
ବିଶାଖାପଟ୍ଟନମ୍: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ୍ ବିଶାଖାପଟ୍ଟନମ୍ରେ ଜାରି ରହିଛି। ଭାରତୀୟ ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୨୬ ରନ୍ କରିଛି। ଟିମ୍ ଇଣ୍ଡିଆ ଦ୍ରୁତ ଆରମ୍ଭ କରିଥିଲା. କିନ୍ତୁ ମଝି ଓଭରଗୁଡ଼ିକରେ ଅନାଚକ୍ ୱିକେଟ୍ ପତନ କାରଣରୁ ଭାରତ ବଡ଼ ସ୍କୋର କରିବାରେ ବିଫଳ ହୋଇଛି।
ଭାରତ ପକ୍ଷରୁ ଲୋକେଶ ରାହୁଲ ସର୍ବାଧିକ ୫୦ ରନ୍ କରିଥିବା ବେଳେ ମହେନ୍ଦ୍ର ସିଂହ ଧୋନି ୨୯ ରନ୍ କରି ଅପରାଜିତ ଥିଲେ। ଅଧିନାୟକ ବିରାଟ କୋହଲି ୨୪ ରନ୍ର ଇନିଂସ୍ ଖେଳିଥିଲେ।
ଏହାବ୍ୟତୀତ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ ଦୁଇଅଙ୍କ ଛୁଇଁପାରି ନଥିଲେ। ଅଷ୍ଟ୍ରେଲିଆପକ୍ଷରୁ ନାଥନ କୁଲ୍ଟର-ନାଇଲ୍ ୨୬ ରନ୍ ଦେଇ ୩ଟି ୱିକେଟ୍ ନେଇଛନ୍ତି।
from Odisha Reporter https://ift.tt/2TdEJqg
No comments:
Post a Comment