ପୁଣି କର୍ଣ୍ଣାଟକା ମେଣ୍ଟ ସରକାରରେ ସଙ୍କଟ, ଦଳୀୟ ହ୍ୱିପ୍‌ ମାନିଲେନି ୯ କଂଗ୍ରେସ ବିଧାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 6, 2019

ପୁଣି କର୍ଣ୍ଣାଟକା ମେଣ୍ଟ ସରକାରରେ ସଙ୍କଟ, ଦଳୀୟ ହ୍ୱିପ୍‌ ମାନିଲେନି ୯ କଂଗ୍ରେସ ବିଧାୟକ

ବେଙ୍ଗାଲୁରୁ: ପୁଣିଥରେ କର୍ଣ୍ଣାଟକାରେ ସରକାର ଗଠନ କରିଥିବା ଜେଡିଏସ୍‌ ଓ କଂଗ୍ରେସ ମେଣ୍ଟ ସରକାର ସଙ୍କଟ ମଧ୍ୟକୁ ଠେଲି ହୋଇଯାଇଛି। ଆଜି କର୍ଣ୍ଣାଟକା ବିଧାନସଭାର ବଜେଟ୍‌ ଅଧିବେଶନ ଆରମ୍ଭ ହୋଇଛି। ଏଥିରେ ଉପସ୍ଥିତ ରହିବାକୁ ଉଭୟ ଜେଡିଏସ୍‌ ଓ କଂଗ୍ରେସ ଦଳୀୟ ବିଧାୟକଙ୍କୁ ହ୍ୱିପ୍‌ ଜାରି କରିଥିଲେ। ତେବେ ପ୍ରଥମ ଦିନରେ ହ୍ୱିପ୍‌କୁ ବେଖାତିର କରି ୯ ଜଣ କଂଗ୍ରେସ ବିଧାୟକ ଆଜି ବିଧାନସଭାକୁ ଆସି ନାହାନ୍ତି। ଏମାନେ ମେଣ୍ଟ ସରକାରକୁ ସମର୍ଥନ କରୁ ନଥିବା ଆଶଙ୍କା ପ୍ରକାଶ ପାଇଛି। ଏହି ୯ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ୪ ଜଣ ବିଧାୟକ ପୂର୍ବରୁ ଜାନୁଆରୀ ୧୮ରେ ହୋଇଥିବା କଂଗ୍ରେସ ବିଧାୟକ ଦଳ ବୈଠକକୁ ମଧ୍ୟ ଯାଇ ନଥିଲେ।

ବଜେଟ୍‌ ଅଧିବେଶନର ପ୍ରତ୍ୟେକ ଦିନ ଉପସ୍ଥିତ ରହିବାକୁ ମଙ୍ଗଳବାର ମେଣ୍ଟ ସରକାର ପକ୍ଷରୁ ସମସ୍ତ ବିଧାୟକଙ୍କୁ ହ୍ୱିପ୍‌ ଜାରି କରାଯାଇଥିଲା। କିଛି ବିଧାୟକଙ୍କୁ ବିଜେପି ନିଜ ସପକ୍ଷରେ କରିବାକୁ ଚାହୁଁଥିବା ଜଣାପଡ଼ିବା ପରେ ମେଣ୍ଟ ସରକାର ପକ୍ଷରୁ ଏଭଳି ହ୍ୱିପ୍‌ ଜାରି କରାଯାଇଥିଲା। ତଥାପି ୯ ଜଣ ବିଧାୟକ ଅନୁପସ୍ଥିତି ରହିବା ମେଣ୍ଟ ସରକାରର ଚିନ୍ତା ବଢ଼ାଇ ଦେଇଛି।

ଆଜି କର୍ଣ୍ଣାଟକା ବିଧାନସଭାରେ ବିରୋଧୀ ବିଜେପି ବିଧାୟକଙ୍କମାନେ ରାଜ୍ୟପାଳ ବଜୁଭାଇ ବଲଙ୍କ ଉଦ୍‌ବୋଧନ ବେଳେ ହୋହଲ୍ଲା କରିଥିଲେ। ଏଥିସହ ସେମାନେ କଂଗ୍ରେସ ଓ ଜେଡିଏସ୍‌ ସରକାରଙ୍କ ସ୍ଥାୟୀତ୍ୱ ନେଇ ମଧ୍ୟ ପ୍ରଶ୍ନ କରିଥିଲେ। ରାଜ୍ୟପାଳ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ମିଥ୍ୟା ତଥ୍ୟ ଉପସ୍ଥାପନ କରୁଛନ୍ତି ବୋଲି ମଧ୍ୟ ବିଜେପି ବିଧାୟକମାନେ କହିବାକୁ ପଛାଇ ନଥିଲେ। ଫଳରେ ରାଜ୍ୟପାଳ ସଂକ୍ଷିପ୍ତରେ ନିଜର ଅଭିଭାଷଣ ଶେଷ କରିଥିଲେ।
ଆଜି ୯ ଜଣ ବିଧାୟକ ଅନୁପସ୍ଥିତ ରହିଥିବାରୁ କଂଗ୍ରେସ ବିଧାୟକ ସିଦ୍ଧରମୈୟା ପୁଣିଥରେ ହ୍ୱିପ୍‌ ଜାରି କରି ସମସ୍ତଙ୍କୁ ଉପସ୍ଥିତ ରହିବାକୁ କହିଛନ୍ତି।



from Odisha Reporter http://bit.ly/2HT1Jq9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages