ପୁଲୱାମା ହମ୍‌ଲାର ମିଳିତ ତଦନ୍ତ ପାଇଁ ପାକ୍‌ର ପ୍ରସ୍ତାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 28, 2019

ପୁଲୱାମା ହମ୍‌ଲାର ମିଳିତ ତଦନ୍ତ ପାଇଁ ପାକ୍‌ର ପ୍ରସ୍ତାବ

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣର ତଦନ୍ତ ଭାରତ ସହ ମିଳିତ ଭାବେ କରିବାକୁ ପାକିସ୍ତାନ ସରକାର ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ଏନେଇ ପାକିସ୍ତାନ ପିଏମ୍‌ଓ ଭାରତର ପିଏମ୍‌ଓଙ୍କ ସହ ଯୋଗାଯୋଗ କରୁଥିବା ସୂଚନା ମିଳିଛି। ଏଥିସହ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ତାଙ୍କ ଭାରତ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କ ସହ ମଧ୍ୟ ଆତଙ୍କବାଦ ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହୁଁଥିବା ଜଣାଇଛନ୍ତି। କିନ୍ତୁ ଭାରତ ପକ୍ଷରୁ ଏଯାଏ ଏସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।

ପାକ୍‌ ସୂତ୍ର କହିଛି, ଯଦି ଉଭୟ ଦେଶ କଥାବାର୍ତ୍ତା କରନ୍ତି, ତା’ହେଲେ ଇମ୍ରାନ୍‌ ଖାନ୍‌ ଆତଙ୍କବାଦ ଓ ଅନ୍ୟ ପ୍ରସଙ୍ଗରେ ମଧ୍ୟ ମୋଦିଙ୍କ ସହ ଆଲୋଚନା କରିବେ। ଆଲୋଚନା ହିଁ ସବୁ ସମସ୍ୟାର ସମାଧାନ କରିପାରିବ ଓ ଯୁଦ୍ଧ କୌଣସି ସମସ୍ୟାର ସମାଧାନ ନୁହେଁ ବୋଲି ପାକ୍‌ ପିଏମ୍‌ଓ ଭାରତର ପିଏମ୍‌ଓକୁ କହିଛି। ଏଥିସହ ଭାରତ ଯେଉଁ ପ୍ରସଙ୍ଗରେ ପ୍ରମାଣ ଦେବ, ପାକିସ୍ତାନ ତା’ ଉପରେ ତଦନ୍ତ କରିବାକୁ ପାକ୍‌ ପିଏମ୍‌ଓ ରାଜି ଥିବା ଜଣାପଡ଼ିଛି।



from Odisha Reporter https://ift.tt/2GPo46K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages