ନ୍ୟୁଜିଲ୍ୟାଣ୍ଡର ରେକର୍ଡ ବୁକ୍‌ରେ ଟେଲର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 20, 2019

ନ୍ୟୁଜିଲ୍ୟାଣ୍ଡର ରେକର୍ଡ ବୁକ୍‌ରେ ଟେଲର୍‌

ନ୍ୟାପିଅର: ନ୍ୟୁଜିଲ୍ୟାଣ୍ଡର ଅଭିଜ୍ଞ ବ୍ୟାଟସ୍‌ମ୍ୟାନ୍‌ ରସ୍‌ ଟେଲର ଦେଶ ପାଇଁ ଆଜି ରେକର୍ଡ ସୃଷ୍ଟି କରିଛନ୍ତି। ସେ ନ୍ୟୁଜିଲ୍ୟାଣ୍ଡର ସମସ୍ତ ଖେଳାଳିଙ୍କ ତୁଳନାରେ ଦିନିକିଆରେ ସର୍ବାଧିକ ରନ୍‌ ହାସଲକାରୀ ଖେଳାଳି ହୋଇଯାଇଛନ୍ତି।

ଟେଲର ଆଜି ବାଂଲାଦେଶ ବିପକ୍ଷ ଶେଷ ଦିନିକିଆରେ ୬୯ ରନ୍‌ର ଇନିଂସ ଖେଳିଛନ୍ତି। ଏହା ତାଙ୍କ କ୍ୟାରିୟରର ୪୭ତମ ଅର୍ଦ୍ଧଶତକ। ଆଜିର ଇନିଂସ୍‌ ପରେ ଟେଲର ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ସର୍ବାଧିକ ରନ୍‌ ହାସଲ କରିଥିବା ଷ୍ଟିଫେନ୍‌ ଫ୍ଲେମିଂଙ୍କୁ ଅତିକ୍ରମ କରିଯାଇଛନ୍ତି।

ଫ୍ଲେମିଂ ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ୮୦୦୭ ରନ୍‌ କରିଥିବା ବେଳେ ଟେଲର ଆଜିର ଇନିଂସ୍‌ ପରେ ୮୦୨୬ରେ ପହଞ୍ଚି ଯାଇଛନ୍ତି।

୩୪ ବର୍ଷୀୟ ଟେଲର ୨୦୦୬ରେ ଡେବ୍ୟୁ କରିଥିଲେ। ସେ ୨୦୩ଟି ଇନିଂସ୍‌ରେ ୪୮.୩୪ ହାରରେ ଏହି ରନ୍‌ ହାସଲ କରିଛନ୍ତି।



from Odisha Reporter https://ift.tt/2IqIGnt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages