ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ବି ଓଡ଼ିଶା ହାରିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 22, 2019

ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ବି ଓଡ଼ିଶା ହାରିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘରୋଇ ପରିବେଶରେ ସୟଦ ମୁସ୍ତାକ ଅଲୀ ଟି-୨୦ ଟୁର୍ଣ୍ଣାମେଣ୍ଟ ଖେଳୁଥିବା ଟିମ୍‌ ଓଡ଼ିଶା କ୍ରମାଗତ ଦ୍ୱିତୀୟ ମ୍ୟାଚ୍‌ରେ ପରାଜିତ ହୋଇଛି। ଗତକାଲି ଛତିଶଗଡ଼ଠାରୁ ୧୦ ୱିକେଟ୍‌ରେ ପରାସ୍ତ ହୋଇଥିବା ଟିମ୍‌ ଓଡ଼ିଶା ଆଜି ହରିଆଣାଠାରୁ ୧୦ ରନ୍‌ରେ ପରାସ୍ତ ହୋଇଛି।

ହରିଆଣା ପ୍ରଥମେ ବ୍ୟାଟିଂ କରି ୧୪୧ ରନ୍‌ କରିଥିଲା। ଏହାର ଜବାବରେ ଟିମ୍‌ ଓଡ଼ିଶା ୫ ୱିକେଟ୍‌ ହରାଇ ମାତ୍ର ୧୩୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ବାରବାଟୀ ଷ୍ଟାଡିୟମରେ ଟସ୍‌ ଜିତି ଶୁଭ୍ରାଂଶୁ ସେନାପତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତିକୁ ପପୁ ରୟ ଓ ସୂର୍ଯ୍ୟକାନ୍ତ ପ୍ରଧାନ ଠିକ୍‌ ସାବ୍ୟସ୍ତ କରି ନିୟମିତ ୱିକେଟ୍‌ ନେଇଥିଲେ। ଉଭୟ ୩ଟି ଲେଖାଏ ୱିକେଟ୍‌ ଦଖଲ କରିବା ସହ ହରିଆଣାର କୌଣସି ବ୍ୟାଟସ୍‌ମ୍ୟାନ୍‌ଙ୍କୁ ବଡ଼ ସ୍କୋର କରିବାକୁ ଦେଇ ନଥିଲେ।

ପପୁ ଓ ସୂର୍ଯ୍ୟକାନ୍ତଙ୍କୁ ରାଜେଶ ମହାନ୍ତି ଓ ଗୋବିନ୍ଦ ପୋଦ୍ଦାର ଗୋଟିଏ ଲେଖାଏ ୱିକେଟ୍‌ ନେଇ ଭରପୂର ସହଯୋଗ କରିଥିଲେ। ହରିଆଣା ପକ୍ଷରୁ ହିମାଂଶୁ ରାଣା ସର୍ବାଧିକ ୨୫ ରନ୍‌ କରିଥିବା ବେଳେ ଏନ୍‌ ଆର ସାହିନ ୨୨ ରନ୍‌ କରିଥିଲେ। ହରିଆଣାର ଦୁଇ ଜଣ ବ୍ୟାଟସ୍‌ମ୍ୟାନ୍‌ ରନ୍‌ ଆଉଟ୍‌ ହୋଇଥିଲେ। ଫଳରେ ହରିଆଣା ୧୯.୫ ଓଭର୍‌ରେ ୧୪୧ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା।

୧୪୨ ରନ୍‌ର ଟାର୍ଗେଟର ପିଛା କରୁଥିବା ଟିମ୍‌ ଓଡ଼ିଶା ଓପନର ରାଜେଶ ଧୂପରଙ୍କୁ ସଅଳ ହରାଇଥିଲା। ଏହାପରେ ଅନୁରାଗ ଷଡ଼ଙ୍ଗୀ(୧୬) ଓ ଗୋବିନ୍ଦ ପୋଦ୍ଦାର(୨୧) କିଛି ସମୟ ଲଢ଼େଇ କରିଥିଲେ।

କିନ୍ତୁ ବଡ଼ ସ୍କୋର କରିବା ପୂର୍ବରୁ ଉଭୟ ପ୍ୟାଭିଲିୟନ ଫେରିଥିଲେ। ୪ ନଂରେ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ ଶୁଭ୍ରାଂଶୁ ମଧ୍ୟ ମାତ୍ର ୧ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ଓଡ଼ିଶା ପାଇଁ ବିପ୍ଳବ ସାମନ୍ତରାୟ ଓ ଅରବିନ୍ଦ ସିଂହ ଲଢ଼େଇ କରିବା ସହ ବିଜୟର ଆଶା ସୃଷ୍ଟି କରି ଥିଲେ। କିନ୍ତୁ ୪୮ ରନ୍‌ କରି ବିପ୍ଳବ ରନ୍‌ ଆଉଟ୍‌ ହୋଇଯିବା ପରେ ଓଡ଼ିଶାର ବିଜୟ ଆଶା ମଉଳି ଯାଇଥିଲା। ଅରବିନ୍ଦ ଶେଷ ପର୍ଯ୍ୟନ୍ତ ୩୪ ରନ୍‌ କରି ଅପରାଜିତ ରହିଥିଲେ।

ହରିଆଣା ପକ୍ଷରୁ ଅଜିତ ଚହଲ ୨ଟି ୱିକେଟ୍‌ ନେଇଥିବା ବେଳେ ଅରୁଣ ଚମ୍ପାରନ ଓ ସୁମିତ କୁମାର ଗୋଟିଏ ଲେଖାଏ ୱିକେଟ୍‌ ପାଇଥିଲେ।



from Odisha Reporter https://ift.tt/2GWfz9a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages