ଓଡ଼ିଶା ମାଟି ଓ ଓଡ଼ିଆ ଅସ୍ମିତାର କଥା କହିଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 5, 2019

ଓଡ଼ିଶା ମାଟି ଓ ଓଡ଼ିଆ ଅସ୍ମିତାର କଥା କହିଲେ ମୋଦି

ବାରିପଦା(ଓଡ଼ିଶା ରିପୋର୍ଟର): ବାରିପଦା ଛଉ ପଡ଼ିଆରେ ଜୟ ଜଗନ୍ନାଥ ଆଉ ଭାରତ ମାତା କୀ ଜୟ କହି ଓଡ଼ିଆଙ୍କ ମନ କିଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜ ଚିରାଚରିତ ଢଙ୍ଗରେ ଛଉ ପଡ଼ିଆ ମଞ୍ଚକୁ ଆସିଥିଲେ ମୋଦି। ଓଡ଼ିଆ ଆଉ ସାନ୍ତାଳୀ ଭାଷାରେ ଉପସ୍ଥିତ ଜନତାଙ୍କୁ ସମ୍ଭାଷଣ କରିଥିଲେ। ଓଡ଼ିଆରେ ସମସ୍ତ ଭାଇ ଉଭଣୀଙ୍କୁ ମୋର ନମସ୍କାର ବୋଲି କହିଥିଲେ। ତାଙ୍କ ଏହି ଓଡ଼ିଆ ପ୍ରୀତି ଦେଖି ସମବେତ ଜନତା କରତାଳି ମାରିଥିଲେ। ଖୋର୍ଦ୍ଧା ସଭାଠାରୁ ଏଠାରେ ଅଧିକ ଲୋକ ଥିବାରୁ ସେ କୃତଜ୍ଞତା ଜଣାଇବା ସହ ଯେଉଁଠି ଯିଏ ଅଛନ୍ତି ସେଇଠି ରହି ଭାଷଣ ଶୁଣିବାକୁ ମଞ୍ଚ ଉପରୁ ଥାଇ କହିଥିଲେ।

ମୟୂରଭଞ୍ଜର ରାଜାଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଓ ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ ଏବଂ ସାନ୍ତାଳୀ ଅଲଚିକି ଲିପିର ପ୍ରବର୍ତ୍ତକ ପଣ୍ଡିତ୍‌ ରଘୁନାଥ ମୁର୍ମୁଙ୍କୁ ସ୍ମରଣ ମଧ୍ୟ କରିଥିଲେ ମୋଦି। ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ରଚନା ପାଇଁ(ଲେଖକ-ଗୋପାଳ ଚନ୍ଦ୍ର ପ୍ରହରାଜ) ପୂର୍ଣ୍ଣଚନ୍ଦ୍ରଙ୍କ ଭୂମିକା ଓ ଅଲଚିକି ଲିପି ପାଇଁ ରଘୁନାଥଙ୍କ ଭୂମିକାକୁ ତାଙ୍କରି ମାଟିରେ ଛିଡା ହୋଇ ଭୁୟସୀ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ।

ଏହା ଏମିତି ଏକ ମାଟି ଯେଉଁଠି ନାରୀର ସମ୍ମାନ ସର୍ବାଗ୍ରେ। ଏଇଥିପାଇଁ ବର୍ଷକୁ ଥରେ ଏଠାରେ ଅନୁଷ୍ଠିତ ରଥଯାତ୍ରାରେ ମା’ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ହିଁ ଟାଣିଥାନ୍ତି। ଏଣୁ ଏହି ମାଟିରୁ ନାରୀ ସଶକ୍ତିକରଣର ବାର୍ତ୍ତା ସମଗ୍ର ଦେଶକୁ ସମ୍ପ୍ରସାରିତ ହୋଇଛି ବୋଲି ମୋଦି କହିଥିଲେ।

ଓଡ଼ିଆଙ୍କୁ ଓଡ଼ିଆ ମାଟି ଓ ଓଡ଼ିଆ ଅସ୍ମିତାର କଥା କହି ମୋଦି ଆଗାମୀ ନିର୍ବାଚନ ଲାଗି ଥୋପ ପକାଇଛନ୍ତି ବୋଲି କହିଲେ ମଧ୍ୟ ଅତ୍ୟୁକ୍ତି ହେବନି। ଏପରିକି ତାଙ୍କ ବେଶ ଭୂଷାରେ ମଧ୍ୟ ଏହି କଥାଟି ଦେଖିବାକୁ ମିଳିଥିଲା। ପାରମ୍ପରିକ ନେଳି, ନାଲି ରଙ୍ଗର ସାନ୍ତାଳୀ ଚେକ୍‌ ଗାମୁଛା ପକାଇ ଆଦିବାସୀ ସଂସ୍କୃତିର ପ୍ରତିନିଧିତ୍ୱକୁ ମଧ୍ୟ ବିଜେପି ପ୍ରୋତ୍ସାହନ ଦେଉଛି, ଏ କଥା ପ୍ରମାଣିତ କରିବାକୁ ସେ ଚେଷ୍ଟା କରିଥିଲେ।

ହେଲେ ଦୀର୍ଘ ସମୟରେ ଭାଷଣ ମଧ୍ୟରେ ରାଜ୍ୟରେ ସତ୍ତାଧାରୀ ବିଜେଡି ସରକାରଙ୍କ ଉପରେ ବିଶେଷ ଟିପ୍ପଣୀ ଦେଇ ନାହାନ୍ତି ପ୍ରଧାନମନ୍ତ୍ରୀ। କେବଳ ପିପିଲି ବଳାତ୍କାର ଘଟଣାକୁ ଉପଲକ୍ଷ୍ୟ କରି ରାଜ୍ୟରେ ମହିଳାମାନେ ସୁରକ୍ଷିତ ନ ଥିବା କଥା କହି ସାମାନ୍ୟ ରାଜନୈତିକ ବିଦ୍ୱେଷ ଛିଞ୍ଚିଦେଇ ମଞ୍ଚରୁ ବିଦାୟ ନେଇଥିଲେ ପ୍ରଧାନମନ୍ତ୍ରୀ।

 



from Odisha Reporter http://bit.ly/2F93KeR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages