ମୋବାଇଲ୍‌ ପାଇଁ ବିଜୁ ଯୁବ ବାହିନୀର ଦୁଇ ଗୋଷ୍ଠୀ ମୁହାଁମୁହିଁ, ମହିଳା କର୍ମଚାରୀଙ୍କୁ ପିଟିଲେ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 28, 2019

ମୋବାଇଲ୍‌ ପାଇଁ ବିଜୁ ଯୁବ ବାହିନୀର ଦୁଇ ଗୋଷ୍ଠୀ ମୁହାଁମୁହିଁ, ମହିଳା କର୍ମଚାରୀଙ୍କୁ ପିଟିଲେ!

ଜଳେଶ୍ୱର (ଅଜିତ କୁମାର ଦାସ): ବିଜୁ ଯୁବ ବାହିନୀର କର୍ମକର୍ତ୍ତାମାନେ ଦାଦାଗିରି କରୁଥିବା ନେଇ ବିରୋଧୀମାନେ ଅଭିଯୋଗ କରୁଥିଲେ ମଧ୍ୟ ଶାସକ ଦଳର ମୁଣ୍ଡିଆଳମାନେ ଏହାକୁ ଖଣ୍ଡନ କରିଆସୁଥିଲେ। କିନ୍ତୁ ଆଜି ବିରୋଧୀଙ୍କ ଅଭିଯୋଗ ସତରେ ପରିଣତ ହୋଇଛି। ମୋବାଇଲ୍‌ ବଣ୍ଟନ ବେଳେ ବିଜୁ ଯୁବ ବାହିନୀର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏପରି କାର୍ଯ୍ୟକୁ ବାରଣ କରୁଥିବା ବ୍ଲକ ଅଫିସ୍‌ର ଜଣେ ମହିଳା କର୍ମଚାରୀଙ୍କୁ ବିଜୁ ଯୁବ ବାହିନୀର କର୍ମକର୍ତ୍ତାମାନେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ଆଜି ଏମିତି ଘଟଣା ଦେଖିବାକୁ ମିଳିଛି।

ଆଜି ସନ୍ଧ୍ୟା ବେଳେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ବିଜୁ ଯୁବ ବାହିନୀ କର୍ମକର୍ତ୍ତାଙ୍କୁ ମୋବାଇଲ୍‌ ବଣ୍ଟା ଯାଉଥିଲା। ବିଜୁ ଯୁବ ବାହିନୀର ମହିଳା ଓ ପୁରୁଷ କର୍ମକର୍ତ୍ତାମାନେ ଦୁଇଟି ଧାଡିରେ ଠିଆ ହୋଇ ମୋବାଇଲ୍‌ ନେଉଥିଲେ। ଏହି ସମୟରେ ଜିଲ୍ଲାସ୍ତରର ଜଣେ ବିଜେଡି ନେତାଙ୍କ ପୁଅ ଅଭିଜିତ୍‌ ପଣ୍ଡା ଓ ତାଙ୍କ ସମର୍ଥକମାନେ ମହିଳାଙ୍କ ଧାଡିରେ ଠିଆ ହୋଇ ଗଣ୍ଡଗୋଳ କରୁଥିଲେ ବୋଲି ଅଭିଯୋଗ ହୋଇଛି। ଯାହାକୁ ମୋବାଇଲ୍‌ ବାଣ୍ଟୁଥିବା ବ୍ଲକ ଅଫିସ୍‌ର କର୍ମଚାରୀ ଗୀତାରାଣୀ ଜେନା ବିରୋଧ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଅଭିଜିତ୍‌ ତାଙ୍କୁ(ଗୀତାରାଣୀ) ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହା ପରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଲଗିଥିବା ବିବାଦ ଉଗ୍ର ରୂପ ଧାରଣ କରିଥିଲା। ଏହାର ସୁଯୋଗ ନେଇ ଅଭିଜିତ ଓ ତାଙ୍କ ସମର୍ଥକମାନେ ସେଠାରୁ ଚମ୍ପଟ ମାରିଥିଲେ।

ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ଓ କେତେକ ବିଜୁ ଯୁବ ବାହିନୀର କର୍ମକର୍ତ୍ତା ବ୍ଲକ ଅଫିସ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ। ଏପରିକି ଭୋଗରାଇ ଥାନା ଅଧିକାରୀ ନରେନ୍ଦ୍ର ଦାସ ଓ ବ୍ଲକ ଅଫିସର କିଛି କର୍ମଚାରୀଙ୍କ ସମେତ କେତେଜଣ ବିଜୁ ଯୁବ ବାହିନୀ ସଦସ୍ୟଙ୍କୁ ଆନ୍ଦୋଳନକାରୀମାନେ ଅଟକ ରଖିଥିଲେ। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ଅଭିଜିତ ପଣ୍ଡା ବ୍ଲକ ଅଫିସ୍‌ ଆସି ସର୍ବ ସମ୍ମୁଖରେ ଗୀତାରାଣୀଙ୍କୁ କ୍ଷମା ମାଗିଥିଲେ। ପରେ ପରିବେଶ ଶାନ୍ତ ପଡ଼ିଥିଲା। ଅଟକ ଥିବା ଅଧିକାରୀଙ୍କୁ ଛାଡ଼ି ଦିଆଯାଇଥିଲା।

ଗୀତାରାଣୀ ଏନେଇ ଭୋଗରାଇ ଥାନାରେ ଅଭିଯୋଗ କରିଛନ୍ତି।

ସୂଚନାରୁ ପ୍ରକାଶ, ଗତବର୍ଷ ବାଲେଶ୍ୱର ତାଳସାରି ସମାବେଶ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଭାମଞ୍ଚ ଉପରକୁ ଜଣେ ମହିଳା ଅଣ୍ଡା ମାଡ଼ କରିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ବିଜେଡି କର୍ମୀମାନେ ସମ୍ପୃକ୍ତ ମହିଳାଙ୍କୁ ଧରି ପ୍ରବଳ ମାଡ଼ ମାରିଥିଲେ। ମାଡ଼ ମାରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଭିଜିତ୍‌ ପଣ୍ଡା ଥିବା ଅଭିଯୋଗ ହେଉଛି। ଅଭିଜିତ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ବିଜେଡି ସମ୍ପାଦକ ତପନ କୁମାର ପଣ୍ଡାଙ୍କ ପୁଅ।



from Odisha Reporter https://ift.tt/2tIw1lG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages