ଆଜି ରାତିରେ ଏମିତି ସଜେଇ ହେବେ କଳାଠାକୁର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 13, 2019

ଆଜି ରାତିରେ ଏମିତି ସଜେଇ ହେବେ କଳାଠାକୁର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ପାହିଲେ ମକର ସଙ୍କାନ୍ତି। ଭଗବାନ୍‌ ସୂର୍ଯ୍ୟଙ୍କ ଉତ୍ତରାୟଣ ଯାତ୍ରା। ସାରା ଭାରତ ବର୍ଷରେ ଏହି ପର୍ବକୁ ବଡ଼ ଆନନ୍ଦ ସହକାରେ ପାଳନ କରାଯାଇଥାଏ। ଏହି ଦିନ ବିଭିନ୍ନ ପବିତ୍ର ନଦୀମାନଙ୍କରେ ସ୍ନାନ ବିଧି ମଧ୍ୟ ଅନୁଷ୍ଠିତ ହୋଇଥାଏ। ଓଡ଼ିଶାରେ ଉତ୍ତରାୟଣ ମକର ସଂକ୍ରାନ୍ତି ପାଳନର ବିଧି କିନ୍ତୁ ସ୍ୱତନ୍ତ୍ର। ଓଡ଼ିଶାର ଇଷ୍ଟ ଦେବତା ଶ୍ରୀ ଜଗନ୍ନାଥଙ୍କୁ ସୂର୍ଯ୍ୟ ସ୍ୱରୂପରେ ପରିକଳ୍ପନା କରି ଏହି ଦିନ ଘରେ ଘରେ ମକର ଚାଉଳକୁ ପ୍ରସାଦ ଭାବେ ଠାକୁରଙ୍କୁ ଲାଗି କରାଯାଇଥାଏ। ଏହି ଦିନ ଜଗନ୍ନାଥ ମହାପ୍ରଭୁଙ୍କୁ ମକର ଚୌରାଶୀ ବେଶରେ ସଜ୍ଜିତ କରାଯାଇଥାଏ। ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଭାବେ ପରିକଳ୍ପିତ ହେଉଥିବା ଆମ ଠାକୁର କିନ୍ତୁ ପୂର୍ବରାତିରେ ମହା ନାରାୟଣ ଭାବେ ଉପାସିତ ହୁଅନ୍ତି।

ସଂକ୍ରାନ୍ତିର ଠିକ୍‌ ପୂର୍ବଦିନ, ମାନେ ଆଜି ରାତିରେ ମହାପ୍ରଭୁଙ୍କ ଶ୍ରୀ ବିଗ୍ରହଙ୍କୁ ଏ ସ୍ୱତନ୍ତ୍ର ବେଶରେ ସଜାଇ ଦିଆଯାଏ। ଜାଣିଛନ୍ତି କ’ଣ କୁହାଯାଏ ଏହି ବେଶକୁ ? ମହାପ୍ରଭୁ ଜଗନ୍ନାଥଙ୍କୁ ରାତିରେ ନବାଙ୍କ ବେଶ କରାଯାଏ। ଅନେକ ଲୋକେ ହୁଏତ ଜାଣି ନ ଥିବା ଏହି ବେଶକୁ ମହାନାରାୟଣ ବେଶ କୁହାଯାଏ। ଶ୍ରୀ ସମ୍ପ୍ରଦାୟ ଏହି ବେଶ ମାଧ୍ୟମରେ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ବିଷ୍ଣୁତ୍ୱ ଆରୋପିତ କରିଛି। ସରଳ ଭାଷାରେ କହିଲେ ବିଭିନ୍ନ ସମ୍ପ୍ରଦାୟ ଓ ବିଭିନ୍ନ ମତବାଦ ଜଗନ୍ନାଥଙ୍କୁ ନିଜର ବୋଲି ପ୍ରମାଣିତ କରିବାକୁ ଚଷ୍ଟା କରିଛନ୍ତି। ତନ୍ମଧ୍ୟରେ ମହାନ୍‌ ଭାରତୀୟ ସନ୍ଥ ରାମାନୁଜାଚାର୍ଯ୍ୟଙ୍କ ଶ୍ରୀ ସମ୍ପ୍ରଦାୟ ମହାପ୍ରଭୁଙ୍କୁ ଏହି ବେଶ ମାଧ୍ୟମରେ ମହାନାରାୟଣ ବା ବିଷ୍ଣୁ ଭାବେ ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି।

ମକର ସଂକ୍ରାନ୍ତି ପୂର୍ବଦିନ ଅର୍ଥତ୍‌ ମହାପ୍ରଭୁଙ୍କ ଉତ୍ତରାୟଣ ବନ୍ଦାବନା ପୂର୍ବସନ୍ଧ୍ୟାରେ ନବାଙ୍କ ବେଶ ସହ ଚାଉଳ ମେଲାଣ ଓ ଫୁଲ ମେଲାଣ ଅନୁଷ୍ଠିତ ହୋଇଥାଏ। ଏହି ବେଶରେ ଜଗନ୍ନାଥଙ୍କ ହାତରେ ପୁଷ୍ପ ଓ ଶୋଲ ନିର୍ମିତ ଶଙ୍ଖ, ଚକ୍ର ଓ ଶ୍ରୀ ବଳଭଦ୍ରଙ୍କ ହାତରେ ହଳ, ମୂଷଳ ଶୋଭା ପାଇଥାଏ। ଏହି ବେଶରେ ଶ୍ରୀ ବିଗ୍ରହମାନେ ସମ୍ପୁର୍ଣ୍ଣ ଭାବେ ଗେଣ୍ଡୁ ଫୁଲ ଓ ତୁଳସୀରେ ସଜ୍ଜିତ ହୋଇଥାନ୍ତି। ଏହି ବେଶରେ ମାଳଚୁଳ ସହ ଟୋପର, ତଗିଡି ଓ ମକର କୁଣ୍ଡଳ ଲାଗି କରାଯାଇଥାଏ। ସମ୍ପ୍ରତି ଶ୍ରୀ ସମ୍ପ୍ରଦାୟର ଉତ୍ତରପାର୍ଶ୍ୱ ମଠ ଏହି ବେଶ ପାଇଁ ଖର୍ଚ୍ଚ ବହନ କରୁଛନ୍ତି।

ରାମାନୁଜ ଓ ଶ୍ରୀ ଜଗନ୍ନାଥ

ବିଶିଷ୍ଟ ଅଦ୍ୱେତବାଦର ପ୍ରଚାରକ ହେଉଛନ୍ତି ରାମାନୁଜାଚାର୍ଯ୍ୟ। ଦକ୍ଷିଣ ଭାରତର ପରମ ବୈଷ୍ଣବ ଏହି ଆଚାର୍ଯ୍ୟ ଦ୍ୱାଦଶ ଶତାଦ୍ଦୀରେ ଶ୍ରୀକ୍ଷେତ୍ର ଆଗମନ କରିଥିଲେ। ତାଙ୍କ ପ୍ରଭାବରେ ଶ୍ରୀ ଜଗନ୍ନାଥଙ୍କ ଉପରେ ବିଷ୍ଣୁତ୍ୱ ଆରୋପିତ ହୋଇଥିଲା। ଲକ୍ଷ୍ମୀ ମନ୍ଦିରର ନିର୍ମାଣ ଓ ଶ୍ରୀମନ୍ଦିର ଅଁଳା ବେଢାରେ ଗେରୁ ପ୍ରଳେପ(ରାମାନନ୍ଦି ଚିତା ଅଙ୍କନ) ତାଙ୍କ ସମୟରୁ କରାଯାଇଥିବା ଗବେଷକମାନେ କୁହନ୍ତି। ରାମାନୁଜଙ୍କୁ ନେଇ ଏକ ସୁନ୍ଦର କାହାଣୀ ମଧ୍ୟ ଶୁଣିବାକୁ ମିଳେ।

କୁହାଯାଏ ଶ୍ରୀମନ୍ଦିରରେ ପୂଜିତ ବିଗ୍ରହ ସମ୍ପୁର୍ଣ୍ଣ ଉତ୍କଳୀୟ ଶୈଳୀରେ ପୂଜା ହୁଅନ୍ତି। ରାମାନୁଜଙ୍କ ଆଗମନ ସମୟରେ ଏଭଳି ପୂଜା ଦେଖି ଅସନ୍ତୁଷ୍ଟ ହୋଇ ପଡିଥିଲେ ଆଚାର୍ଯ୍ୟ ରାମାନୁଜ। ସେ ସମ୍ପୁର୍ଣ୍ଣ ନୈଷ୍ଠିକ ଓ ଦାକ୍ଷିଣାତ୍ୟ ବ୍ରାହ୍ମଣମାନଙ୍କ ଦ୍ୱାରା ମହାପ୍ରଭୁଙ୍କ ସେବା କରାଇବାକୁ ଗଜପତିଙ୍କୁ ଅନୁରୋଧ କରିଥିଲେ। ଗଜପତି ମଧ୍ୟ ତାଙ୍କ କଥାରେ ସହମତ ହୋଇଥିଲେ। ହେଲେ ଯେଉଁଦିନ ଶ୍ରୀମନ୍ଦିର ନୀତି ପରିବର୍ତ୍ତନ ବ୍ୟବସ୍ଥା କରାଗଲା ସେ ଦିନ ରାମାନୁଜ ପୁରୀରେ ଉପସ୍ଥିତ ନ ଥିଲେ। ଲୋକକଥା କୁହେ ଶ୍ରୀମନ୍ଦିର ନୀତି ପରିବର୍ତ୍ତନ ପାଇଁ ଚିନ୍ତା କରିଥିବା ରାମାନୁଜଙ୍କୁ ପୂର୍ବରାତିରେ ଗରୁଡଙ୍କ ମାଧ୍ୟମରେ ସ୍ୱୟଂ ମହାପ୍ରଭୁ ଶ୍ରୀକ୍ଷେତ୍ରରୁ ଉଡ଼ାଇ ନେଇ ଦକ୍ଷିଣ ଭାରତ କୁର୍ମକ୍ଷେତ୍ରରେ ଛାଡି ଆସିଥିଲେ ଏବଂ ନୀତି ପରିବର୍ତ୍ତନ ନ ହୋଇ ପୂର୍ବବତ୍‌ ଚାଲିଥିଲା।

ମହାପ୍ରଭୁଙ୍କ ପରମଭକ୍ତ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଆଗମନ ପରେ ଉପରୋକ୍ତ ମହାନାରାୟଣ ବେଶ କରାଯାଉଥିବା ଗବେଷକମାନେ ଅନୁମାନ କରନ୍ତି।



from Odisha Reporter http://bit.ly/2SRc8DH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages