ଭାରତ ବିପକ୍ଷ ସିରିଜ୍‌ ପାଇଁ ଘୋଷଣା ହେଲା ଅଷ୍ଟ୍ରେଲିଆ ଟିମ୍‌, ବାଦ ପଡ଼ିଲେ ଏହି ଷ୍ଟାର ଖେଳାଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 7, 2019

ଭାରତ ବିପକ୍ଷ ସିରିଜ୍‌ ପାଇଁ ଘୋଷଣା ହେଲା ଅଷ୍ଟ୍ରେଲିଆ ଟିମ୍‌, ବାଦ ପଡ଼ିଲେ ଏହି ଷ୍ଟାର ଖେଳାଳି

ମେଲବର୍ଣ୍ଣ: ଭାରତ ବିପକ୍ଷ ସୀମିତ ଓଭର ସିରିଜ୍‌ ପାଇଁ ଆଜି ଅଷ୍ଟ୍ରେଲିଆ କ୍ରିକେଟ୍‌ ବୋର୍ଡ ୧୬ ଜଣିଆ ଖେଳାଳି ତାଲିକା ଘୋଷଣା କରିଛି। ‌ଅଷ୍ଟ୍ରେଲିଆ ଭାରତ ଆସି ପ୍ରଥମେ ଫେବୃଆରୀ ୨୪ ଓ ୨୭ରେ ଦୁଇଟି ଟି-୨୦ ମ୍ୟାଚ୍‌ ଖେଳିବ। ସେହିପରି ମାର୍ଚ୍ଚ ୨ରୁ ୧୩ ତାରିଖ ଯାଏ ୫ଟିକିଆ ଦିନିକିଆ ସିରିଜ୍‌ ଖେଳିବ।

ଆଜି ଅଷ୍ଟ୍ରେଲିଆ କ୍ରିକେଟ୍‌ ଘୋଷଣା କରିଥିବା ୧୬ ଜଣିଆ ସ୍କ୍ୱାଡ୍‌ରେ କଙ୍ଗାରୁ ଟିମ୍‌ର ଦୁଇ ପ୍ରମୁଖ ଦ୍ରୁତ ବୋଲର ନାହାନ୍ତି। ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ୍‌ରେ ୧୦ଟି ୱିକେଟ୍‌ ନେଇଥିବା ମିଚେଲ ଷ୍ଟାର୍କ ଆହତ କାରଣରୁ ବାଦ୍‌ ପଡ଼ିଥିବା ବେଳେ ଭାରତ ବିପକ୍ଷ ଘରୋଇ ଟେଷ୍ଟ ସିରିଜ୍‌ରେ ଆହତ ହୋଇଥିବା ଜୋଶ ହେଜେଲଉଡ୍‌ ମଧ୍ୟ ସଂପୂର୍ଣ୍ଣ ଫିଟ୍‌ ହୋଇନାହାନ୍ତି। ତେବେ ଏହି ଦୁଇ ଖେଳାଳି ମାର୍ଚ୍ଚ ଶେଷ ଆଡ଼କୁ ଆରମ୍ଭ ହେବାକୁ ଥିବା ପାକିସ୍ତାନ ବିପକ୍ଷ ସିରିଜ୍‌ରେ ଖେଳିବେ ବୋଲି ଜଣାପଡ଼ିଛି।

ଜାନୁଆରୀ ମାସରେ ଭାରତ ଅଷ୍ଟ୍ରେଲିଆ ଗସ୍ତରେ ଦିନିକିଆ ସିରିଜ୍‌ ଖେଳି ଏହାକୁ ୨-୧ରେ କବଜା କରିଥିଲେ। ଏହି ସିରିଜ୍‌ରେ ଅଷ୍ଟ୍ରେଲିଆ ପକ୍ଷରୁ ଖେଳୁଥିବା ଭେଟରାନ୍‌ ଦ୍ରୁତ ବୋଲର ପିଟର ସିଡିଲ, ବିଲ୍‌ ଷ୍ଟାଙ୍କଲେନ୍‌ ଓ ଅଲରାଉଣ୍ଡର ମିଚେଲ ମାର୍ଶଙ୍କୁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ୧୬ ଜଣିଆ ସ୍କ୍ୱାଡରୁ ବାଦ ଦେଇଛନ୍ତି। ସେମାନଙ୍କ ବଦଳରେ ଦ୍ରୁତ ବୋଲର କେନ୍‌ ରିଚାର୍ଡସନ୍‌, ନାଥନ କୁଲଟର ନାଇଲ ଓ ହାର୍ଡ ହିଟର ଅଷ୍ଟନ ଟର୍ଣ୍ଣନରଙ୍କୁ ଭାରତ ବିପକ୍ଷ ସିରିଜ୍‌ ପାଇଁ ସୁଯୋଗ ଦିଆଯାଇଛି।

ଆରୋନ୍‌ ଫିଞ୍ଚ ଦଳର ନେତୃତ୍ୱ ନେଉଥିବା ବେଳେ ପ୍ୟାଟ୍‌ କମିନ୍ସଙ୍କୁ ଉପ ଅଧିନାୟକ ଦାୟିତ୍ୱ ମିଳିଛି। ସେହିପରି ୱିକେଟ୍‌ କିପିଂ ଦାୟିତ୍ୱ ଆଲେକ୍ସ କେରୀଙ୍କ ଉପରେ ରହିବ।

ଅନ୍ୟପକ୍ଷରେ ଭାରତ ବିପକ୍ଷ ସିରିଜ୍‌ ସରିବା ପରେ ଅଷ୍ଟ୍ରେଲିଆ ଟିମ୍‌କୁ ଦୁଇ ଅଭିଜ୍ଞ ଖେଳାଳି ଷ୍ଟିଭ ସ୍ମିଥ ଓ ଡାଭିଡ ୱାର୍ଣ୍ଣାର ଫେରିବାର ସମ୍ଭାବନା ରହିଛି। କାରଣ ବଲ ବିକୃତ କରିବା ଘଟଣାରେ ବର୍ଷକ ପାଇଁ ବାସନ୍ଦ ହୋଇଥିବା ଏହି ଦୁଇ ଖେଳାଳିଙ୍କ ଦଣ୍ଡାଦେଶ ମାର୍ଚ୍ଚ ମାସରେ ଶେଷ ହେବ। ତଥାପି ଏମାନେ ଭାରତ ବିପକ୍ଷ ସିରିଜ୍‌ ଖେଳି ପାରିବେ ନାହିଁ।

ଅଷ୍ଟ୍ରେଲିଆ ସ୍କ୍ୱାଡ୍‌: ଆରୋନ୍‌ ଫିଞ୍ଚ(ଅଧିନାୟକ),ଉସମାନ ଖ୍ୱାଜା, ଶନ୍‌ ମାର୍ଶ, ପିଟର ହ୍ୟାଣ୍ଡସ୍କମ୍ୱ, ଗ୍ଲେନ ମ୍ୟାକ୍ସୱେଲ, ଅଷ୍ଟନ ଟର୍ଣ୍ଣର, ମାର୍କସ ଷ୍ଟୋଇନିସ, ଆଲେକ୍ସ କେରୀ, ପ୍ୟାଟ କମିନ୍ସ, ନାଥନ କୁଲଟର ନାଇଲ, ଜେ ରିଚାର୍ଡସନ, କେନ୍‌ ରିଚାର୍ଡସନ, ଜାସନ ବେହରନଡ୍ରଫ, ନାଥନ ଲାୟନ, ଆଡାମ ଜାମ୍ପା ଓ ଡି ଆର୍ଶି ଶଟ୍‌।



from Odisha Reporter http://bit.ly/2SdG8gI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages