ରାଜୀବଙ୍କ ବୟାନ ରେକର୍ଡ କଲା ସିବିଆଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 10, 2019

ରାଜୀବଙ୍କ ବୟାନ ରେକର୍ଡ କଲା ସିବିଆଇ

ଶିଲଂ: କୋଲକତା ପୁଲିସ୍ କମିଶନର ରାଜୀବ କୁମାରଙ୍କୁ ପଚରାଉଚରା କରାଯିବାର ଦ୍ୱିତୀୟ ଦିନରେ ସିବିଆଇ ତାଙ୍କର ବୟାନ ରେକର୍ଡ କରିଥିବା ଜଣାଯାଇଛି। ସେ ସାରଦା ଓ ରୋଜ୍ ଭ୍ୟାଲି ଚିଟଫଣ୍ଡ କମ୍ପାନୀର ଠକେଇ ମାମଲାର ତଦନ୍ତ ବେଳେ ମିଳିଥିବା ପ୍ରମାଣ ନଷ୍ଟ କରିଥିବା ଅଭିଯୋଗ ଭିତ୍ତିରେ ଆଇପିସିର ଧାରା ୧୬୧ ଅନୁଯାୟୀ ତାଙ୍କର ବୟାନ ରେକର୍ଡ ହୋଇଥିବା ଜଣାପଡ଼ିଛି। ତଦନ୍ତକାରୀ ଅଧିକାରୀ ତଥାଗତ ବର୍ଦ୍ଧନ, ଜାଗରୂପ ଏସ୍ ଗୁସିହ୍ନା, ପାର୍ଥ ମୁଖାର୍ଜୀ ଏବଂ ପିଏସ୍ କଲ୍ୟାଣଙ୍କ ଉପସ୍ଥିତିରେ ଏହି ବୟାନ ରେକର୍ଡ କରାଯାଇଥିବା ଜଣାଯାଇଛି।

ଧାରା ୧୬୧ ଅଧୀନରେ, ଜଣେ ବ୍ୟକ୍ତି ନିଜ ନାମରେ ଆସିଥିବା ଅପରାଧିକ ଅଭିଯୋଗ ସମ୍ପର୍କିତ ସମସ୍ତ ପ୍ରଶ୍ନର ଉତ୍ତର ଦେବା ସହିତ ତାଙ୍କୁ ହସ୍ତାନ୍ତର କରାଯାଇଥିବା ମାମଲା ସହିତ ଜଡ଼ିତ ସମସ୍ତ ପ୍ରଶ୍ନର ଉତ୍ତର ମଧ୍ୟ ସେ ରଖିବେ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଚିଟଫଣ୍ଡ ମାମଲାର ତଦନ୍ତ କରୁଥିବା ସିବିଆଇ ବାରମ୍ବାର ଅଭିଯୋଗ ଆଣିଛି ଯେ ପଶ୍ଚିମବଙ୍ଗ ପୁଲିସର ଏସ୍ଆଇଟି ସୁଦୀପ୍ତ ସେନ୍ ଏବଂ ଦେବଯାନୀଙ୍କଠାରୁ ଜବତ କରିଥିବା ଲ୍ୟାପଟପ୍ ଏବଂ ପେନ୍ଡ୍ରାଇଭ୍କୁ ଏର୍ପ୍ୟନ୍ତ ସିବିଆଇକୁ ହସ୍ତାନ୍ତର କରିନାହିଁ। ଏହି ମାମଲା ପ୍ରଥମେ ଏସ୍ଆଇଟି ଅଧୀନରେ ଥିଲା ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହା ସିବିଆଇ ଅଧୀନକୁ ଆସିଥିଲା। କିନ୍ତୁ ସବୁତକ ପ୍ରମାଣ ସିବିଆଇକୁ ଦିଆଯାଇନଥିଲା।

ରୋଜ୍ଭ୍ୟାଲି ନାମରେ ଦୁର୍ଗାପୁରଠାରେ ଏକ ଏଫ୍ଆଇଆର ଥିଲେ ମଧ୍ୟ ସିବିଆଇକୁ ଏସ୍ଆଇଟି ଏକଥା ଜଣାଇନଥିଲା। ଏଠାରେ ପ୍ରଶ୍ନ ଉଠୁଛି ଏସ୍ଆଇଟି କ’ଣ ସିବିଆଇର ତଦନ୍ତ ପ୍ରକ୍ରିୟାରେ ରୋକ୍ ଆଣିବାକୁ ପ୍ରୟାସ କରୁଥିଲା? ବର୍ତ୍ତମାନ ରାଜୀବଙ୍କ ବୟାନ ରେକର୍ଡ କରାଯିବା ପରେ ଅନ୍ୟମାନଙ୍କ ବୟାନ ସହିତ ମଧ୍ୟ ତାଙ୍କ ବୟାନ ମେଳ ଖାଉଛି କି ନା, ତାହା ପରୀକ୍ଷା କରାଯିବ।



from Odisha Reporter http://bit.ly/2GyoFbX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages