ବିରୋଧୀଙ୍କ ପ୍ରତି ବିଜେଡିର ଇଏ କି ଭାଷା ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 10, 2019

ବିରୋଧୀଙ୍କ ପ୍ରତି ବିଜେଡିର ଇଏ କି ଭାଷା ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଆଳରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଥିବା ବିଜେଡି ନିଜର ସ୍ୱଭାବ ବିପରୀତ ଆଜି ରାଜନୀତିକ ଶାଳୀନତାର ସମସ୍ତ ସୀମାକୁ ଲଙ୍ଘିବାକୁ ପଛାଇ ନାହିଁ। ବିଜେପି ନେତୃତ୍ୱଙ୍କ ପ୍ରତି ବେହିଆ ଓ ନିର୍ଲଜ୍ଜ ଭଳି ଶବ୍ଦ ଉଚ୍ଚାରଣ କରି ବିଜେଡି ଆଗାମୀ ନିର୍ବାଚନ ପ୍ରଚାରରେ ରାଜନୀତିକ ଶିଷ୍ଟାଚାରକୁ ଲଙ୍ଘନ କରିବାର ଆଭାସ ଏବେଠୁ ଦେଇଛି।

ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ମନ୍ତ୍ରୀ ତଥା ବିଜେଡି ନେତା ପ୍ରତାପ ଜେନା ବିଜେପିର ପ୍ରତିଶ୍ରୁତି ସମାବେଶକୁ ସମାଲୋଚନା କରି କହିଛନ୍ତି ଯେ, ବିଜେପି ୨୦୧୪ ମସିହାରେ ଦେଇଥିବା ପ୍ରତିଶ୍ରୁତିକୁ ପାଳନ ନକରି ଏବେ ସମାବେଶ କରୁଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣେ ଅଭ୍ୟାସଗତ ମିଛୁଆ। ବିଜେପି ନେତୃତ୍ୱ ନିର୍ଲଜ୍ଜ ଓ ବେହିଆ। ବିଜେପି ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି କେବେ ପାଳନ କରିବ ବୋଲି ସେ ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରିଛନ୍ତି।

ଏହାସହିତ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ନିଯୁକ୍ତି , ଏମଏସପି, ପ୍ରତ୍ୟେକଙ୍କ ଆକାଉଣ୍ଟକୁ ୧୫ଲକ୍ଷ ଟଙ୍କା,ଇଣ୍ଡଷ୍ଟ୍ରିଆଲ୍‍ କରିଡରରୁ ଓଡ଼ିଶା ବଞ୍ଚିତ ହେବା, ସ୍ୱାମୀନାଥନ୍‍ କମିଶନଙ୍କ ରିପୋର୍ଟକୁ କାର୍ଯ୍ୟକାରୀ ନକରିବା, ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ନକରିବା, ରାଉରକେଲାଠାରେ ଇସ୍ପାତ ମେଡିକାଲ୍‍କୁ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲ ଓ ମେଡିକାଲ୍‍ କଲେଜରେ ପରିଣତ ନକରିବା ଓ ଅନୁସୂଚିତ ଜାତିବର୍ଗର ପିଲାଙ୍କ ଛାତ୍ରବୃତ୍ତିର ଅର୍ଥ ପ୍ରଦାନ ନକରିବା ସହ ମହାନଦୀ ଓ ପୋଲାଭରମ ପ୍ରସଙ୍ଗରେ ଓଡ଼ିଶା ପ୍ରତି କେନ୍ଦ୍ର ସରକାର ଜାଣିଶୁଣି ଅବହେଳା କରିଥିବା ବିଜେଡି ଅଭିଯୋଗ କରିଛି।

ସେହିପରି ଦଳର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଛନ୍ତି ଯେ, ବିଜେପିର ପ୍ରତିଶ୍ରୁତି ସମାବେଶ କରିନି ବରଂ ପୁଣିଥରେ ପ୍ରତାରଣା ଓ ପ୍ରହେଳିକାର ସମାବେଶ କରିଛି। ବିଜେପି ବାସ୍ତବରେ ଭାରତୀୟ ଜୁମ୍‍ଲା ପାର୍ଟି ବୋଲି ଆଜି ଭାରତବର୍ଷ ସାରା ସୁପରିଚିତ। ମିଥ୍ୟା ପ୍ରଚାର କରିବା, ଜୁମ୍‍ଲା କହିବା କିମ୍ବା ବିଭ୍ରାନ୍ତିକର ତଥ୍ୟ ଓ ମତ ଦେଇ ଓଡ଼ିଶାବାସୀଙ୍କୁ ପ୍ରଭାବିତ କରିବା ପାଇଁ ଅନେକ ଅପଚେଷ୍ଟା ୨୦୧୪ରୁ ବିଜେପି କରିଥିଲେ ହେଁ ସେହି କ୍ରମରେ ଏବେ ଆଉ ଏକ ମିଥ୍ୟା ପ୍ରଚାର ଓ ପ୍ରହେଳିକା ସୃଷ୍ଟି କରିବାକୁ ଅପଚେଷ୍ଟା କରୁଛି।ଏହି କଥିତ ସମାବେଶରେ ଭାରତୀୟ ଜନତା ପାର୍ଟିର ନେତୃବୃନ୍ଦ ଓଡ଼ିଶାରେ ସରକାରକୁ ଆସିଲେ ଲୋକଙ୍କ ପାଇଁ କ’ଣ କରିବେ, ତାହା ବଖାଣୁଛନ୍ତି। ଏହି ସମାବେଶରେ କୁହାଯାଉଛି ଯେ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯିବ, ଗରିବ ଲୋକଙ୍କୁ ଜମି ପଟ୍ଟା ଓ ଘର ଦିଆଯିବ ଏବଂ ପ୍ରତ୍ୟେକଟି ଘରକୁ ଶୌଚାଳୟ ଓ ପାନୀୟ ଜଳ ଯୋଗାଇ ଦିଆଯିବ। ବିଡ଼ମ୍ବନାର ବିଷୟ ହେଉଛି ଯେ ଏହି ବିଜେପି ୨୦୧୪ ନିର୍ବାଚନ ପୂର୍ବରୁ ଅନେକ ଏପରି ପ୍ରତିଶ୍ରୁତି ଦେଇଥିଲା, ଯାହା ପ୍ରତାରଣାରେ ପରିଣତ ହୋଇଛି। ବିଜେପି ଅଚ୍ଛେଦିନର ପ୍ରହେଳିକା ଗତ ୫ବର୍ଷ ହେଲା ଦେଖାଇ ଆସୁଥିବାବେଳେ ଓଡ଼ିଶାବାସୀ ବିଜେପିର ମିଥ୍ୟା, ଅପପ୍ରଚାର, ପ୍ରତାରଣା ଓ ପ୍ରବଞ୍ଚନାକୁ ଭଲ ଭାବରେ ବୁଝି ସାରିଛନ୍ତି।

ଚାଷୀ, ମହିଳା, ଯୁବକ, ଛାତ୍ର, ଶ୍ରମିକ, ବରିଷ୍ଠ ନାଗରିକ ବା ଶିଶୁଙ୍କ କ୍ଷେତ୍ରରେ ହେଉ, ବିଜେଡି ଲୋକଙ୍କ ବିଶ୍ୱାସଭାଜନ ହୋଇଛି। କିନ୍ତୁ ବିଜେପି ଓ ତାଙ୍କ ନେତାମାନେ କ୍ରମାଗତ ଭାବରେ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବା ପାଇଁ ଅନେକ ଚକ୍ରାନ୍ତ ରଚି ଚାଲିଛନ୍ତି। ନିର୍ବାଚନ ପାଖେଇ ଆସୁଥିବାରୁ ଏହି ପ୍ରତିଶ୍ରୁତି ସମାବେଶ ତାଙ୍କର ନୂଆ ଚାଲ୍‍। ଏଥିରେ ଓଡ଼ିଶାବାସୀ ପ୍ରଭାବିତ ନହୋଇ ଏହି ମିଥ୍ୟା ପ୍ରତିଶ୍ରୁତିଗୁଡିର କଡ଼ା ଜବାବ ନିର୍ବାଚନରେ ଦେବା ଅପେକ୍ଷାରେ ଅଛନ୍ତି ବୋଲି ବିଜେଡି କହିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ସଂପାଦକ ବିଜୟ ନାୟକ, ମୁଖପାତ୍ର ଡ. ସସ୍ମିତ ପାତ୍ର ଓ ଛାତ୍ର ବିଜେଡି ରାଜ୍ୟ ସଭାପତି ରାଣା ପ୍ରତାପ ପାତ୍ର ଉପସ୍ଥିତ ଥିଲେ।



from Odisha Reporter http://bit.ly/2I69N6S

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages