
ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କର ଶେଷ ସୁଯୋଗ କୁହାଯାଉଥିବା ଅନ୍ତରୀଣ ବଜେଟ୍କୁ ନେଇ ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ସେ ବଜେଟ୍ ଅଭିଭାଷଣ ପରେ କିଛି କହିବାକୁ ଅମଙ୍ଗ ହେବାପରେ ଟ୍ୱିଟ୍ କରି ବଜେଟକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଚାଷୀମାନଙ୍କୁ ବାର୍ଷିକ ୬୦୦୦ ଟଙ୍କାର ସର୍ବନିମ୍ନ ଆୟ ସହାୟତା ମିଳୁଥିବାବେଳେ ଦିନକୁ ମାତ୍ର ୧୭ ଟଙ୍କା ପଡ଼ୁଥିବାରୁ ଚାଷୀଙ୍କ କାମ ଏବଂ ଅବଦାନ ପ୍ରତି ଏହା ଅପମାନ ବୋଲି ସେ କହିଛନ୍ତି।
ସେ ଏହି ଟ୍ୱିଟ୍ରେ କହିଛନ୍ତି, “ପ୍ରିୟ ନୋମୋ, ଆପଣଙ୍କ ଅପାରଗତା ଏବଂ ଅହଂକାରର ୫ ବର୍ଷ ଆମ ଚାଷୀମାନଙ୍କ ଜୀବନ ନଷ୍ଟ କରିଦେଇଛି। ସେମାନଙ୍କୁ ଦିନକୁ ୧୭ ଟଙ୍କା ଦେବା ସେମାନଙ୍କ ଅବଦାନ ଏବଂ କାମ ପ୍ରତି ଅପମାନ।”
ଚାଷୀଙ୍କ ଅସନ୍ତୋଷ କ୍ରମେ ବଢ଼ିଚାଲିଥିବାବେଳେ ପିଏମ୍ କିଷାନ୍ ବା ‘ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧି’ ଯୋଜନା ଏହି ସମସ୍ୟାର ରାମବାଣ ହେବ ବୋଲି ସରକାର ଦାବି କରିଛନ୍ତି। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ୭୫ ହଜାର କୋଟି ଟଙ୍କାର ବ୍ୟୟଭାର ସହିବାକୁ ହେବ।
ଆଜି ବଜେଟ୍ ବାବଦରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମତ ରଖି କହିଛନ୍ତି, “ଏହି ବଜେଟ୍ ସବୁ ବର୍ଗର ନାଗରିକଙ୍କ ହିତ ସାଧନ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆମ ସରକାର ଦେଶର ଯୁବବର୍ଗ, କୃଷକ ଏବଂ ଗରିବଙ୍କ ପ୍ରତି ଉତ୍ସର୍ଗୀକୃତ। ଏହି ବଜେଟ୍ ପ୍ରଗତିକୁ ତ୍ୱରାନ୍ୱିତ କରିବା ସହିତ ନିଯୁକ୍ତି ସୃଷ୍ଟି କରିବ। ମଧ୍ୟବିତ୍ତ, କୃଷକ ଏବଂ ଗରିବ ଶ୍ରମିକଙ୍କୁ ଏହା ବେଶ୍ ସହାୟକ ହେବ।”
from Odisha Reporter http://bit.ly/2t1sL4e
No comments:
Post a Comment