
ଥିରୁଭନନ୍ତପୁରମ୍: ଅଶାନ୍ତ କେରଳରେ ପୁଣିଥରେ ଘନଘନ ବୋମା ମାଡ଼ ହୋଇଛି। ପ୍ରଥମେ ବାମପନ୍ଥୀ ଦଳର ବିଧାୟକଙ୍କ କାର୍ ଉପରକୁ ଦୁର୍ବୃତ୍ତମାନେ ବୋମା ମାଡ଼ କରିଥିବା ବେଳେ ଏହାର କିଛି ଘଣ୍ଟା ପରେ ବିଜେପି ସାଂସଦଙ୍କ ଘର ଉପରେ ଘନଘନ ବୋମା ମାଡ଼ ହୋଇଛି।
ବିଜେପି ସାଂସଦ ଭି ମୁରଲୀଧରନ୍ଙ୍କ କନ୍ନୁର ଜିଲ୍ଲା ଥଲାସେରୀ ସ୍ଥିତ ବାସଭବନ ଉପରେ ଏଭଳି ବୋମାମାଡ଼ ହୋଇଛି। ଏହି ସମୟରେ ତାଙ୍କ ପରିବାର ଲୋକ ଘର ମଧ୍ୟରେ ଶୋଇଥିଲେ। ତେବେ ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି। ଏହି ଘଟଣା ପାଇଁ ସାଂସଦ ମୁରଲୀଧରନ୍ ବାମପନ୍ଥୀ ଦଳର ହାତ ରହିଥିବା ଅଭିଯୋଗ କରିଛନ୍ତି।
ଏହି ବୋମାମାଡ଼ ପୂର୍ବରୁ ଶୁକ୍ରବାର ରାତି ପ୍ରାୟ ୧୦ଟା ବେଳେ ସିପିଏମ୍ ବିଧାୟକ ଏନ୍ ସମଶେରଙ୍କ ଗାଡ଼ି ଉପରକୁ ବୋମା ମାଡ଼ ହୋଇଥିଲା। ଏହି ଘଟଣା ପଛରେ ସେ ବିଜେପି ଓ ଆର୍ଏସ୍ଏସ୍ ସଦସ୍ୟଙ୍କ ହାତ ରହିଥିବା ଅଭିଯୋଗ କରିଥିଲେ।
ସାବରୀମାଳା ମନ୍ଦିରରେ ମହିଳା ପ୍ରବେଶକୁ ନେଇ ସମଗ୍ର କେରଳରେ ଉତ୍ତେଜନା ଲାଗି ରହିଛି। ଶାନ୍ତି ଫେରାଇ ଆଣିବାକୁ ଆୟୋଜିତ ଏକ ବୈଠକରେ ଯୋଗଦେଇ ସମଶେର ଫେରୁଥିବା ବେଳେ ତାଙ୍କ ଗାଡ଼ି ଉପରକୁ ବୋମା ମାଡ଼ ହୋଇଥିଲା। ଏଥିରେ ଗାଡ଼ିଟି କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣାରେ ପୁଲିସ୍ ୨୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
from Odisha Reporter http://bit.ly/2CPGBMN
No comments:
Post a Comment