
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅନ୍ତରୀଣ ବଜେଟ୍ରେ ଅଣ ସଂଗଠିତ ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ଯେଉଁମାନଙ୍କ ମାସିକ ଆୟ ୧୫ ହଜାରରୁ କମ୍ ଥିବ ସେମାନଙ୍କୁ ୬୦ ବର୍ଷର ଅବସର ପରେ କେନ୍ଦ୍ର ସରକାର ୩ ହଜାର ଟଙ୍କା ଲେଖାଏ ପେନସନ୍ ଦେବେ। ଏଥିପାଇଁ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମନଧନ ଯୋଜନା ପ୍ରଣୟନ କରିଛନ୍ତି। ତେବେ କେମିତି ଏହି ୩ ହଜାର ଟଙ୍କା ମିଳିବ।
ଅଣ ସଗଂଠିତ ଶ୍ରମିକମାନେ ଏହି ଯୋଜନାରେ ସାମିଲ ହେବା ସହ ଚାକିରି କାଳ ମଧ୍ୟରେ ମାସକୁ ୧୦୦ ଟଙ୍କା ଲେଖାଏ ଜମା କରିବେ। ଏହି ଟଙ୍କା ସହ କେନ୍ଦ୍ର ସରକାର ଅବସର ପରେ ଆବଶ୍ୟକ ଟଙ୍କା ମିଶାଇ ସେମାନଙ୍କୁ ୩ ହଜାର ଟଙ୍କାର ପେନସନ ଦେବେ। ଏହି ଯୋଜନା ଦ୍ୱାରା ଦେଶର ପ୍ରାୟ ୧୦ କୋଟି ଶ୍ରମିକ ଲାଭବାନ ହେବେ। ଏହା ବିଶ୍ୱର ପ୍ରଥମ ସର୍ବବୃହତ ପେନସନ୍ ଯୋଜନାର ମାନ୍ୟତା ମଧ୍ୟ ପାଇବ।
from Odisha Reporter http://bit.ly/2HFuR3Y
No comments:
Post a Comment