ଯୁବ କଂଗ୍ରେସର ଦୁଇ ନେତାଙ୍କୁ ହାଣି ମାରି ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 17, 2019

ଯୁବ କଂଗ୍ରେସର ଦୁଇ ନେତାଙ୍କୁ ହାଣି ମାରି ଦେଲେ

deadbody

ଥିରୁଅନନ୍ତପୁରମ୍‌: କେରଳରେ ରାଜନୈତିକ ହିଂସା ବୃଦ୍ଧି ପାଇଛି। ମିଳିଥିବା ଖବର ଅନୁଯାୟୀ, ଯୁବ କଂଗ୍ରେସର ଦୁଇଜଣ ନେତାଙ୍କୁ ହାଣି ହତ୍ୟା କରାଯାଇଛି। ରବିବାର ଦିନ କେରଳର କସରଗୋଡ଼ ଜିଲ୍ଲାରେ ଘଟିଛି ଏହି ଅଘଟଣ। ମୃତ ଦୁଇ ଯୁବନେତା ହେଲେ କ୍ରିପେଶ ଓ ସରତ ଲାଲ୍‌।

ଏ ଦୁଇ ନେତା ଏକ କାର୍ଯ୍ୟକ୍ରମରେ ଭାଗ ନେଇ ଘରକୁ ଫେରୁଥିବା ବେଳେ କିଛି ଲୋକ କାର୍‌ରେ ଆସି ସେମାନଙ୍କୁ ଅଟକାଇଥିଲେ। ତା’ପରେ ସେମାନଙ୍କୁ ଆକ୍ରମଣ କରି ମାରି ଦେଇଥିଲେ। କଂଗ୍ରେସ ଅଭିଯୋଗ କରିଛି ଯେ ସିପିଆଇ କର୍ମକର୍ତ୍ତାମାନେ ସେମାନଙ୍କୁ ହତ୍ୟା କରିଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରୁଛି। କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଏ ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ଟ୍ୱିଟ୍‌ କରି ମୃତ ଯୁବ ନେତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।



from Odisha Reporter http://bit.ly/2Iy9ulR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages