ଚାକିରି ନାଁ ୧୦ ଲକ୍ଷ ଟଙ୍କା ଠକିନେଲେ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 1, 2019

ଚାକିରି ନାଁ ୧୦ ଲକ୍ଷ ଟଙ୍କା ଠକିନେଲେ!

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ବିଦେଶରେ ଚାକିରି କରାଇଦେବା ନାଁରେ ୧୦ ଲକ୍ଷ ଠକେଇ ଅଭିଯୋଗ ହୋଇଛି। ଏପରି ଅଭିଯୋଗ କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସିଛି। ଆଳି, ରାଜକନିକା ଓ ରାଜନଗର ଅଞ୍ଚଳର ଯୁବକ ମାନଙ୍କୁ କୁଏତରେ ଚାକିରି କରାଇଦେବା କହି ଜଣେ ବ୍ୟକ୍ତି ୧୦ ଲକ୍ଷ ଠକି ନେଇଥିବା ରାଜକନିକା ଥାନାରେ ଅଭିଯୋଗ ହୋଇଛି।

ରାଜକନିକା ଅଞ୍ଚଳର ବିଶ୍ୱଜିତ ସ୍ୱାଇଁଙ୍କ ବିରୋଧରେ ଏହି ଅଭିଯୋଗ ଆସିଛି। ସେ ୧୨ଜଣ ଯୁବକଙ୍କଠାରୁ କୁଆଡ଼େ ୬୦ ହଜାର ଟଙ୍କା ଲେଖାଏ ନେଇଛନ୍ତି। ଏହାପରେ କୁଏତ ଯିବା ପାଇଁ ଭିସା, ପାସପୋର୍ଟ ଓ ଫ୍ଲାଇଟ ଟିକେଟ ମଧ୍ୟ ଦେଇଛନ୍ତି। କିନ୍ତୁ ଏସବୁ ଯାଞ୍ଚ ବେଳେ ନକଲି ବୋଲି ଜଣାପଡ଼ିଥିଲା। ଏହାପରେ ଠକାମୀର ଶିକାର ହୋଇଥିବା ବ୍ୟକ୍ତି ଥାନାରେ ବିଶ୍ୱଜିତଙ୍କ ନାଁରେ ଏତଲା ଦେଇଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।



from Odisha Reporter http://bit.ly/2HXetMD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages