
ଭୁବନେଶ୍ୱର: ଜିଓ ଗ୍ରାହକଙ୍କ ପାଇଁ ଭଲ ଖବର। ପ୍ରଥମ ଥର ପାଇଁ, ସମ୍ପୂର୍ଣ୍ଣ ନୂଆ ଜିଓରେଲ୍ ଆପ୍ ଜରିଆରେ ବ୍ୟବହାରକାରୀମାନେ ଯେକୌଣସି ଜିଓଫୋନରୁ ଆଇଆରସିଟିସିର ଟିକଟ ସଂରକ୍ଷଣ ସେବା ହାସଲ କରିପାରିବେ। ଏହି ଆପ୍ ଜରିଆରେ ଗ୍ରାହକମାନେ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ, ଇ-ୱାଲେଟ୍ ବ୍ୟବହାର କରି ଟିକଟ ବୁକ୍ ଓ କ୍ୟାନସେଲ କରିପାରିବେ, ପିଏନଆର ସ୍ଥିତି ଯାଞ୍ଚ, ଟ୍ରେନ୍ ସମ୍ବନ୍ଧିର ସୂଚନା, ସମୟ, ରୁଟ୍, ସିଟ ଉପଲବ୍ଧତା ଏବଂ ଆହୁରି ଅନେକ ସେବାକୁ ସେମାନଙ୍କ ଜିଓଫୋନର ବଟନ୍ ଦବାଇ ଜାଣିପାରିବେ।
ଜିଓ ଆପ୍ ଷ୍ଟୋରରେ ଉପଲବ୍ଧ ହୋଇଥିବା ଜିଓରେଲ୍ ଆପରେ ଶେଷ ମୁହୂର୍ତ୍ତ ଯାତ୍ରା ପାଇଁ ତତ୍କାଳ ଟିକଟ ବୁକିଙ୍ଗ କରିହେବ। ଯଦି ବ୍ୟବହାରକାରୀଙ୍କ ଆଇଆରସିଟିସି ଆକାଉଣ୍ଟ ନଥିବ, ଏହି ଆପ୍ ଜରିଆରେ ସେମାନେ ଏକ ଆକାଉଣ୍ଟ ସୃଷ୍ଟି କରିପାରିବେ ଓ ଟିକଟ ବୁକିଙ୍ଗ କରିପାରିବେ।
ଏହି ଆପ୍ ଜରିଆରେ ବୁକିଙ୍ଗ ହୋଇଥିବା ଟିକଟର ପିଏନଆରର ଷ୍ଟାଟସକୁ ମଧ୍ୟ ରେଲଜିଓ ଆପ୍ ବ୍ୟବହାରକାରୀମାନେ ଯାଞ୍ଚ କରିପାରିବେ। ଏହି ଆପରେ ଅନେକ ପ୍ରକାରର ଉନ୍ନତ ସେବା ଯଥା ପିଏନ୍ଆର ସ୍ଥିତି ପରିବର୍ତ୍ତନ ଆଲର୍ଟ, ଟ୍ରେନର ସ୍ଥିତି ଜାଣିବା (ଲୋକେଟ୍ ଟ୍ରେନ୍) ଓ ଭବିଷ୍ୟତରେ ଖାଦ୍ୟ ବରାଦ ଆଦି ପ୍ରଦାନ କରିବାର ଯୋଜନା ରହିଛି।
ରେଲ୍ଜିଓ ଆପ୍ରେ ଟ୍ରେନ ଟିକଟ ବୁକିଙ୍ଗକୁ ଅତି ସହଜ କରାଯାଇଛି। ଏହି ସ୍ୱତନ୍ତ୍ର ସେବା ପାଇଁ ଭାରତୀୟ ଗ୍ରାହକଙ୍କୁ ଆଉ ଟିକଟ ପାଇଁ ଧାଡ଼ିରେ ଠିଆ ହେବାକୁ ପଡ଼ିବନି କିମ୍ବା ଟିକଟ ବୁକିଙ୍ଗ ପାଇଁ ଏଜେଣ୍ଟ ପେମେଣ୍ଟ ଦେବାକୁ ପଡ଼ିବନି ବରଂ ପ୍ରତିବଦଳରେ ଉନ୍ନତ ଡିଜିଟାଲ ଜୀବନ ଅନୁଭୂତିକୁ ଉପଭୋଗ କରିହେବ ବୋଲି ଜିଓ ପକ୍ଷରୁ କୁହାଯାଇଛି।
from Odisha Reporter http://bit.ly/2DDjYM9
No comments:
Post a Comment