କଂଗ୍ରେସ ଛାଡ଼ିବାର ପ୍ରଶ୍ନ ଉଠୁନି, କହିଲେ ପ୍ରଫୁଲ୍ଲ ମାଝୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 19, 2019

କଂଗ୍ରେସ ଛାଡ଼ିବାର ପ୍ରଶ୍ନ ଉଠୁନି, କହିଲେ ପ୍ରଫୁଲ୍ଲ ମାଝୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂଙ୍କ ବିରୁଦ୍ଧରେ କଂଗ୍ରେସ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ଦଳ ଡିଆଁ ପାଇଁ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥିବା ବିଧାୟକମାନେ ଏବେ ସ୍ପଷ୍ଟୀକରଣ ଦେବା ଆରମ୍ଭ କରିଛନ୍ତି।

କଂଗ୍ରେସ ବିଧାୟକ ଯାକବ ପ୍ରଧାନ ଦଳ ଛାଡ଼ିବାକୁ ନେଇ ଗଣମାଧ୍ୟମରେ ପ୍ରଚାରିତ ଖବରକୁ ଭିତ୍ତିହୀନ ବୋଲି ଦର୍ଶାଇ କଂଗ୍ରେସରେ ରହିବେ ବୋଲି ସ୍ପଷ୍ଟ କରିଥିବାବେଳେ ଆଜି ଦଳର ଆଉ ଜଣେ ବିଧାୟକ ମୁହଁ ଖୋଲିଛନ୍ତି। ସୁନ୍ଦରଗଡ଼ ତଳସରା ବିଧାୟକ ଡାକ୍ତର ପ୍ରଫୁଲ୍ଲ ମାଝୀ ଦଳ ଛାଡ଼ିବାକୁ ନେଇ ହେଉଥିବା ଚର୍ଚ୍ଚା ପାଇଁ ଗଣମାଧ୍ୟମକୁ ଦୋଷ ଦେବା ସହ ସମସ୍ତ ନେତା ଏକାଭଳି ନୁହଁନ୍ତି ବୋଲି କହିଛନ୍ତି।

ଆଜି ସଚିବାଳୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡାକ୍ତର ମାଝୀ କହିଛନ୍ତି, ସେ କଂଗ୍ରେସ ଛାଡ଼ିବାର ପ୍ରଶ୍ନ ଉଠୁନି। କିମ୍ବା ସେ କୌଣସି ଦଳକୁ ଯିବେ ନାହିଁ। ଛତିଶଗଡ଼ ନିର୍ବାଚନର ପ୍ରଭାବ ତାଙ୍କ ନିର୍ବାଚନମଣ୍ଡଳୀରେ ଅନୁଭୂତ ହୋଇଛି। ଛତିଶଗଡ଼କୁ ତାଙ୍କ ନିର୍ବାଚନମଣ୍ଡଳୀ ତଳସରା ଲାଗିଥିବାରୁ ସେ କଂଗ୍ରେସ ଟିକେଟରେ ଲଢ଼ିଲେ ଫାଇଦାରେ ରହିବେ। ତେବେ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ ସେ ସୁନ୍ଦରଗଡ଼ ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀ ହେଉନଥିବା ସ୍ପଷ୍ଟ କରିଛନ୍ତି। ସେ ତଳସରାରୁ ହିଁ ବିଧାୟକ ପ୍ରାର୍ଥୀ ହେବେ। ଭୁଲବଶତଃ ତାଙ୍କ ପତ୍ନୀ ଏଭଳି ଏକ ମନ୍ତବ୍ୟ ଦେଇଥିଲେ,ଯାହାର କୌଣସି ଆଧାର ନାହିଁ ବୋଲି ସେ କହିଛନ୍ତି।

ଯୋଗେଶ ସିଂ ଦଳ ଛାଡ଼ିବା ଦ୍ୱାରା ସୁନ୍ଦରଗଡ଼ରେ କଂଗ୍ରେସ ସଂଗଠନ ପ୍ରଭାବିତ ହେବ କି ବୋଲି ପ୍ରଶ୍ନର ଉତ୍ତରରେ ଡାକ୍ତର ମାଝୀ କହିଛନ୍ତି ଯେ, ଦଳ ପୂର୍ବ ତୁଳନାରେ ଅଧିକ ସୁଦୃଢ଼ ହେବ। ଛତିଶଗଡ଼ରେ କଂଗ୍ରେସ ସରକାର ଗଢ଼ିବାର ସୁଫଳ ସୁନ୍ଦରଗଡ଼ରେ ଅନୁଭୂତ ହେବ। ଯେଉଁମାନେ ଏବେ କଂଗ୍ରେସ ଛାଡ଼ି ଅନ୍ୟ ଦଳକୁ ପଳାୟନ କରୁଛନ୍ତି ତା’ର ବିଶେଷ ଫରକ କଂଗ୍ରେସ ସଂଗଠନ ଉପରେ ପଡ଼ିବ ନାହିଁ। କାଁ ଭାଁ ବିଧାୟକ ଦଳ ଛାଡ଼ୁଛନ୍ତି କିନ୍ତୁ ଅନେକ ବରିଷ୍ଠ ନେତା ଏବେ କଂଗ୍ରେସରେ ମିଶିବାର ସମ୍ଭାବନା ରହିଛି। ତେବେ ଦଳରେ କେଉଁ ବରିଷ୍ଠ ନେତା ସାମିଲ ହେବେ ସେ ନେଇ ଡାକ୍ତର ମାଝୀ କିଛି ସ୍ପଷ୍ଟ କରିନାହାନ୍ତି।



from Odisha Reporter http://bit.ly/2QYgjMo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages