
ବିଶାଖାପଟ୍ଟନମ୍: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚ୍ରେ ପୁଲୱାମାରେ ସହିଦ୍ ହୋଇଥିବା ଯବାନ୍ଙ୍କୁ ସ୍ମରଣ କରାଯାଇଛି। ଏଥିପାଇଁ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଖେଳାଳିମାନେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ। ଏଥିସହ ଯବାନ୍ଙ୍କ ସମ୍ମାନରେ ଭାରତୀୟ ଖେଳାଳିମାନେ ହାତରେ କଳା ପଟି ବାନ୍ଧି ଖେଳିଥିଲେ।
ସୂଚନାଯୋଗ୍ୟ, ବିସିସିଆଇ ପୂର୍ବରୁ ହଁ କହିସାରିଛି ଯେ ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ଏଥର ଆଇପିଏଲ୍ର ଉଦ୍ଘାଟନୀ ସମାରୋହ ହେବ ନାହିଁ। ଏଥିସହ ବିସିସିଆଇ ସହିଦ୍ଙ୍କ ପରିବାରବର୍ଗଙ୍କୁ ୧୫କୋଟି ଟଙ୍କାର ସହାୟତା ରାଶି ଦେବାକୁ ଘୋଷଣା କରିଛି।
ମ୍ୟାଚ୍ ପୂର୍ବରୁ ଶନିବାର ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ସହିଦ୍ ଯବାନ୍ମାନଙ୍କୁ ମନେ ପକାଇ କହିଥିଲେ, ଯେଉଁ ଯବାନ୍ମାନେ ଦେଶ ପାଇଁ ନିଜ ଜୀବନ ହାରିଛନ୍ତି, ସେମାନଙ୍କ ପରିବାରପ୍ରତି ଆମର ଗଭୀର ସମେବେଦନା ରହିଛି। ଭାରତୀୟ ଟିମ୍ ଏହି ଘଟଣା ପାଇଁ ବହୁତ ଦୁଃଖିତ।
ଆତଙ୍କୀ ହମ୍ଲା ପରେ ପାକିସ୍ତାନ ବିପକ୍ଷ କ୍ରିକେଟ୍ ସମ୍ପର୍କକୁ ନେଇ ବିରାଟ କହିଥିଲେ, ଦେଶ, ସରକାର ଏବଂ ବିସିସିଆଇ ଯାହା ଚାହିଁବ, ଆମେ ତାହା କରିବୁ ବୋଲି ବିରାଟ କହିଥିଲେ। ସୂଚନାଯୋଗ୍ୟ, ଆସନ୍ତା ୧୫ ଜୁନ୍ରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ବକପ୍ ମ୍ୟାଚ୍ ଆୟୋଜିତ ହେବ।
from Odisha Reporter https://ift.tt/2SYGYOY
No comments:
Post a Comment