୁ ଟାଣି ଆଣିଥିଲା। ଶେଷରେ ଲକ୍ଷ ଲକ୍ଷ ଟଙ୍କାର ଚାକିରି ଛାଡ଼ି ଗାଁକୁ ଫେରି ଆସିଥିଲେ। ‘ଜୟ ଅଫ୍ ଗିଭିଂ’ ନାମକ ଏକ ସେଚ୍ଛାସେବୀ ଅନୁଷ୍ଠାନ ଗଠନ କରି ଲୋକଙ୍କ ସୁଖ ଓ ଦୁଃଖରେ ସହାୟତା କଲେ ନିହାର।

ପାରଳାଖେମୁଣ୍ଡି କବିଚନ୍ଦ୍ର ସାହିରେ ବାସ କରନ୍ତି ନିହାର ରଞ୍ଜନ ପଣ୍ଡା। ଏମ୍‌ସିଏ ପାସ୍‌ କଲା ପରେ ସେ ଜଣେ ସଫଳ ସଫ୍ଟୱେୟାର ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। ଚାକଚକ୍ୟ ଜୀବନ ବିତାଉଥିଲେ। ଲକ୍ଷ ଲକ୍ଷ ଟଙ୍କା ଦରମା ବି ପାଉଥିଲେ। ସେଥିରେ କିନ୍ତୁ ସେ ସନ୍ତୁଷ୍ଟ ନଥିଲେ। ଉଚ୍ଚ ଅଟ୍ଟାଳିକାରେ ରହୁଥିଲେ ମଧ୍ୟ ମାନସପଟରେ ଘୂରି ବୁଲୁଥିଲା ଗାଁ ଲୋକଙ୍କ ଦୁଃଖ ଓ ଯନ୍ତ୍ରଣାର ଚିତ୍ର। ଯାହା ତାଙ୍କୁ ସବୁବେଳେ ବ୍ୟଥିତ କରିଥିଲା। ସେଥିପାଇଁ ଚାକିରି ଛାଡ଼ି ଫେରି ଆସିଲେ ନିଜ ଜନ୍ମସ୍ଥାନକୁ।

ଗାଁରେ ପହଞ୍ଚିବା ପରେ ନିହାର ‘ଜୟ ଅଫ୍ ଗିଭିଂ’ ନାମରେ ଏକ ସେଚ୍ଛାସେବୀ ଅନୁଷ୍ଠାନ ଗଠନ କଲେ। ଅସହାୟ ଲୋକଙ୍କୁ ଅସହାୟତାର ହାତ ବଢ଼ାଇ ଥିଲେ। ସିଏ ପ୍ରଳୟଙ୍କାରୀ ‘ଫାଇଲିନ୍‌’ ବାତ୍ୟା ହେଉ ବା କାମଳରେ ରୋଗରେ ଆକ୍ରାନ୍ତ ଲୋକଙ୍କୁ ହେଉ, ସବୁ କ୍ଷେତ୍ରରେ ଅସହାୟ ଲୋକଙ୍କ ପାଖରେ ଛିଡ଼ା ହେଉଥିଲେ ନିହାର। ସେମାନଙ୍କ ମୁହଁରେ ଚେନାଏ ହସ ଫୁଟାଇବାକୁ ସେ ଚେଷ୍ଟା କରୁଥିଲେ।

ଦିନ ଥିଲା ପାରଳାଖେମୁଣ୍ଡି ଅଞ୍ଚଳର କିଛି ପରିବାରକୁ ଦୁଇ ମୁଠା ଖାଇବାକୁ ମିଳୁନଥିଲା। ହେଲେ ନିହାରଙ୍କ ଚେଷ୍ଟା ଯୋଗୁ ସେମାନଙ୍କୁ ଦୁଇବେଳା ଖାଦ୍ୟ ମିଳୁଛି। ଏମିତିକି ଖୋଲା ଆକାଶ ତଳେ ଜୀବନ ବିତାଉଥିବା ଲୋକଙ୍କ ମୁହଁରେ ମଧ୍ୟ ସେ ହସ ଫୁଟାଇ ପାରିଛନ୍ତି। ବିବାହ ବ୍ରତରେ ବଳୁଥିବା ଖାଦ୍ୟକୁ ନ ଫୋପାଡ଼ି ଗରିବଙ୍କୁ ବାଣ୍ଟି ଭୋକ ମେଣ୍ଟାଇ ପାରୁଛନ୍ତି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ନିହାରଙ୍କ ଏଭଳି କାମକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି। ନିହାରଙ୍କ ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଛି।



from Odisha Reporter http://bit.ly/2B9u3Pd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages