
ରାୟପୁର: ପାକିସ୍ତାନ ମୁର୍ଦ୍ଦାବାଦ୍ କହିଲେ ୧୦ ଟଙ୍କା ଡିସ୍କାଉଣ୍ଟରେ ମିଳୁଛି ଚିକେନ୍। କଥାଟା ଶୁଣିବା ପରେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ଏହା ସତ। ପୁଲୱାମା ଆକ୍ରମଣ ପରେ ସାରା ଦେଶରେ ପାକିସ୍ତାନକୁ ବିରୋଧ କରାଯାଉଛି।
ଯବାନଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଭାରତୀୟମାନେ ଅଲଗା ଢ଼ଙ୍ଗରେ ପାକିସ୍ତାନକୁ ନିନ୍ଦା କରୁଛନ୍ତି। ସେହିପରି ଛତିଶଗଡ଼ର ଜଣେ ଚିକେନ୍ ବିକ୍ରି କରୁଥିବା ଦୋକାନୀ ଏହିପରି ଏକ ଅଲଗା ଢ଼ଙ୍ଗରେ ପାକିସ୍ତାନକୁ ବିରୋଧ କରୁଛନ୍ତି।
ବ୍ୟକ୍ତି ଜଣକ ହେଉଛନ୍ତି, ଅଞ୍ଜଲ୍ ସିଂହ।

ଛତିଶଗଡ଼ର ଜଗଦଲପୁରରେ ତାଙ୍କର ଏକ ଚିକେନ କାଉଣ୍ଟର ରହିଛି। ଅଞ୍ଜଲ୍ଙ୍କ କହିବା ଅନୁସାରେ, ମଣିଷପଣିଆକୁ ପାକିସ୍ତାନ କେବେ ହେଲେ ଗୁରୁତ୍ୱ ଦେଇନାହିଁ ଏବଂ ଦେବନାହିଁ। ଏଥିପାଇଁ ସମସ୍ତଙ୍କୁ ମନରୁ କହିବା ଉଚିତ୍ ପାକିସ୍ତାନ ମୁର୍ଦ୍ଦାବାଦ୍। ପାକିସ୍ତାନକୁ ବିରୋଧ କରିବାର ଏହି ଅଭିନବ ପ୍ରକ୍ରିୟା ବର୍ତ୍ତମାନ ସେହି ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି।
ଯେଉଁ ବ୍ୟକ୍ତି ଅଞ୍ଜଲ୍ଙ୍କ ଦୋକାନକୁ ଆସି ପାକିସ୍ତାନ ମୁର୍ଦ୍ଦାବାଦ୍ କହୁଛନ୍ତି, ସେ ତାଙ୍କୁ ୧୦ ଟଙ୍କା ଡିସ୍କାଉଣ୍ଟରେ ଚିକେନ୍ ଦେଉଛନ୍ତି।
ଛତିଶଗଡ଼ର ଦେଶପ୍ରେମୀ ଅଞ୍ଜଲ୍ଙ୍କ ପରି ପୁନେର ପତାକା ବିକ୍ରି କରୁଥିବା ଜଣେ ବ୍ୟକ୍ତି ଗୀରିଶ ମୁରୁଦକର ମଧ୍ୟ ଚର୍ଚ୍ଚାରେ ରହିଥିଲେ।
ଗୀରିଶ ୧୦୦ରୁ ଅଧିକ ପାକିସ୍ତାନ ପତାକା ତିଆରି କରି ବିକ୍ରି କରିଥିଲେ ଏବଂ ଏହା ସହିତ ଲୋକ ଏହି ପତାକାକୁ ଜଳାଇବା ପାଇଁ ମାଗଣାରେ ଲାଇଟର୍ ମଧ୍ୟ ଦେଇଥିଲେ।
from Odisha Reporter https://ift.tt/2GVhIln
No comments:
Post a Comment