ଡାକ୍ତରଙ୍କ ଜୀବନ ବଞ୍ଚାଇଦେଲା ପୋଷା କୁକୁର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 29, 2019

ଡାକ୍ତରଙ୍କ ଜୀବନ ବଞ୍ଚାଇଦେଲା ପୋଷା କୁକୁର

ମୁମ୍ୱାଇ: ଦୁନିଆ ସବୁଠାରୁ ଚାଲାକ ପ୍ରାଣୀ ହେଉଛି ମଣିଷ। ସେ ନିଜର ବୁଦ୍ଧି ଓ କୌଶଳ ବଳରେ ଜୀବଜନ୍ତୁଙ୍କୁ ବଶ କରି ରଖିଥାଏ। ପରବର୍ତ୍ତୀ ସମୟରେ ନିଜର କାମରେ ତାକୁ ନିୟୋଜିତ କରିଥାଏ। କିନ୍ତୁ ବଶ କରି ରଖିଥିବା ପ୍ରାଣୀ ଦରକାର ପଡିଲେ ତା ମୁନିବର ଜୀବନ ରକ୍ଷା ମଧ୍ୟ କରିପାରେ। ଏମିତି ଏକ ଘଟଣା ମହାରାଷ୍ଟ୍ରର ପୁନେ ସହରରେ ଘଟିଛି। ଅନ୍ୟର ଜୀବନ ବଞ୍ଚାଉଥିବା ଜଣେ ଡାକ୍ତରଙ୍କୁ ବଞ୍ଚାଇଛି ତାଙ୍କ ପୋଷା କୁକୁର। ଏମିତି ଘଟଣା ପୁଣେ ସହରରେ ଘଟିଛି।

କୁକୁର ନାଁ ବ୍ରାଉନି। ୧୬ ବର୍ଷ ତଳେ ବ୍ରାଉନିକୁ କିଣିଥିଲେ ଡାକ୍ତର ରମେଶ ସଞ୍ଚେତି। ନିଜର ଜଞ୍ଜାଳମୟ ଜୀବନରୁ ସମୟ ମିଳିଲେ ଡାକ୍ତର କୁକୁର ସହିତ ସମୟ ଅତିବାହିତ କରୁଥିଲେ। କିନ୍ତୁ ଗତ କିଛି ଦିନ ହେଲା ଡାକ୍ତର ରମେଶଙ୍କ ସ୍ୱାସ୍ଥ୍ୟ ଭଲ ରହୁନଥିଲା। ତାଙ୍କର କିଡ୍‌ନୀ ଖରାପ ହୋଇଯିବା ଯୋଗୁ ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ହୋଇ ଘରକୁ ଫେରିବା ପରେ ବ୍ରାଉନିର ଯତ୍ନ ନେଇପାରିଲେ ନାହିଁ। ସେଥିପାଇଁ ବ୍ରାଉନିକୁ ପଡ଼ୋଶୀ ଶାହାଙ୍କୁ ଦେଇଦେଇଥିଲେ।

ଜାନୁଆରୀ ୨୩ ତାରିଖ ମଧ୍ୟାହ୍ନ ସାଢ଼େ ୧୨ଟା। ଶାହା କୁକୁର ବ୍ରାଉନିକୁ ଖାଇବାକୁ ଦେଉଥିଲେ। ମାତ୍ର ବାଉନି ଖାଉନଥିଲା। କିନ୍ତୁ ବାରମ୍ୱାର ପଡ଼ୋଶୀ ଡାକ୍ତରଙ୍କ ଝରକାକୁ ଅନାଇ ଭୁକୁଥିଲା। ପ୍ରଥମେ ବ୍ରାଉନି ଭୁକିବାର କାରଣ ଜାଣିପାରୁନଥିଲେ ଶାହା। ପରେ ଝରକା ପାଖକୁ ଯାଇ ଦେଖନ୍ତି ଡାକ୍ତର ରମେଶ ସଞ୍ଚେତି ଘରର ଚଟାଣରେ ପଡ଼ି ରହିଛନ୍ତି। ହାର୍ଟ ଆଟାକ୍‌ ଯୋଗୁ ସେ ତଳେ ପଡ଼ି ଯାଇଛନ୍ତି। ଶାହା ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଥିଲେ।

ଡାକ୍ତର ରମେଶ ଘରେ ଏକୁଟିଆ ରୁହନ୍ତି। ପତ୍ନୀ ମୁମ୍ୱାଇରେ ରହୁଥିବା ବେଳେ ପୁଅ ବାହାରେ ରୁହନ୍ତି। ଏକମାତ୍ର ଝିଅ ଆମେରିକାରେ ରୁହନ୍ତି। ଦୁଇ ବର୍ଷ ତଳେ ନିଜର କିଡ୍‌ନୀ ୫୦ ପ୍ରତିଶତ ଖରାପ ହୋଇଥିବାରୁ ଡାକ୍ତର ରମେଶ ୧୬ ବର୍ଷ ତଳେ ଘରକୁ ଆଣିଥିବା କୁକୁର ବ୍ରାଉନୀକୁ ପଡୋଶୀ ଶାହାଙ୍କୁ ଦେଇଥିଲେ। ସେ ସେଦିନ ଭୁକିନଥିଲେ ହୃଦଘାତ କାରଣରୁ ଠିକ ସମୟରେ ଚିକିତ୍ସା ନପାଇ ରମେଶଙ୍କ ପ୍ରାଣବାୟୁ ଉଡ଼ିଯାଇଥାନ୍ତା।



from Odisha Reporter http://bit.ly/2FWixuE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages