ଶନି ଗ୍ରହରେ ଦିନକ କେତେ ଘଣ୍ଟା ଜାଣନ୍ତି କି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 19, 2019

ଶନି ଗ୍ରହରେ ଦିନକ କେତେ ଘଣ୍ଟା ଜାଣନ୍ତି କି ?

ୱାଶିଂଟନ୍‌: ଆମେ ସମସ୍ତେ ବସବାସ କରୁଥିବା ପୃଥିବୀ ଗ୍ରହରେ ଗୋଟିଏ ଦିନ କେତେଘଣ୍ଟା ପଚାରିଲେ ସମସ୍ତେ ଆରାମରେ କହିପାରିବା ୨୪ ଘଣ୍ଟା। କିନ୍ତୁ ଶନି ଗ୍ରହରେ ଦିନକ କେତେ ଘଣ୍ଟା ଆପଣ ଜାଣିଛନ୍ତି କି? ଏହା ବୈଜ୍ଞାନିକମାନଙ୍କୁ ମଧ୍ୟ ଏଯାଏ ଜଣାନଥିଲା। କିନ୍ତୁ ବର୍ତ୍ତମାନ ‘ନାସା’ର କାସିନି ମହାକାଶ ଯାନ ଏହି ପ୍ରଶ୍ନର ଉତ୍ତର ଆଣିଛି।

ବହୁଦିନ ଧରି ରହସ୍ୟ ହୋଇ ରହିଥିବା ଏହି ପ୍ରଶ୍ନର ଉତ୍ତର ରଖି ନାସା ଜଣାଇଛି ଶନିଗ୍ରହରେ ପ୍ରାୟ ୧୦ ଘଣ୍ଟା ୩୦ ମିନିଟ୍‌ରେ ଗୋଟିଏ ଦିନ ବିତିଥାଏ। କାସିନି ମିଶନ୍‌ ଦ୍ୱାରା ସଂଗୃହୀତ ତଥ୍ୟରୁ ଏହା ଜଣାପଡ଼ିଛି। ଆଉ ଆମ ପୃଥିବୀର ଗୋଟିଏ ବର୍ଷ ଶନି ଗ୍ରହରେ ୨୯ ବର୍ଷ ସହିତ ସମାନ ବୋଲି ଜଣାଯାଇଛି।

ଏକ ବିଶାଳ ବଳୟ ମଧ୍ୟରେ ଶନି ଗ୍ରହ ଲୁଚି ଯାଉଥିବାରୁ ବର୍ତ୍ତମାନ ଯାଏ ସେଠାରେ ଦିନକ କେତେ ଘଣ୍ଟା, ସେ ନେଇ ଗବେଷଣା ହୋଇପାରିନଥିଲା। କାସିନି ମିଶନ ଅନ୍ତର୍ଗତ ଗବେଷଣା କାଳରେ ମାଧ୍ୟାକର୍ଷଣ ଶକ୍ତିର ପ୍ରଭାବରେ ଶନି ଗ୍ରହରେ ହେଉଥିବା କମ୍ପନରୁ ଏହି ହିସାବ କରାଯାଇଥିବା ନାସା ପକ୍ଷରୁ କୁହାଯାଇଛି।



from Odisha Reporter http://bit.ly/2RZQDTS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages