
କନ୍ଧମାଳ:ସାତ ବର୍ଷର ପ୍ରେମ ସମ୍ପର୍କ ବିବାହରେ ପରିଣତ ହୋଇଛି। ଏଥିପାଇଁ ସାତ ଦରିଆ ପାରି ହୋଇ ବୋହୂ ସାଜି କନ୍ଧମାଳ ଆସିଛନ୍ତି ସ୍ୱିଡେନ୍ର ଯୁବତୀ ଇମା ଲୋରେ। ଆଉ ଫୁଲବାଣୀ ଆମଲାପଡ଼ାର ମହମ୍ମଦ ଆଜାରୁଦ୍ଦିନଙ୍କୁ ବିବାହ କରିଛନ୍ତି ସେ। ଇସଲାମ୍ ଧର୍ମର ରୀତିନୀତି ଅନୁଯାୟୀ ଉଭୟଙ୍କ ନିକାହ ସମ୍ପନ୍ନ ହୋଇଛି।
୨୦୧୨ମସିହାରେ ଗୋଆରେ କାମ କରୁଥିବାବେଳେ ଆଜାରୁଦ୍ଦିନଙ୍କ ସହ ପ୍ରଥମ ଦେଖା ହୋଇଥିଲା ଇମାଙ୍କର। ପରେ ପରେ ସୋଶାଲ ମିଡ଼ିଆରେ ଗଢ଼ିଉଠିଲା ପ୍ରେମ ସମ୍ପର୍କ।
୨୦୧୫ ମସିହାରେ ସ୍ୱିଡେନ୍ ଚାଲିଗଲେ ଆଜାରୁଦ୍ଦିନ। ସେଠାରେ ରହଣୀକାଳ ମଧ୍ୟରେ ୨୦୧୭ମସିହାରେ ଇମା ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ସେହି ପ୍ରସ୍ତାବରେ ଉଭୟ ପରିବାର ରାଜି ହେବା ପରେ ଗତକାଲି ଧୂମଧାମ୍ର ସହ ଉଭୟଙ୍କ ନିକାହ ସମ୍ପନ୍ନ ହୋଇଛି ଫୁଲବାଣୀରେ।
ସବୁଠୁ ରୋଚକପୂର୍ଣ୍ଣ କଥା ହେଲା ,ଯେଉଁଦିନ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା। ବିବାହ ପାଇଁ ସେହିଦିନ ସେ ଆସି ପହଞ୍ଚିଥିଲେ ଓଡ଼ିଶାରେ। ଆଉ ବିମାନ ବନ୍ଦରରେ ହଟ୍ଟହଟା ବି ହୋଇଥିଲେ। ତଥାପି ସମସ୍ତ ପ୍ରତିବନ୍ଧକ ସତ୍ତ୍ୱେ ଇମା କନ୍ଧମାଳରେ ପହଞ୍ଚି ଜୀବନସାଥୀ କରିଥିଲେ କନ୍ଧମାଳର ପ୍ରେମିକଙ୍କୁ।
from Odisha Reporter https://ift.tt/2SqckZE
No comments:
Post a Comment