ପ୍ରଧାନମନ୍ତ୍ରୀଙ୍କୁ ୫ଟି ପ୍ରଶ୍ନ ପଚାରିଲେ ପିସିସି ମୁଖ୍ୟ ନିରଞ୍ଜନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 14, 2019

ପ୍ରଧାନମନ୍ତ୍ରୀଙ୍କୁ ୫ଟି ପ୍ରଶ୍ନ ପଚାରିଲେ ପିସିସି ମୁଖ୍ୟ ନିରଞ୍ଜନ

niranjan2

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲାଙ୍ଗିର ଗସ୍ତରେ ଆସୁଛନ୍ତି। ସେ ସ୍ଥାନୀୟ ରେଳ ଷ୍ଟେସନଠାରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ପରେ ଏକ ଦଳୀୟ ସଭାରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏହାକୁ ନେଇ ଦଳୀୟ କର୍ମୀ ଉତ୍ସାହୀ ଥିବା ବେଳେ ଆଜି ରାଜ୍ୟ କଂଗ୍ରେସ ମୁଖିଆ ନିରଞ୍ଜନ ପଟ୍ଟନାୟକ ପ୍ରଧାନମନ୍ତ୍ରୀକୁ ୫ ପ୍ରଶ୍ନ ପଚାରିଛନ୍ତି। ଏହାର ଜବାବ ପ୍ରଧାନମନ୍ତ୍ରୀ ଦିଅନ୍ତୁ ବୋଲି ସେ ଆହ୍ଵାନ ଦେଇଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି-“ନିର୍ବାଚନ ପୂର୍ବରୁ ସ୍ୱାମୀନାଥନ କମିଟି ସୁପାରିସ ଅନୁସାରେ MSP ଲାଗୁ କରାଯିବ ବୋଲି ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଆଜିପର୍ଯ୍ୟନ୍ତ କାହିଁକି ସ୍ୱାମୀନାଥନ କମିଟି ସୁପାରିସ ଅନୁସାରେ MSP ଲାଗୁ କରାଗଲା ନାହିଁ? ଓଡ଼ିଶା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଏହାର ଉତ୍ତର ଚାଷୀ ଭାଇମାନଙ୍କୁ ଦିଅନ୍ତୁ। ବର୍ଷକୁ ୨ କୋଟି ଚାକିରି ଦେବେ ବୋଲି ମୋଦି କହିଥିଲେ। ଓଡ଼ିଶାରେ କେତେ ଜଣ ଚାକିରି ପାଇଛନ୍ତି? ରାଫେଲ ଯୁଦ୍ଧ ବିମାନ ନିର୍ମାଣ ଦାୟିତ୍ୱ କାହିଁକି ହାଲ୍‌କୁ ଦେଲେ ନାହିଁ କେନ୍ଦ୍ର ସରକାର? କେବିକେ ଯୋଜନା ବନ୍ଦ କରିଦେଲେ। ଏଥିପାଇଁ ସ୍ୱତନ୍ତ୍ର ଅନୁଦାନ କାହିଁକି ଦିଆଯାଉ ନାହିଁ? ଚିଟ୍‌ଫଣ୍ଡ କେଳେଙ୍କାରୀ ତଦନ୍ତ କରୁଥିବା ସିବିଆଇ କାହିଁକି ଚୁପ୍ ବସିଛି?”



from Odisha Reporter http://bit.ly/2FvLPix

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages