ଓଡ଼ିଶାର ରାକେଶ ଚନ୍ଦ୍ର ବେହେରାଙ୍କୁ ମରଣୋତ୍ତର ଭାବେ ସର୍ବୋତ୍ତମ ଜୀବନ ରକ୍ଷା ପଦକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 25, 2019

ଓଡ଼ିଶାର ରାକେଶ ଚନ୍ଦ୍ର ବେହେରାଙ୍କୁ ମରଣୋତ୍ତର ଭାବେ ସର୍ବୋତ୍ତମ ଜୀବନ ରକ୍ଷା ପଦକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୮ ପାଇଁ ୪୮ ଜଣଙ୍କୁ ଜୀବନ ରକ୍ଷା ପଦକ ପୁରସ୍କାର ପ୍ରଦାନ ସକାଶେ ରାଷ୍ଟ୍ରପତି ମଞ୍ଜୁରି ପ୍ରଦାନ କରିଛନ୍ତି । ସେମାନଙ୍କ ମଧ୍ୟରେ ୮ ଜଣଙ୍କୁ ସର୍ବୋତ୍ତମ ଜୀବନ ରକ୍ଷା ପଦକ, ୧୫ ଜଣଙ୍କୁ ଉତ୍ତମ ଜୀବନ ରକ୍ଷା ପଦକ ଏବଂ ୨୫ ଜଣଙ୍କୁ ଜୀବନ ରକ୍ଷା ପଦକ ପ୍ରଦାନ କରାଯିବ। ଏମାନଙ୍କ ମଧ୍ୟରେ ୮ ଜଣଙ୍କୁ ମରଣୋତ୍ତର ଭାବେ ପୁରସ୍କାର ପ୍ରଦାନ ସକାଶେ ସୁପାରିସ କରାଯାଇଛି।

ଓଡ଼ିଶାର ରାକେଶ ଚନ୍ଦ୍ର ବେହେରାଙ୍କୁ ମରଣୋତ୍ତର ଭାବେ ସର୍ବୋତ୍ତମ ଜୀବନ ରକ୍ଷା ପଦକ ପ୍ରଦାନ କରାଯିବ।

ଉଲ୍ଲେଖଯୋଗ୍ୟ, ଜଣେ ବ୍ୟକ୍ତିଙ୍କ ଜୀବନ ରକ୍ଷା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ ଜୀବନ ରକ୍ଷା ପଦକ ସିରିଜର ପୁରସ୍କାର ପ୍ରଦାନ କରାଯାଉଛି। ତିନୋଟି ଶ୍ରେଣୀରେ, ଯଥା ସର୍ବୋତ୍ତମ ଜୀବନ ରକ୍ଷା ପଦକ, ଉତ୍ତମ ଜୀବନ ରକ୍ଷା ପଦକ ଏବଂ ଜୀବନ ରକ୍ଷା ପଦକ, ଏହା ପ୍ରଦାନ କରାଯାଉଛି। ଯେକୌଣସି ବର୍ଗର ବ୍ୟକ୍ତିଙ୍କୁ ଏଭଳି କାର୍ଯ୍ୟ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ଏପରିକି ମରଣୋତ୍ତର ଭାବେ ମଧ୍ୟ ଏହା ପ୍ରଦାନ କରାଯାଉଛି। ପୁରସ୍କାର ସ୍ୱରୂପ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଦସ୍ତଖତ ଥିବା ପଦକ, ପ୍ରମାଣପତ୍ର ସହ କିଛି ଅର୍ଥ ପୁରସ୍କାର କେନ୍ଦ୍ର ମନ୍ତ୍ରଣାଳୟ/ସଙ୍ଗଠନ/ରାଜ୍ୟ ସରକାରଙ୍କ ଦ୍ୱାରା ଚୟନ ହୋଇଥିବା ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଥାଏ।



from Odisha Reporter http://bit.ly/2TiomFS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages