ସିନିୟର ଟି-୨୦ର ଓଡ଼ିଶାର କ୍ରମାଗତ ଦ୍ୱିତୀୟ ବିଜୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 25, 2019

ସିନିୟର ଟି-୨୦ର ଓଡ଼ିଶାର କ୍ରମାଗତ ଦ୍ୱିତୀୟ ବିଜୟ

କଟକ: ବୋଲରଙ୍କ ଦମ୍‌ରେ ଓଡ଼ିଶା ସିନିୟର କ୍ରିକେଟ୍‌ ଟିମ୍‌ ଚଳିତ ସୟଦ ମୁସ୍ତାକ୍‌ ଅଲୀ ଟି-୨୦ରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। କଟକ ବାରବାଟୀ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ଗ୍ରୁପ୍‌-ଡି’ର ଏକ ମ୍ୟାଚ୍‌ରେ ଓଡ଼ିଶା ୮ ୱିକେଟ୍‌ରେ ଅରୁଣାଚଳ ପ୍ରଦେଶକୁ ହରାଇଛି। ଏହି ବିଜୟରୁ ଓଡ଼ିଶାକୁ ୪ ପଏଣ୍ଟ ମିଳିଛି। ଏହା ପୂର୍ବରୁ ରବିବାର ଡ୍ରିମ୍ସ ଗ୍ରାଉଣ୍ଡରେ ଓଡ଼ିଶା ମିଜୋରାମ୍‌କୁ ୯ ୱିକେଟ୍‌ରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରେ ବିଜୟର ସ୍ୱାଦ ଚାଖିଥିଲା।

 

ଆଜି ଅନୁଷ୍ଠିତ ମ୍ୟାଚ୍‌ରେ ଅରୁଣାଚଳ ପ୍ରଦେଶ ପ୍ରଥମେ ବ୍ୟାଟିଂ କରି ୧୯.୪ ଓଭରରେ ୭୫ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା। ଜବାବରେ ଓଡ଼ିଶା ୧୩.୧ ଓଭରରେ ୨ ୱିକେଟ୍‌ ହରାଇ ୭୬ ରନ୍‌ କରି ବିଜୟୀ ହୋଇଛି। ଓଡ଼ିଶାର ଦୁଇ ଓପ୍ନର୍‌ ଅନୁରାଗ ଷଢଙ୍ଗୀ (୧) ଓ ରାଜେଶ ଧୂପର୍‌ (୫) ସଅଳ ପ୍ୟାଭିଲିୟନ୍‌ ଫେରିଥିବା ବେଳେ ଅଭିଷେକ ରାଉତ ଓ ସନ୍ଦୀପ ପଟ୍ଟନାୟକ ଅପରାଜିତ ରହି ଓଡ଼ିଶାକୁ ବିଜୟୀ କରାଇଥିଲେ।

ଅଭିଷେକ ଓ ସନ୍ଦୀପ ତୃତୀୟ ୱିକେଟ୍‌ ପାଇଁ ୬୫ ରନ୍ ଯୋଡ଼ିଥିଲେ। ଅଭିଷେକ ୪୩ ବଲ୍‌ରେ ୬ ଚୌକା ଓ ୧ ଛକା ସହ ୪୧ ଓ ସନ୍ଦୀପ ୨୩ ବଲ୍‌ରେ ୪ ଚୌକା ସହ ୨୮ ରନ୍ କରି ଅପରାଜିତ ଥିଲେ। ଅରୁଣାଚଳ ପ୍ରଦେଶ ପକ୍ଷରୁ ଅଖିଲେଶ ସାହାନୀ ୨ଟି ଯାକ ୱିକେଟ୍‌ ନେଇଥିଲେ।

ଟସ୍ ଜିତି ବ୍ୟାଟିଂ କରିଥିବା ଅରୁଣାଚଳ ପ୍ରଦେଶ ପକ୍ଷରୁ ଓପ୍ନର୍‌ ଦୋରିଆ ସର୍ବାଧିକ ୨୬ ରନ୍ କରିଥିବା ବେଳେ ଆଉ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର୍ କରିବାକୁ ସମର୍ଥ ହୋଇନଥିଲେ। ଓଡ଼ିଶା ବୋଲରଙ୍କ ମଧ୍ୟରୁ ଦେବବ୍ରତ ପ୍ରଧାନ ୧୦ ରନ୍ ଦେଇ ସର୍ବାଧିକ ୩ଟି ୱିକେଟ୍‌ ନେଇଥିବା ବେଳେ ରାଜେଶ ମହାନ୍ତି ଓ ବିପ୍ଳବ ସାମନ୍ତରାୟ ୨ଟି ଲେଖାଏଁ ୱିକେଟ୍‌ ହାସଲ କରିଥିଲେ।



from Odisha Reporter https://ift.tt/2BTTCEa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages