
ନୂଆଦିଲ୍ଲୀ: ଆଜି ରାଫେଲ ଡିଲ୍କୁ ନେଇ ଲୋକସଭାରେ ମହାବିତର୍କ ଚାଲିଛି। ଏହି ବିତର୍କରେ ଭାଗନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବାରମ୍ବାର ଶିଳ୍ପପତୀ ଅନୀଲ ଅମ୍ବାନୀଙ୍କ ନାଁ ନେବାରୁ ବାଚସ୍ପତି ସୁମିତ୍ରା ମହାଜନ ଏଥିରେ କ୍ଷୁବ୍ଧ ହୋଇଥିଲେ। ଏଥିସହ ଅନୀଲ ଅମ୍ବାନୀଙ୍କ ନାଁ ନେବାକୁ ସେ ରାହୁଲ ଗାନ୍ଧିଙ୍କୁ ତାଗିଦ କରିଥିଲେ।
ରାହୁଲ କହିଥିଲେ ‘ ମୁଁ ତାଙ୍କ ନାଁ ନେଇପାରିବି ନାହିଁ?” ବାଚସ୍ପତି କହିଥିଲେ କାହା ନାଁ ନେଇ ଅଭିଯୋଗ କରିବା ସଂସଦର ନିୟମ ବାହାରେ। ଏହାପରେ ରାହୁଲ ଗାନ୍ଧି କହିଥିଲେ, ମାଡାମ ମୁଁ ତାଙ୍କୁ ଏଏ ବୋଲି ସମ୍ବୋଧନ କରିପାରିବ? ଏହା ଠିକ୍ ହେବ?” ଏହି ସମୟରେ ବିଜେପି ସଦସ୍ୟମାନେ ହୋହଲ୍ଲା କରିବାରୁ ରାହୁଲ ଗାନ୍ଧି ସେମାନଙ୍କୁ ତାଚ୍ଛଲ୍ୟ କରି କହିଥିଲେ ଯେ “ ଏଏ କ’ଣ ବିଜେପି ସଦସ୍ୟ?
ରାହୁଲ ତାଙ୍କ ଭାଷଣ ମଧ୍ୟରେ ଅନେକଥର ଏଏ ବୋଲି ବ୍ୟବହାର କରିବା ସହ ମଝିରେ ମଝିରେ ଅମ୍ବାନୀ ମଧ୍ୟ କହୁଥିଲେ। ସେ ଯେତେବେଳେ ଅମ୍ବାନୀ କହୁଥିଲେ ସେତେବେଳେ ତାଚ୍ଛଲ୍ୟ କରି “ ସରି, ଅମ୍ବାନୀ ନୁହେଁ ଏଏ ବୋଲି ମଧ୍ୟ କହିଥିଲେ।
ରାହୁଲଙ୍କ ଅଭିଯୋଗ ଅନୁଯାୟୀ, ଅନୀଲ ଅମ୍ବାନୀଙ୍କ ରିଲାନ୍ସ ଗ୍ରୁପ୍କୁ ପାର୍ଟନର କରିବା ପାଇଁ ପ୍ରଧାନମନ୍ତ୍ରୀ ରାଫେଲ ଯୁଦ୍ଧ ବିମାନ ନିର୍ମାଣ କରୁଥିବା ଡାସଲଟ୍ କମ୍ପାନୀ ଉପରେ ଚାପ ପକାଇଛନ୍ତି। ଏଥିପାଇଁ ୩୦ ହଜାର କୋଟିର ହେରଫେର ହୋଇଥିବା ରାହୁଲ ଦାବି କରିଛନ୍ତି।
from Odisha Reporter http://bit.ly/2s5NLqc
No comments:
Post a Comment