ମଙ୍ଗଳବାର ୨ୟ ଦିନିକିଆ: ଭାରତ ଆଗରେ କର ବା ମର ଚ୍ୟାଲେଞ୍ଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 14, 2019

ମଙ୍ଗଳବାର ୨ୟ ଦିନିକିଆ: ଭାରତ ଆଗରେ କର ବା ମର ଚ୍ୟାଲେଞ୍ଜ

ଆଡେଲେଡ୍‌: ଟେଷ୍ଟ ସିରିଜ୍ ବିଜୟ ପରେ ଆତ୍ମବିଶ୍ୱାସ ଭରା ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନକିଆରେ ପରାସ୍ତ ହୋଇଛି। ଏହି ପରାଜୟ ପରେ ଭାରତ ୩ ଟିକିଆ ଦିନିକିଆ ସିରିଜ୍‌ରେ ୧-୦ରେ ପଛୁଆ ହୋଇଯାଇଛି। ତେଣୁ ଆସନ୍ତାକାଲି ଭାରତକୁ ଦ୍ୱିତୀୟ ଦିନିକିଆରେ ଯେମିତି ହେଲେ ଜିତିବାକୁ ପଡ଼ିବ। ନଚେତ୍‌ ସିରିଜ୍‌ ହାତରୁ ଖସିଯିବ।

ତେଣୁ ଭାରତ ଆସନ୍ତକାଲି କର ବା ମର ସ୍ଥିତିରେ ରହିବ। ଦଳ ପାଇଁ ମଧ୍ୟକ୍ରମ ବ୍ୟାଟିଂ ଚିନ୍ତାର ବିଷୟ ହୋଇଛି। ଏଥିସହ ଟିମ୍‌ର ସବୁଠାରୁ ବରିଷ୍ଠ ମହେନ୍ଦ୍ର ସିଂହ ଧୋନିଙ୍କ ଧିମା ବ୍ୟାଟିଂ ମଧ୍ୟ ଟିମ୍‌ ମ୍ୟାନେଜମେଣ୍ଟର ମୁଣ୍ଡବ୍ୟଥା ବଢ଼ାଇ ଦେଇଛି।

ଆଡେଲେଡ୍‌ରେ ଦଳ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିଥିଲା। ଏଥିରେ ବିଜୟ ମଧ୍ୟ ହୋଇଥିଲା। ତେଣୁ ଦଳ ଏଥର ବିଜୟ ସହ ସିରିଜ୍‌ରେ କମ୍‌ବ୍ୟାକ୍‌ କରିବାକୁ ଲକ୍ଷ୍ୟ ରଖିବ। ଦଳ ଏଥର ଏକାଧିକ ପରିବର୍ତ୍ତନ କରିପାରେ। ଅମ୍ବାତି ରାୟୁଡୁ ଓ ଦୀନେଶ କାର୍ତ୍ତିକଙ୍କ ମଧ୍ୟରୁ ଜଣଙ୍କୁ ବେଞ୍ଚରେ ବସାଇ ଅଲରାଉଣ୍ଡର କେଦାର ଯାଦବଙ୍କୁ ସୁଯୋଗ ଦେବାକୁ ଦଳର ମ୍ୟାନେଜମେଣ୍ଟ ଚିନ୍ତା କରୁଛି। ତେଣୁ ସ୍ପିନିଂ ଯୋଡ଼ି ଭାବେ ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବଙ୍କ ସହ କେଦାର ଯାଦବ ସାମିଲ ହେବେ।

ଅମ୍ବାତି ରାୟୁଡୁ ଏସିଆ କପ୍‌ଠାରୁ କୌଣସି ବଡ଼ ଇନିଂସ୍‌ ଖେଳିନାହାନ୍ତି। ତେଣୁ ଚୂଡ଼ାନ୍ତ ଏକାଦଶରେ ଦୀନେଶ କାର୍ତ୍ତିକଙ୍କୁ ସାମିଲ କରାଯିବାର ସମ୍ଭାବନା ଯଥେଷ୍ଟ ରହିଛି। ଏପରି ହେଲେ ଧୋନି ୪ ନଂରେ ଓ କାର୍ତ୍ତିକ ୫ ନଂ ସ୍ଥାନରେ ବ୍ୟାଟିଂ କରିବେ।

ସେହିପରି ଯଦି ବୋଲିଂ ବାହିନୀ କଥା ଉଠେ, ତା’ହେଲେ ଖଲୀଲ ଅହମ୍ମଦ ପୂର୍ବମ୍ୟାଚ୍‌ରେ ଏକମାତ୍ର ପ୍ରଭାବହୀନ ବୋଲର ଥିଲେ। ତାଙ୍କୁ ବଦଳାଯାଇପାରେ। ତେଣୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଦଳରେ ଦଳରେ ଯୋଗ ଦେଇଥିବା ବିଜୟ ଶଙ୍କରଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇ ପାରେ।

ସେ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ନିଜର ପ୍ରଭାବ ଦେଖାଇବାର କ୍ଷମତା ରଖିଛନ୍ତି। କିନ୍ତୁ ସେ ସୋମବାର ଅଷ୍ଟ୍ରେଲିଆରେ ପହଞ୍ଚିଥିବାରୁ ତାଙ୍କୁ ବିଶ୍ରାମ ଦିଆଯିବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ।

ଅନ୍ୟପକ୍ଷରେ ପ୍ରଥମ ମ୍ୟାଚ୍‌କୁ ୩୪ ରନ୍‌ରେ ଜିତିଥିବା ଅଷ୍ଟ୍ରେଲିଆ ଟିମ୍‌ରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା କ୍ଷୀଣ।

ସମ୍ଭାବ୍ୟ ଭାରତୀୟ ଦଳ: ରୋହିତ ଶର୍ମା, ଶିଖର ଧୱନ,ବିରାଟ କୋହଲି, ଅମ୍ବାତି ରାୟୁଡୁ/କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି(ୱି), ଦୀନେଶ କାର୍ତ୍ତିକ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ମହମ୍ମଦ ଶାମି ଓ ଖଲୀଲ ଅହମ୍ମଦ/ ବିଜୟ ଶଙ୍କର।

ସାମ୍ଭାବ୍ୟ ଅଷ୍ଟ୍ରେଲୀୟ ଦଳ: ଆରୋନ୍‌ ଫିଞ୍ଚ, ଆଲେକ୍ସ କେରୀ, ଉସମାନ ଖ୍ୱାଜା, ଶନ୍‌ ମାର୍ଶ, ପିଟର ହ୍ୟାଣ୍ଡସ୍କମ୍ୱ, ଗ୍ଲେନ୍‌ ମ୍ୟାକ୍ସୱେଲ, ମାର୍କସ ଷ୍ଟୋଇନିସ୍‌, ନେଥନ ଲାୟନ, ପିଟର ସିଡଲ୍‌, ଜେ ରିଚାର୍ଡସନ୍‌, ଜେସନ୍‌ ବେହେରନ୍‌ଡର୍ଫ।



from Odisha Reporter http://bit.ly/2MbyU6A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages