ହାରିବା ପଛର କାରଣ କହିଲେ ରୋହିତ ଶର୍ମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 6, 2019

ହାରିବା ପଛର କାରଣ କହିଲେ ରୋହିତ ଶର୍ମା

ୱେଲିଙ୍ଗଟନ୍‌: ନ୍ୟୁଜିଲ୍ୟାଣ୍ଡକୁ ଦିନିକିଆରେ ୪-୧ରେ ପରାସ୍ତ କରିଥିବା ଟିମ୍‌ ଇଣ୍ଡିଆ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଶୋଚନୀୟ ଭାବେ ପରାସ୍ତ ହୋଇଛି। ନ୍ୟୁଜିଲ୍ୟାଣ୍ଡ ଦେଇଥିବା ୨୨୦ ରନ୍‌ର ଟାର୍ଗେଟକୁ ପିଛା କରୁଥିବା ରୋହିତ ଆଣ୍ଡ କୋ ମାତ୍ର ୧୩୯ ରନ୍‌ କରିବାକୁ ସକ୍ଷମ ହୋଇଛନ୍ତି। ଫଳରେ ଘରୋଇ ନ୍ୟୁଜିଲ୍ୟାଣ୍ଡ ବିଶାଳ ୮୦ ରନ୍‌ରେ ମ୍ୟାଚ୍‌ ଜିତିବା ସହ ୩ଟିକିଆ ଟି-୨୦ ସିରିଜ୍‌ରେ ୧-୦ରେ ଆଗୁଆ ହୋଇଯାଇଛି। ତେବେ ପରାଜୟ ପରେ ଏହାର କାରଣ ସମ୍ପର୍କରେ ଅଧିନାୟକ ରୋହିତ ଶର୍ମା କହିଛନ୍ତି।

ରୋହିତ କହିଛନ୍ତି,“ଏହି ମ୍ୟାଚ୍‌ଟି ବେଶ ଚ୍ୟାଲେଞ୍ଜିଂ ଥିଲା। ଆମେ ବୋଲିଂ, ବ୍ୟାଟିଂ ଓ ଫିଲ୍ଡିଂରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛୁ। ଆମ ଆରମ୍ଭ ଆଦୌ ଭଲ ନଥିଲା। ଏହା ଏକ ଛୋଟ ଗ୍ରାଉଣ୍ଡ ହୋଇଥିଲେ ହେଁ ୨୦୦ରୁ ଅଧିକ ରନ୍‌ ଚେଜ୍‌ କରିବା ସହଜ ନଥିଲା ବୋଲି ଆମେ ଭଲ ଭାବେ ଜାଣିଥିଲୁ। ଆମେ ନିୟମିତ ଭାବେ ୱିକେଟ୍‌ ହରାଇ ଚାଲିଲୁ।

ଅତୀତରେ ଏଭଳି ସ୍କୋରକୁ ଆମେ ଏନେକ ଥର ଚେଜ୍‌ କରିଛୁ। ଖାସ୍‌ ସେଥିପାଇଁ ୮ ଜଣ ବ୍ୟାଟସ୍‌ମ୍ୟାନଙ୍କୁ ଖେଳାଇଥିଲୁ। ହେଲେ କୌଣସି ବ୍ୟାଟସ୍‌ମ୍ୟାନ୍‌ ଭଲ ଭାଗୀଦାରି କରିପାରିଲେ ନାହିଁ। ବଡ଼ ସ୍କୋରର ପିଛା କରିବା ବେଳେ ଭାଗୀଦାରି ନିହାତି ଜରୁରୀ। ଆମ ପାଖରେ ୮ ଜଣ ବ୍ୟାଟସ୍‌ମ୍ୟାନ୍‌ ଥିବାରୁ ଆମେ ଯେକୌଣସି ଟାର୍ଗେଟକୁ ଚେଜ୍‌ କରିନେବୁ ବୋଲି ଭାବିଥିଲୁ। କିନ୍ତୁ ଆମେ ଏଥିରେ ସଫଳ ହେଲୁନାହିଁ। ତେବେ ଏହି ମ୍ୟାଚ୍‌ର ଭୁଲକୁ ଆମେ ପରବର୍ତ୍ତୀ ମ୍ୟାଚ୍‌ରେ ନିଶ୍ଚିତ ସୁଧାରିବୁ।”

ଆସନ୍ତା ଶୁକ୍ରବାର ଅକଲ୍ୟାଣ୍ଡରେ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ ଖେଳାଯିବ।



from Odisha Reporter http://bit.ly/2GpAxwM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages