ଔଷଧ ବିକଳରେ ବିଜେଡି ତାଟିଆ କାମୁଡ଼ୁଛି : ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 10, 2019

ଔଷଧ ବିକଳରେ ବିଜେଡି ତାଟିଆ କାମୁଡ଼ୁଛି : ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡିର ଅଭିଯୋଗକୁ ମିଥ୍ୟା ଓ ଭିତ୍ତିହୀନ ବୋଲି କହିବା ସହ ନବୀନ ପଟ୍ଟନାୟକଙ୍କ ୧୯ବର୍ଷ ଶାସନର ବିଫଳତା ପଦାରେ ପଡ଼ିବା ପରେ ବିଜେଡି ଔଷଧ ବିକଳରେ ତାଟିଆ କାମୁଡ଼ୁଛି ବୋଲି ବିଜେପି କହିଛି।

ବିଜେପି ପକ୍ଷରୁ ଜାରି ଏକ ପ୍ରେସ ରିଲିଜରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତିି ଯେ, ୧୯ବର୍ଷର ବିଜେଡି ଶାସନର ବିଫଳତାକୁ ପ୍ରସଙ୍ଗ କରି ବିଜେପି ସାରା ରାଜ୍ୟରେ ଜନବିରୋଧକୁ ରାଜନୀତିକ ଆନ୍ଦୋଳନରେ ପରିଣତ କରିଥିବାରୁ ବିଜେଡି ଏବେ ଔଷଧ ବିକଳରେ ତାଟିଆ କାମୁଡ଼ିବାରେ ଲାଗିଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବାବଦରେ ସମାଲୋଚନା କରିବା ବଦଳରେ ନିଜେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୧୦୦ଟଙ୍କା ବୋନସ କାହିଁକି ଏପର୍ଯ୍ୟନ୍ତ ଚାଷୀଙ୍କୁ ଦିଆଯାଇନି ତା’ର ଜବାବ ବିଜେଡି ମୁଖପାତ୍ରମାନେ ଦିଅନ୍ତୁ ବୋଲି ସେ କହିଛନ୍ତି। କେନ୍ଦ୍ର ସରକାର ଦେଉଥିବା ୧୭୫୦ଟଙ୍କାର ସର୍ବନିମ୍ନ ସହାୟକ ମୂଲ୍ୟ କାହିଁକି ଚାଷୀଙ୍କୁ ମିଳୁନି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କଳାପାହାଡ଼ମାନଙ୍କ ଚକ୍ରାନ୍ତ ଓ ପୁରୀ ଜିଲ୍ଲାର ବିଜେଡି ମନ୍ତ୍ରୀ ମହେଶ୍ୱର ମହାନ୍ତି ଓ ନେତା ସଞ୍ଜୟ ଦାସବର୍ମାଙ୍କ ଖଳନାୟକ ଭୂମିକା ଯୋଗୁ କୋଷ୍ଟାଲ ହାଇୱେ ନିର୍ମାଣ କାର୍ଯ୍ୟ ବିଳମ୍ବିତ ହୋଇଛି। ଖୁବଶୀଘ୍ର ଦସ୍ତାବିଜ ଓ ପ୍ରମାଣ ସହ ଏହାର ପର୍ଦ୍ଦାଫାଶ କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ସେହିପରି ଉଜ୍ଜ୍ଵଳା ମାମଲାରେ ବିଜେଡିକୁ ଏବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୟ ଘାରିଛି। ୩୭ଲକ୍ଷ ହିତାଧିକାରୀ ଉଜ୍ଜ୍ଵଳା ଯୋଜନାରେ ସାମିଲ ହୋଇଥିବାବେଳେ ୭୩ ପ୍ରତିଶତ ରିଫିଲ୍ କରିଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।



from Odisha Reporter http://bit.ly/2tgdj4n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages