ଏହି ଦୁର୍ଭାଗ୍ୟଜନକ ରେକର୍ଡରେ ସାମିଲ ହେଲେ ଧୋନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 6, 2019

ଏହି ଦୁର୍ଭାଗ୍ୟଜନକ ରେକର୍ଡରେ ସାମିଲ ହେଲେ ଧୋନି

ୱେଲିଙ୍ଗଟନ୍‌: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏକ ଦୁର୍ଭାଗ୍ୟଜନକ ରେକର୍ଡରେ ନିଜକୁ ସାମିଲ କରିଛନ୍ତି। ପୂର୍ବରୁ ଟି-୨୦ରେ କୌଣସି ବ୍ୟାଟସ୍‌ମ୍ୟାନ୍‌ ଯେଉଁ ତାଲିକାରେ ନିଜକୁ କେବେ ହେଲେ ସାମିଲ କରିବାକୁ ଚାହିଁ ନଥିଲେ ଧୋନିଙ୍କ ନାଁ ସେଥିରେ ଯୋଡ଼ି ହୋଇଯାଇଛି।

ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଶେଷ ହୋଇଥିବା ପ୍ରଥମ ଟି-୨୦ରେ ଟିମ୍‌ ଇଣ୍ଡିଆ ୮୦ରେ ପରାସ୍ତ ହୋଇଛି। ତେବେ ଏହି ମ୍ୟାଚ୍‌ରେ ଧୋନି ଭାରତ ପାଇଁ ସର୍ବାଧିକ ରନ୍‌ ହାସଲକାରୀ ଖେଳାଳି ହୋଇଛନ୍ତି। ସେ ୩୧ଟି ବଲ୍‌ରେ ୩୯ ରନ୍‌ର ଇନିଂସ ଖେଳିଛନ୍ତି।

ଧୋନି ଦଳ ପାଇଁ ସର୍ବାଧିକ ରନ୍‌ ସ୍କୋର କରିବା ଏବଂ ଟିମ୍‌ ଇଣ୍ଡିଆ ଉକ୍ତ ମ୍ୟାଚ୍‌ ହାରିବା ୫ମ ଥର ପାଇଁ ଘଟିଛି। ଧୋନି ତାଙ୍କ କ୍ୟାରିୟର ମଧ୍ୟରେ ଏଭଳି ସ୍ଥିତ ୫ ଥର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱର ଅନ୍ୟ କୌଣସି କ୍ରିକେଟ୍‌ର ଏହି ଦୁର୍ଭାଗ୍ୟଜନକ ରେକର୍ଡରେ ସାମିଲ ହୋଇନାହାନ୍ତି।

ଧୋନି ୨୦୧୨ରେ ଅଷ୍ଟ୍ରେଲିଆ ବିପକ୍ଷ ସିଡ୍‌ନୀରେ ଟିମ୍‌ ଇଣ୍ଡିଆ ପାଇଁ ଅପରାଜିତ ୪୮ ରନ୍‌ର ଇନିଂସ ଖେଳିଥିଲେ। ଏଥିରେ ଟିମ୍‌ ଇଣ୍ଡିଆ ୩୧ ରନ୍‌ରେ ହାରିଥିଲା। ଏହାପରେ ୨୦୧୨ ଇଂଲଣ୍ଡ ବିପକ୍ଷ ମୁମ୍ବାଇ ଟି-୨୦ରେ ଧୋନି ଦଳ ପାଇଁ ସର୍ବାଧିକ ୩୮ ରନ୍‌ କରିଥିଲେ ହେଁ ଭାରତ ମ୍ୟାଚ୍‌ଟିକୁ ୬ ୱିକେଟ୍‌ରେ ହାରିଯାଇଥିଲା।

୨୦୧୬ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଧୋନି ୩୦ ରନ୍ କରିଥିବା ବେଳେ ଟିମ୍ ଇଣ୍ଡିଆ ୪୭ ରନ୍‌ରେ ମ୍ୟାଚ୍‌ ହାରିଥିଲା। ୨୦୧୭ରେ ଇଂଲଣ୍ଡ ବିପକ୍ଷରେ ଧୋନି ୩୬ ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ। ହେଲେ ଏଥର ମଧ୍ୟ ଟିମ୍‌ ଇଣ୍ଡିଆ ୭ ୱିକେଟରେ ଇଂଲଣ୍ଡ ଠାରୁ ପରାସ୍ତ ହୋଇଥିଲା। ଆଜି ଧୋନି ଭାରତ ପାଇଁ ସର୍ବାଧିକ ୩୯ ରନ୍‌ କରିଥିଲେ ହେଁ ଦଳ ୮୦ ରନ୍‌ରେ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌ ଜିତିଥିଲା।

ଅନ୍ୟପକ୍ଷରେ ଧୋନି ଆଜି ତାଙ୍କ ଟି-୨୦ କ୍ୟାରିୟରରେ ୧୫ଶହ ରନ୍‌ ପୂରଣ କରିଛନ୍ତି।



from Odisha Reporter http://bit.ly/2Sb0APv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages