ପୁଣି ଦୁଇ ରାଜ୍ୟରେ ମହାମେଣ୍ଟରୁ ବାଦ ପଡ଼ିଲା କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 25, 2019

ପୁଣି ଦୁଇ ରାଜ୍ୟରେ ମହାମେଣ୍ଟରୁ ବାଦ ପଡ଼ିଲା କଂଗ୍ରେସ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବୁଆ-ବବୁଆ ଯୋଡ଼ି କଂଗ୍ରେସକୁ ପୁଣିଥରେ ଝଟ୍‌କା ଦେଇଛନ୍ତି। କଂଗ୍ରେସ ଆସନ୍ତା ସାଧାରଣ ନିର୍ବାଚନରେ ବୁଆ ମାୟାବତୀ ଓ ବବୁଆ ଅଖିଲେଶ ଯାଦବଙ୍କ ସହ ମେଣ୍ଟ କରି ବିଜେପିକୁ ରୋକିବାକୁ ଚାହୁଁଥିଲେ ହେଁ ଦଳର ଏହି ରଣନୀତି ପୁଣିଥରେ ଫେଲ ମାରିଛି।

ପୂର୍ବରୁ ଉତ୍ତର ପ୍ରଦେଶ, ଦିଲ୍ଲୀ ଓ ବେଙ୍ଗଲରେ ମହାମେଣ୍ଟର ଦୂଆର କଂଗ୍ରେସ ପାଇଁ ବନ୍ଦ ହୋଇଥିବା ବେଳେ ଏବେ ମଧ୍ୟପ୍ରଦେଶ ଓ ଉତ୍ତରାଖଣ୍ଡରେ ଦଳ ସମାନ ସ୍ଥିତର ସାମ୍ନା କରିଛି। ମଧ୍ୟପ୍ରଦେଶ ଓ ଉତ୍ତରାଖଣ୍ଡରେ ମାୟାବତୀ ଓ ଅଖିଲେଶ ଏକାକୀ ନିର୍ବାଚନ ଲଢ଼ିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ମଧ୍ୟପ୍ରଦେଶରେ କଂଗ୍ରେସ ବିଧାନସଭା ନିର୍ବାଚନରେ ସଫଳତା ପାଇଥିଲା। ଏହାପରେ ବିଏସ୍‌ପି ସମର୍ଥନରେ ଦଳ ଏଠାରେ ସରକାର ଗଠନ କରିଥିଲା। ହେଲେ ଏବେ ମାୟାବତୀଙ୍କ ବିଏସ୍‌ପି ଓ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି କଂଗ୍ରେସକୁ ବାଦ ଦେଇ ଲୋକସଭା ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି।

ନିଷ୍ପତ୍ତି ଅନୁଯାୟୀ, ମଧ୍ୟପ୍ରଦେଶର ୨୯ଟି ଲୋକସଭା ଆସନରୁ ମାୟାବତୀଙ୍କ ବିଏସ୍‌ପି ୨୬ଟି ଆସନରେ ଲଢ଼ିବ। ସେହିପରି ଅଖିଲେଶ ଯାଦବଙ୍କ ଦଳ ବାକି ବାଲାଘାଟ, ଠିକ୍ରି ଓ ଖାଜୁରାହୋ ଆସନରେ ପ୍ରାର୍ଥୀ ଦେବ। ସେହିପରି ଉତ୍ତରାଖଣ୍ଡରେ ସମାଜବାଦୀ ପାର୍ଟି ଗୋଟିଏ ଆସନ ଓ ବିଏସ୍‌ପି ବଳକା ୪ଟି ଆସନରେ ପ୍ରାର୍ଥୀ ଦେବ।

ଗତ ସପ୍ତାହରେ ଦୁଇ ଦଳ ଉତ୍ତର ପ୍ରଦେଶରେ ମେଣ୍ଟ କରିବା ସହ ସିଟ୍‌ ଶେୟାରିଂ କରିଥିଲେ। ଏଥିରେ କଂଗ୍ରେସକୁ ସାମିଲ କରାଯାଇ ନଥିଲା।



from Odisha Reporter https://ift.tt/2Npnop5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages