
ଆରାରିଆ: ବିହାରରେ ଭିଡ଼ ହିଂସା ଥମିବାର ନାଁ ଧରୁନି। ଗତ ୨୪ ଘଣ୍ଟାରେ ୩ ଜଣଙ୍କୁ କଙ୍ଗାରୁ କୋର୍ଟରେ ଦଣ୍ଡ ସ୍ୱରୂପ ପିଟିପିଟି ହତ୍ୟା କରାଯାଇଛି। ଆରଜେଡି ନେତାଙ୍କୁ ଗୁଳି କରାଯିବା ଘଟଣାରେ ୨ ଜଣଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ବେଳେ ଏବେ ଏକ ଗାଈ ଚୋରି ଘଟଣାରେ ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କୁ ୩୦୦ରୁ ଅଧିକ ଲୋକ ପିଟିପିଟି ମାରିଦେଇଛନ୍ତି। ବିହାରର ଆରାରିଆ ଜିଲ୍ଲାରେ ଏଭଳି ଘଟଣା ଘଟିଛି।
କାବୁଲ ମିଆଁଙ୍କୁ ଶତାଧିକ ଲୋକ ଗୋଇଠା ମାରୁଥିବାର ଏବଂ କାଠ ଫାଳିଆରେ ପିଟୁଥିବାର ଏକ ଭିଡିଓ ଭାଇରାଲ ହୋଇଛି। ସେହିପରି ମାଡ଼ ମାରୁଥିବା ଲୋକମାନେ ପରସ୍ପରକୁ କାବୁଲ ମିଆଁଙ୍କୁ ଆକ୍ରମଣ କରିବାକୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଛି। ଏପରି କି ସେମାନେ କାବୁଲଙ୍କ ପ୍ୟାଣ୍ଟ ଖୋଲି ତାଙ୍କୁ ତଳେ ଘୋଷାରି ନେଉଥିବା ଦେଖିବାକୁ ମିଳିଛି। ଏଥିରୁ ରକ୍ଷା ପାଇଁ କାବୁଲ ମିଆଁ ଯେତେ ନେହୁରା ହୋଇଥିଲେ ହେଁ ଲୋକମାନେ ଏଥିପ୍ରତି କର୍ଣ୍ଣପାତ କରି ନଥିଲେ। ତାଙ୍କ ଜୀବନ ଚାଲିଯିବା ପର୍ଯ୍ୟନ୍ତ ସେମାନେ ତାଙ୍କୁ ପିଟି ଚାଲିଥିଲେ।
ଘଟଣାଟି ଡିସେମ୍ବର ୨୯ରେ ଘଟିଥିବା ବେଳେ ଆଜି ଏହା ସାମ୍ନାକୁ ଆସିଛି। ଯେଉଁଥିରେ କିଛି ଆକ୍ରମଣକାରୀଙ୍କ ମୁହଁ ଦେଖାଯାଉଛି। ତେବେ ପୁଲିସ୍ ଏଯାଏ କାହାକୁ ଗିରଫ କରିନାହିଁ।
from Odisha Reporter http://bit.ly/2SyBTbT
No comments:
Post a Comment