ରାୟୁଡୁଙ୍କ ଉପରେ ଅଙ୍କୁଶ, ଆଉ ବୋଲିଂ କରିପାରିବେନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 28, 2019

ରାୟୁଡୁଙ୍କ ଉପରେ ଅଙ୍କୁଶ, ଆଉ ବୋଲିଂ କରିପାରିବେନି

ଦୁବାଇ: ଟିମ୍‌ ଇଣ୍ଡିଆର ମଧ୍ୟକ୍ରମ ବ୍ୟାଟସ୍‌ମ୍ୟାନ୍‌ ଅମ୍ବାତି ରାୟୁଡୁଙ୍କୁ ଆଜି ଆଇସିସି ପକ୍ଷରୁ ଜବରଦସ୍ତ ଝଟ୍‌କା ଲାଗିଛି। ତାଙ୍କୁ ଆଇସିସି ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବୋଲିଂ କରିବା ପାଇଁ ବାରଣ କରାଯାଇଛି। ଏଣିକି ସେ କୌଣସି ମ୍ୟାଚ୍‌ରେ ବୋଲିଂ କରିପାରିବେ ନାହିଁ ବୋଲି ଆଇସିସି ପକ୍ଷରୁ କୁହାଯାଇଛି।

ଜାନୁଆରୀ ୧୩ରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ରାୟୁଡୁ ବୋଲିଂ କରିଥିଲେ। ଏହି ସମୟରେ ତାଙ୍କ ବୋଲିଂ ଶୈଳୀ ସନ୍ଦେହ ଘେରକୁ ଆସିଥିଲା। ଏଥିପାଇଁ ତାଙ୍କୁ ଆଇସିସି ପକ୍ଷରୁ ବୋଲିଂ ଟେଷ୍ଟ ଦେବାକୁ କୁହାଯାଇଥିଲା। ତେବେ ଧାର୍ଯ୍ୟ ୧୪ ଦିନ ସମୟ ମଧ୍ୟରେ ରାୟୁଡୁ କୌଣସି ପ୍ରକାରର ପରୀକ୍ଷା ଦେବାକୁ ଆସି ନଥିଲେ।

ଫଳରେ ଆଇସିସି ତାଙ୍କୁ ବୋଲିଂ କରିବାର ଅଧିକାରରୁ ବଞ୍ଚିତ କରିଛି। ଏବେ ରାୟୁଡୁ ତାଙ୍କ ବୋଲିଂ ଶୈଳୀର ଯାଞ୍ଚ ଓ ପରୀକ୍ଷା ନ ହେବା ଯାଏ, କୌଣସି ମ୍ୟାଚ୍‌ରେ ବୋଲିଂ କରିପାରିବେ ନାହିଁ।

ତେବେ ଆଇସିସିର ଧାରା ୧୧.୫ ଅନୁଯାୟୀ, ରାୟୁଡୁ ଚାହିଁଲେ ଘରୋଇ ମ୍ୟାଚ୍‌ରେ ବୋଲିଂ କରିପାରିବେ।

ବର୍ତ୍ତମାନ ସୁଦ୍ଧା ୪୯ଟି ଦିନିକିଆ ଖେଳିଥିବା ରାୟୁଡୁ ୧୨୧ଟି ବଲ ବୋଲିଂ କରି ମାତ୍ର ୩ଟି ୱିକେଟ୍‌ ଦଖଲ କରିଛନ୍ତି।



from Odisha Reporter http://bit.ly/2G8Rmfv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages