ପାକ୍‌ ଅଧିକାରୀଙ୍କ ସହ ହାତ ମିଳାଇଲେନି ଭାରତୀୟ ଅଫିସର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 18, 2019

ପାକ୍‌ ଅଧିକାରୀଙ୍କ ସହ ହାତ ମିଳାଇଲେନି ଭାରତୀୟ ଅଫିସର

ହେଗ: ଅନ୍ତର୍ଜାତୀୟ କୋର୍ଟ (ଆଇସିଜେ)ପରିସରରେ ପାକିସ୍ତାନ ଅଧିକାରୀଙ୍କୁ ସମସ୍ତଙ୍କ ଆଗରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଦୀପକ ମିତ୍ତଲ ସିଧାସିଧା ଅପମାନିତ କରିଛନ୍ତି। ଆଜି ଆଇସିଜେରେ ଗୁଇନ୍ଦାଗିରି ଅଭିଯୋଗରେ ପାକିସ୍ତାନରେ ଫାଶୀ ଦଣ୍ଡ ପାଇଥିବା ଭାରତୀୟ ନାଗରିକ କୁଲଭୂଷଣ ଯାଦବଙ୍କ ମାମଲାର ଶୁଣାଣି ଆରମ୍ଭ ହୋଇଛି।

ଏହି ସମୟରେ ପାକିସ୍ତାନର ମିଛର ପର୍ଦ୍ଦାଫାସ କରିବା ପାଇଁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀ ଏବଂ ବରିଷ୍ଠ ଓକିଲ ହରିଶ ସାଲଭେ ଉପସ୍ଥିତ ରହିଛନ୍ତି। ପାକିସ୍ତାନ ମଧ୍ୟ ତା’ର ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀଙ୍କୁ ଆଇସିଜେ ପଠାଇଛି।

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଦୀପକ ମିତ୍ତଲଙ୍କୁ ଦେଖିବା କ୍ଷଣି ପାକିସ୍ତାନ ଆଟର୍ଣ୍ଣି ଜେନେରାଲ ଅନୱର ମନସୁର ଖାନ ତାଙ୍କ ସହ ହାତ ମିଳାଇବାକୁ ଆଗେଇ ଆସିଥିଲେ। ତେବେ ପୁଲୱାମା ଘଟଣା ଦୃଷ୍ଟିରୁ ମିତ୍ତଲ ମନସୁରଙ୍କ ସହ ହାତ ମିଳାଇବାକୁ ଚାହିଁ ନଥିଲେ।

ସେ କେବଳ ହାତ ଯୋଡ଼ି ଅଭିବାଦନ ଗ୍ରହଣ କରିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମନସୁର ଖାନ୍‌ ମଧ୍ୟ ସେଠାରେ ଅପ୍ରସ୍ତୁତ ହୋଇପଡ଼ିଥିଲେ ଓ ଏକଥା ତାଙ୍କ ମୁହଁରୁ ସ୍ପଷ୍ଟ ବାରି ହୋଇ ପଡ଼ିଥିଲା।

ପାକିସ୍ତାନ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଯୋଗାଉଥିବାରୁ ଏବେ ସାରା ଭାରତରେ ଇସ୍‌ଲାମାବାଦ ଉପରେ ପ୍ରତିଶୋଧ ନେବାକୁ ଦାବି ହେଉଛି। ଏପରି ସ୍ଥିତିରେ ପ୍ରଧାନମନ୍ତ୍ରୀ ମଧ୍ୟ ପାକିସ୍ତାନ ସହ କୌଣସି ଆଲୋଚନା କରାଯିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି। ଏସବୁ ଦୃଷ୍ଟିରେ ରଖି ଶ୍ରୀ ମିତ୍ତଲ ମନସୁରଙ୍କ ସହ ହାତ ମିଳାଇ ନଥିବା କୁହାଯାଉଛି।



from Odisha Reporter http://bit.ly/2DRRQn8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages