ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ୯୩ ଛୁଇଁଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 23, 2019

ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ୯୩ ଛୁଇଁଲା

ଗୁଆହାଟୀ: ଆସାମର ଗୋଲାଘାଟରେ ବିଷାକ୍ତ ମଦ ପିଇବା ଯୋଗୁ ମୃତ୍ୟୁ ସଂଖ୍ୟା ହୁହୁ ହୋଇ ବଢ଼ିବାରେ ଲାଗିଛି। ଗତକାଲି ଶେଷ ଖବର ସୁଦ୍ଧା ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ୩୯ ରହିଥିବା ବେଳେ ଆଜି ଏହି ସଂଖ୍ୟା ୯୩ରେ ପହଞ୍ଚିଛି। ସେହିପରି ୧୦୦ରୁ ଅଧିକ ଲୋକଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି।

ମୃତକଙ୍କ ମଧ୍ୟରେ ମହିଳା ମଧ୍ୟ ରହିଛନ୍ତି। ଆଜି ସକାଳେ ମଦ ମୃତ୍ୟୁ ସଂଖ୍ୟା ୫୯ ରହିଥିଲା। କିନ୍ତୁ ମଧ୍ୟାହ୍ନ ବେଳକୁ ଏହା ଧୀରେଧୀରେ ବଢ଼ିଥିଲା।
ଗୁରୁବାର ଆସାମର ଏକ ଚା’ ବଗିଚାରେ କାମ କରୁଥିବା ଶ୍ରମିକଙ୍କ ମଧ୍ୟରୁ ୨୫୦ ଜଣ ଏକକାଳୀନ ମଦ ପିଇଥିଲେ। ଏମାନେ ଗୋଟିଏ ଦୋକାନରୁ ହିଁ ଏହି ମଦକୁ କିଣିଥିଲେ। ଏହି ଶ୍ରମିକମାନେ ଶାଲିମାର ଚା’ ବଗିଚାରେ କାମ କରନ୍ତି।

ପୁଲିସ୍‌ର ସୂଚନା ଅନୁଯାୟୀ, ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଏଥିସହ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଘଟଣା ପରେ ଜିଲ୍ଲାର ଦୁଇ ଜଣ ଅବକାରୀ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।

ଗୋଲାଘାଟ ହସ୍ପିଟାଲର ଜଣେ ଡାକ୍ତର ଦିଲ୍ଲୀପ ରାଜବଂଶୀ କହିଛନ୍ତି, ‘ନକଲି ଦେଶୀ ମଦ’ ପିଇବା କାରଣରୁ ସେମାନଙ୍କର ମୃତ୍ୟୁ ହୋଇଛି। ଅସୁସ୍ଥ ରୋଗୀଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି।

ଅନ୍ୟପକ୍ଷରେ କଂଗ୍ରେସ ଏହି ଘଟଣାରୁ ନିଜର ରାଜନୀତିକ ଫାଇଦା ପାଇବାକୁ ଉଦ୍ୟମ କରିଛି। ଦଳ ଏହି ଘଟଣାରେ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି।



from Odisha Reporter https://ift.tt/2H10WRR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages