
ପାଟନା: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ଅଭିନେତା ଶତୃଘ୍ନ ସିହ୍ନା ଏଣିକି ଆଉ ଭିଆଇପି ଭଳି ସୁବିଧା ସୁଯୋଗ ପାଇବେ ନାହିଁ। ବିମାନବନ୍ଦରରେ ତାଙ୍କୁ ସାଧାରଣ ଲୋକଙ୍କ ଭଳି ବ୍ୟବହାର କରାଯିବ। ବିଶେଷ କରି ପାଟନା ଏୟାରପୋର୍ଟରେ ଶ୍ରୀ ସିହ୍ନାଙ୍କୁ ପୂର୍ବରୁ ମିଳୁଥିବା ସମସ୍ତ ସୁବିଧା ସୁଯୋଗକୁ ପ୍ରତ୍ୟାହାର କରି ନିଆଯାଇଥିବା ଜଣେ ବିମାନବନ୍ଦର ଅଧିକାରୀ କହିଛନ୍ତି।
ଜୟପ୍ରକାଶ ନାରାୟଣ ବିମାନବନ୍ଦରର ନିର୍ଦ୍ଦେଶକ ରାଜେନ୍ଦ୍ର ସିଂହ ଲାହାରୁୟା କହିଛନ୍ତି, “ ପୂର୍ବରୁ ବିମାନବନ୍ଦରରେ ଶ୍ରୀ ସିହ୍ନାଙ୍କୁ ସାଧାରଣ ଲୋକଙ୍କ ଭଳି ନିୟମିତ ଚେକିଂର ସମ୍ମୁଖୀନ ହେବାକୁ ପଡ଼ୁ ନଥିଲା। କିନ୍ତୁ ଏବେ ସେ ଭଳି ସୁବିଧା ଶ୍ରୀ ସିହ୍ନାଙ୍କୁ ମିଳିବ ନାହିଁ। ଏହି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜଣଙ୍କ ପୂର୍ବରୁ ନିଜର ଗାଡ଼ିକୁ ବିମାନବନ୍ଦର ଭିତରକୁ ନେଇ ବିମାନ ପାଖକୁ ସିଧା ଯାଇପାରୁଥିଲେ।
କିନ୍ତୁ ଏବେ ସେ ସୁବିଧା ତାଙ୍କୁ ମିଳି ପାରିବ ନାହିଁ।” ପୂର୍ବରୁ ସରକାରଙ୍କ ପକ୍ଷରୁ ଗତ ଜୁନ୍ ମାସ ପର୍ଯ୍ୟନ୍ତ ଶ୍ରୀ ସିହ୍ନାଙ୍କୁ ଏଭଳି ସୁବିଧା ମିଳିବ ବୋଲି କୁହାଯାଇଥିଲା। କିନ୍ତୁ ଏହାପରେ ଏହି ଅବଧିକୁ ବୃଦ୍ଧି କରାଯାଇ ନଥିଲା।
from Odisha Reporter http://bit.ly/2SvTJMu
No comments:
Post a Comment