ଲକ୍ଷେ ୧୫ ହଜାର ଛାତ୍ରଛାତ୍ରୀ ଏକ ସଙ୍ଗେ ଗାଇଲେ ‘ବନ୍ଦେ ଉତ୍କଳ ଜନନୀ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 14, 2019

ଲକ୍ଷେ ୧୫ ହଜାର ଛାତ୍ରଛାତ୍ରୀ ଏକ ସଙ୍ଗେ ଗାଇଲେ ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏକା ସାଙ୍ଗେ ଲକ୍ଷେ ୧୫ ହଜାର ଛାତ୍ରଛାତ୍ରୀ ଗାଇଲେ ‘ବନ୍ଦେ ଉତ୍କଳ ଜନନୀ’ ଗୀତ। ଭୁବନେଶ୍ୱରରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ପକ୍ଷରୁ ଆୟୋଜିତ ହୋଇଥିବା ‘ଉତ୍କଳ ଜନନୀ ପୂଜନ ସଂକଳ୍ପ ସମାରୋହ’ରେ ଆଜି ଦେଖିବାକୁ ମିଳିଥିଲା ଏମିତି ଦୃଶ୍ୟ। ଏହି ସମାରୋହକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିବା ବେଳେ ଉତ୍କଳ ଜନନୀଙ୍କ ସ୍ପେଶାଲ ଡାକଟିକଟ ଓ ଲଫାଫାର ଉନ୍ମୋଚନ କରାଯାଇଥିଲା।

ଗୋଟିଏ ସ୍ଥାନରେ ମହାପ୍ରଭୁ ଜଗନ୍ନାଥଙ୍କ ୨୫ ପ୍ରକାର ଦିବ୍ୟବେଶ ଓ ଛପନଭୋଗର ପ୍ରଦର୍ଶନ ହୋଇଥିଲା। ଏହାଛଡ଼ା ଉତ୍କଳୀୟ ପରମ୍ପରା ସହ ଜଡ଼ିତ ପୁରୀର ନାଗା ଓ ମେଢ଼ ନାଚ, ମହାପ୍ରଭୁଙ୍କ ନାମସଂକୀର୍ତ୍ତନ, ବନାଟି ଖେଳ ଓ ବାଲୁକା କଳା ପ୍ରଭୃତି କରାଯାଇଥିଲା। ଏ ସମସ୍ତ ଜିନିଷକୁ ମୁକ୍ତାକାଶ ତଳେ ଉପଭୋଗ କରିଛନ୍ତି ରାଜ୍ୟର ୧୧୭୨ଟି ବିଦ୍ୟାଳୟରୁ ଆସିଥିବା ପ୍ରାୟ ୧ ଲକ୍ଷ ୧୫ ହଜାର ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକ, ବିଦ୍ୟାଳୟର ଗୁରୁଜୀ ଓ ଗୁରୁମା’ମାନେ। କେବଳ ସେତିକି ନୁହେଁ, ଖ୍ୟାତନାମା ସଙ୍ଗୀତକାର-ଗାୟକ ଲକ୍ଷ୍ମୀକାନ୍ତ ପାଲିତଙ୍କ ସହ ତାଳ ମିଶାଇ ଏହି ଛାତ୍ରଛାତ୍ରୀମାନେ ଗାଇଛନ୍ତି ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଓ ଗାନ୍ଧୀଜୀଙ୍କ ପ୍ରିୟ ଭଜନ।

ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍କଳୀୟ ପରମ୍ପରା ଓ ସଂସ୍କୃତି ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କରାଯାଇଥିଲା ଏହି ସଂକଳ୍ପ ସମାରୋହ। ଛାତ୍ରଛାତ୍ରୀମାନେ ସାମୂହିକ ଭାବେ ‘ବନ୍ଦେ ଉତ୍କଳ ଜନନୀ’ ଗାଇବା ସହ ଉତ୍କଳ ଜନନୀର ପୂଜନ ପାଇଁ ନେଇଥିଲେ ସଂକଳ୍ପ।



from Odisha Reporter http://bit.ly/2VSI7p1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages