ଚାଷୀ ଓ ବେକାରୀ ସମସ୍ୟାକୁ ନେଇ ଗୃହରେ ହୋ-ହାଲ୍ଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 7, 2019

ଚାଷୀ ଓ ବେକାରୀ ସମସ୍ୟାକୁ ନେଇ ଗୃହରେ ହୋ-ହାଲ୍ଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା ଯୋଗୁ ଚାଲିପାରିନି ଗୃହ। ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଚାଷୀ ସମସ୍ୟା ନେଇ କଂଗ୍ରେସ ଓ ବେକାରୀ ସମସ୍ୟା ନେଇ ବିଜେପି ହୋ-ହାଲ୍ଲା କରିଥିଲେ। ଫଳରେ ବାଚସ୍ପତି ଗୃହକୁ ପ୍ରଥମେ ଦିନ ସାଢେ ୧୧ଟା ଓ ପରେ ୩ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ପରେ ଗୃହ ପୁଣି ଆରମ୍ଭ ହେବା ମାତ୍ରକେ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ଫଳରେ ଗୃହକୁ ସାଢେ ୫ଟା ଯାଏ ମୁଲତବୀ ରଖିଥିଲେ ବାଚସ୍ପତି।

ସେପଟେ ଆଜି ଉପସ୍ଥାପନ ହେବ କାମଚଳା ବଜେଟ। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ବଜେଟ ଉପସ୍ଥାପନ କରିବେ। ସାଧାରଣ ନିର୍ବାଚନ ଥିବାରୁ ୪ ମାସ ପାଇଁ ବଜେଟ ଉପସ୍ଥାପନ କରାଯିବ। ବଜେଟରେ ୫୬ ହଜାର ୯୨୧ କୋଟିର ବ୍ୟୟବରାଦ କରାଯାଇଥିବା ଜଣାପଡ଼ିଛି। ନିର୍ବାଚନୀ ବର୍ଷ ହୋଇଥିବାରୁ ସରକାର ବଜେଟରେ କ’ଣ ଘୋଷଣା କରୁଛନ୍ତି, ତା ଉପରେ ସମସ୍ତଙ୍କ ନଜର ରହିଛି। ବିଶେଷ କରି କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି ଓ ଗ୍ରାମୀଣ ବିକାଶ ଉପରେ ସରକାର ଗୁରୁତ୍ୱ ଦେଇପାରନ୍ତି। ତେବେ କେନ୍ଦ୍ର ବଜେଟ ଉପସ୍ଥାପନ ହୋଇସାରିଥିବାରୁ ଏହାକୁ ଆଖି ଆଗରେ ରଖି ସରକାର ଅର୍ଥ ବରାଦ କରିବେ।



from Odisha Reporter http://bit.ly/2DjKOHC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages