୨୫ରେ ପୁଣି ଆସିବେ କଂଗ୍ରେସ କେନ୍ଦ୍ରୀୟ ସ୍କ୍ରିନିଂ କମିଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 22, 2019

୨୫ରେ ପୁଣି ଆସିବେ କଂଗ୍ରେସ କେନ୍ଦ୍ରୀୟ ସ୍କ୍ରିନିଂ କମିଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଚୟନ ନିମନ୍ତେ ଆସନ୍ତା ୨୫ତାରିଖରେ ପୁଣିଥରେ ଦଳର କେନ୍ଦ୍ରୀୟ ସ୍କ୍ରିନିଂ କମିଟି ଓଡ଼ିଶା ଗସ୍ତରେ ଆସିବ ବୋଲି ରାଜ୍ୟ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି। ଗତ ସପ୍ତାହରେ କେନ୍ଦ୍ରୀୟ ସ୍କ୍ରିନିଂ କମିଟି ୧୧ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ଚୂଡ଼ାନ୍ତ କରିଥିଲେ।

ଓଡ଼ିଶା ପିସିସି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ନିଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ କେନ୍ଦ୍ରୀୟ ସ୍କ୍ରିନିଂ କମିଟିର ଅଧ୍ୟକ୍ଷ ଭିଡି ସଥୀସାନ, ସଦସ୍ୟ ନୌସାଦ ସୋଲାଙ୍କି ଓ ଜିତିନ୍ ପ୍ରସାଦ ଚଳିତ ମାସ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ସମୟରେ ସ୍କ୍ରିନିଂ କମିଟି ମୟୂରଭଞ୍ଜ,କେନ୍ଦୁଝର, ଭଦ୍ରକ, ବାଲେଶ୍ୱର,ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଯାଜପୁର ଲୋକସଭା ଆସନ ଓ ଏହା ଅନ୍ତର୍ଗତ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବେ। କାର୍ଯ୍ୟକ୍ରମ ଅନୁସାରେ ଶ୍ରୀ ସଥୀସନ୍ ୨୫ ଓ ୨୬ ତାରିଖରେ ଦୁଇଦିନ ଧରି ବାରିପଦାଠାରେ ମୟୂରଭଞ୍ଜ,କେନ୍ଦୁଝର,ବାଲେଶ୍ୱର ଓ ଭଦ୍ରକ ଲୋକସଭା ଆସନ ଏବଂ ଏସବୁ ଅନ୍ତର୍ଗତ ବିଧାନସଭା ପାଇଁ ପ୍ରାର୍ଥୀ ଚୟନ କାର୍ଯ୍ୟ କରିବେ।

ସେହିପରି ଶ୍ରୀ ସୋଲାଙ୍କି ୨୫ ତାରିଖରେ ସମ୍ବଲପୁର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରେ ସମ୍ବଲପୁର ଓ ବରଗଡ଼ ଲୋକସଭା ଏବଂ ଏହା ଅନ୍ତର୍ଗତ ବିଧାନସଭାମଣ୍ଡଳୀ, ୨୬ ତାରିଖରେ ସୁନ୍ଦରଗଡ଼ ଓ ବଲାଙ୍ଗୀର ଲୋକସଭା ଓ ଏହା ଅନ୍ତର୍ଗତ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ଦଳୀୟ ନେତୃବୃନ୍ଦଙ୍କୁ ଭେଟି ପ୍ରାର୍ଥୀଙ୍କ ସମ୍ପର୍କରେ ମତାମତ ସଂଗ୍ରହ କରିବେ। ସେହିପରି ଅନ୍ୟତମ ସଦସ୍ୟ ଜିତିନ୍ ପ୍ରସାଦ ଭୁବନେଶ୍ୱରରେ କଂଗ୍ରେସ ଭବନରେ ୨୭ ତାରିଖରେ କନ୍ଧମାଳ ଓ ଯାଜପୁର ଲୋକସଭା ଏବଂ ଏହା ଅନ୍ତର୍ଗତ ବିଧାନସଭା ସମେତ ସମ୍ବଲପୁର ଲୋକସଭାର ଦୁଇଟି ବିଧାନସଭା ଛେଣ୍ଡିପଦା ଓ ଆଠମଲ୍ଲିକ ଆସନ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବେ। ଏହି ସ୍କ୍ରିନିଂ କମିଟିକୁ ସହଯୋଗ କରିବା ପାଇଁ ପିସିସି ପକ୍ଷରୁ ୬ଜଣ ବରିଷ୍ଠ ନେତା ସଞ୍ଜିବ ଗିରି,ଦେଓ ପ୍ରସାଦ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଆକାଶ ଭୂୟାଁ, ବିଶ୍ୱଜିତ୍ ଦାସ ଓ ସୂର୍ଯ୍ୟନାରାୟଣ ପଣ୍ଡାଙ୍କୁ ଦାୟିତ୍ୱ ଦିଆଯାଇଛି।



from Odisha Reporter https://ift.tt/2twR22t

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages