ବିରୋଧୀ ମହାମେଣ୍ଟରେ ସାମିଲ ହେବେନି ମାୟାବତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 25, 2019

ବିରୋଧୀ ମହାମେଣ୍ଟରେ ସାମିଲ ହେବେନି ମାୟାବତୀ

ପାଟନା: ଆସନ୍ତା ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ବିରୋଧୀ ଦଳଗୁଡ଼ିକ ମଧ୍ୟରେ ହେବାକୁ ଥିବା ସାମ୍ଭାବ୍ୟ ମହାମେଣ୍ଟ ମଧ୍ୟ ସେତିକି ପରସ୍ପରଠାରୁ ଦୂରେଇବାରେ ଲାଗିଛନ୍ତି। ପୂର୍ବରୁ କଂଗ୍ରେସକୁ ବାଦ ଦେଇ ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଓ ବିଏସ୍‌ପି ମେଣ୍ଟ କରିଥିବା ବେଳେ ଏବେ ବିହାରରେ ମଧ୍ୟ ମାୟାବତୀଙ୍କ ଦଳ ଏକାକୀ ନିର୍ବାଚନ ଲଢ଼ିବେ ବୋଲି ସଙ୍କେତ ମିଳିଛି।

ବିଏସ୍‌ପିର ବିହାର ମୁଖ୍ୟ ଲାଲଜୀ ମେଧାକର କହିଛନ୍ତି,“ବିଏସ୍‌ପି ବିହାରର ସମସ୍ତ ୪୦ଟି ଯାକ ଆସନରେ ଏକାକୀ ନିର୍ବାଚନ ଲଢ଼ିବ। ବିଏସ୍‌ପି ମୁଖ୍ୟ ମାୟାବତୀ ଆମକୁ ବିହାରର ସମସ୍ତ ଆସନରେ ପ୍ରାର୍ଥୀ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ କହିଛନ୍ତି। ବିଏସ୍‌ପି ମହାଗଠବନ୍ଧନରେ କୌଣସି ପ୍ରକାରର ସାମିଲ ହେବନାହିଁ। ଦଳ ତା’ କ୍ଷମତା ଅନୁଯାୟୀ ଏକାକୀ ଲଢ଼ିବ।”

ଶ୍ରୀ ମେଧାକରଙ୍କ ମତରେ, ସାଧାରଣ ନିର୍ବାଚନ ପୂର୍ବରୁ ବିହାରର ସମସ୍ତ ବିଏସ୍‌ପି ନେତାମାନଙ୍କୁ ଦିଲ୍ଲୀ ଡକାଇ ମାୟାବତୀ ବୈଠକ କରିବେ। ଏହି ବୈଠକରେ ହିଁ ଆଗାମୀ ରଣନୀତି ସମ୍ପର୍କରେ ବିସ୍ତୃତ ଆଲୋଚନା ହେବ। ଏଥିସହ ପ୍ରାର୍ଥୀଙ୍କ ନାଁ ମଧ୍ୟ ଘୋଷଣା କରାଯିବ।

ବିହାରରେ ଆରଜେଡି ନେତା ତେଜସ୍ୱୀ ଯାଦବ କଂଗ୍ରେସ ଓ ବିଏସ୍‌ପି ସହ ମେଣ୍ଟ କରି ବିଜେପି ନେତୃତ୍ୱାଧୀନ ଏନ୍‌ଡିଏକୁ ଟକ୍କର ଦେବାକୁ ଚାହୁଁଥିଲେ। ଏଥିପାଇଁ ସେ ବାରମ୍ବାର ମାୟାବତୀଙ୍କୁ ସାକ୍ଷାତ ମଧ୍ୟ କରିଥିଲେ। ହେଲେ ମାୟାବତୀଙ୍କ ଏଭଳି ଆଭିମୁଖ୍ୟ ସବୁ ଗଣିତକୁ ବିଗାଡ଼ି ଦେଇଛି।



from Odisha Reporter https://ift.tt/2Sqg0dH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages