ଭାରତୀୟ ମହିଳା ଟିମ୍ ଦିନିକିଆ ସିରିଜ୍ ଜିତିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 25, 2019

ଭାରତୀୟ ମହିଳା ଟିମ୍ ଦିନିକିଆ ସିରିଜ୍ ଜିତିଲା

ମୁମ୍ବାଇ: ଭେଟେରାନ୍ ଝୁଲନ୍ ଗୋସ୍ୱାମୀ ଓ ଶିଖା ପାଣ୍ଡେଙ୍କ ସଫଳ ବୋଲିଂ ସାଙ୍ଗକୁ ସ୍ମୃତି ମନ୍ଧାନାଙ୍କ ଦମ୍‌ଦାର ବ୍ୟାଟିଂକୁ ଆଧାର କରି ଭାରତୀୟ ମହିଳା ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ବିଶ୍ୱର ଏକ ନମ୍ବର ଟିମ୍‌ ଇଂଲଣ୍ଡକୁ ୭ ୱିକେଟ୍‌ରେ ହରାଇ ତିନିମ୍ୟାଚ୍ ବିଶିଷ୍ଟ ସିରିଜ୍‌କୁ ୨-୦ରେ ଆଗୁଆ କବ୍‌ଜା କରିନେଇଛି।

ଉକ୍ତ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଇଂଲଣ୍ଡ ମହିଳା ଟିମ୍ ଘରୋଇ ଦଳର ପେସ୍ ଆକ୍ରମଣକୁ ସାମ୍ନା କରିନପାରି ୪୩.୩ ଓଭରରେ ୧୬୧ ରନ୍ କରି ଅଲଆଉଟ୍‌ ହୋଇଥିଲା। ଦଳ ପକ୍ଷରୁ ନାଟାଲି ସ୍କିଭର୍‌ ସର୍ବାଧିକ ୮୫ ରନ୍ କରିଥିଲେ। ୧୬୨ ରନ୍‌ର ବିଜୟଲକ୍ଷ୍ୟକୁ ଭାରତୀୟ ମହିଳା ଟିମ୍‌ ୪୧.୧ ଓଭରରେ ୩ ୱିକେଟ୍‌ ହରାଇ ହାସଲ କରିନେଇଛି।

ଏହି ସହଜ ଲକ୍ଷ୍ୟର ପିଛା କରିବାକୁ ଯାଇ ଭାରତକୁ ପ୍ରାରମ୍ଭିକ ଝଟ୍‌କା ଲାଗିଥିଲା। ଓପ୍ନର ଜେମିମା ରୋଡ୍ରିଗ୍ସ ଖାତା ଖୋଲିବାକୁ ଅସମର୍ଥ ହୋଇଥିଲେ। ଅନ୍ୟତମ ଓପ୍ନର ମନ୍ଧାନା ନିଜର ଚିରାଚରିତ ଢଙ୍ଗରେ ବ୍ୟାଟିଂ କରିଥିଲେ। ତାଙ୍କୁ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ପୁନମ ରାଉତ ଭଲ ସହଯୋଗ କରି ଦ୍ୱିତୀୟ ୱିକେଟ୍‌ ପାଇଁ ୭୩ ରନ୍ ଯୋଡିଥିଲେ। ପୁନମ ୩୨ ରନ୍ କରି ଗ୍ରିଗୋରୀ ଏଲୱିସ୍‌ଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ।

ଏହା ପରେ କ୍ୟାପଟେନ୍ ମିତାଲି ରାଜ ନିଜ ଅଭିଜ୍ଞତାର ଭରପୂର ଉପଯୋଗ କରି କ୍ରିଜ୍‌ରେ ଜମି ଯାଇଥିଲେ। ଏହା ମଧ୍ୟରେ ମନ୍ଧାନା ନିଜର ୧୫ତମ ଅର୍ଦ୍ଧଶତକ ପୂରଣ କରିଥିଲେ। ମିତାଲ ଓ ମନ୍ଧାଜା ତୃତୀୟ ୱିକେଟ୍‌ ପାଇଁ ୬୬ ରନ୍ ଯୋଡି ଭାରତର ବିଜୟ ପକ୍କା କରିଥିଲେ। ଭାରତର ସ୍କୋର ୧୪୦ ଥିବା ବେଳେ ମନ୍ଧାନାଙ୍କୁ ଆନ୍ୟା ସ୍ରୁବ୍‌ସୋଲ୍‌ ଏଲବିଡବ୍ଲ୍ୟୁ କରିଥିଲେ। ମନ୍ଧାନା ୭୪ ବଲ୍‌ରେ ୭ ଚୌକା ଓ ୧ ଛକା ସହ ୬୩ ରନ୍‌ କରିଥିଲେ।

ମିତାଲିଙ୍କ ସହ ଦୀପ୍ତି ଶର୍ମା ଅପରାଜିତ ରହି ଭାରତୀୟ ମହିଳା ଟିମ୍‌କୁ ବିଜୟୀ କରାଇଥିଲେ। ମିତାଲି ୬୯ ବଲରେ ୪ ଚୌକା ସହ ୪୭ ଓ ଦୀପ୍ତି ୬ ରନ୍ କରିଥିଲେ। ଇଂଲଣ୍ଡ ପକ୍ଷରୁ ଆନ୍ୟା ସ୍ରୁବ୍‌ସୋଲ୍‌ ୨ଟି ଓ ଏଲ୍‌ୱିସ୍ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।

ଏହା ପୂର୍ବରୁ ଟସ୍ ଜିତି ବ୍ୟାଟିଂ କରିଥିବା ଇଂଲଣ୍ଡ ମହିଳା ଟିମ୍‌କୁ ଭାରତୀୟ ପେସ୍ ଆକ୍ରମଣ ପ୍ରାରମ୍ଭିକ ଝଟ୍‌କା ଦେଇଥିଲେ। ଇଂଲଣ୍ଡ ୪୪ ରନ୍‌ରେ ତା’ର ଶୀର୍ଷ ଚାରିଜଣ ବ୍ୟାଟ୍ସୱିମେନ୍‌ଙ୍କୁ ହରାଇ ବିପଦରେ ପଡ଼ିଥିଲା। ଦୁଇ ଓପ୍ନର ଆମି ଜୋନ୍ସ (୩) ଓ ଟାମି ବ୍ୟୁମଣ୍ଟ (୨୦)ଙ୍କୁ ଶିଖା ପ୍ୟାଭିଲିୟନ୍ ପଠାଇଥିବା ବେଳେ ଦୁଇ ଅଭିଜ୍ଞ ସାରା ଟେଲର (୧) ଓ କ୍ୟାପ୍‌ଟେନ୍‌ ହିଥର୍‌ ନାଇଟ୍‌ (୨)ଙ୍କୁ ଝୁଲନ୍ ନିଜର ଶିକାର ବନାଇଥିଲେ।

ମଧ୍ୟକ୍ରମରେ ନାଟାଲିଙ୍କ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ଟିମ୍ ୧୫୦ ରନ୍‌ ଅତିକ୍ରମ କରିବାକୁ ସକ୍ଷମ ହୋଇଥିଲା। କିନ୍ତୁ ତାଙ୍କୁ ବାକି ବ୍ୟାଟ୍ସୱିମେନ୍‌ ଆବଶ୍ୟକ ସହଯୋଗ ନକରିବାରୁ ଇଂଲଣ୍ଡ ମହିଳା ଟିମ୍‌ ମାତ୍ର ୧୬୧ ରନ୍‌ରେ ସୀମିତ ରହିଥିଲା। ନାଟାଲିଙ୍କ ୮୫ (୧୦୯ ବଲ୍, ୧୨ ଚୌକା, ୧ ଛକା) ରନ୍‌ର ଲଢ଼ୁଆ ଇନିଂସ୍‌ରେ ବ୍ରେକ୍ ଲଗାଇଥିଲେ ଝୁଲନ୍‌।

ଅନ୍ୟମାନଙ୍କ ମଧ୍ୟରେ ଲରେନ୍ ୱିନ୍‌ଫିଲ୍ଡ (୨୮), ଏଲ୍‌ୱିସ୍‌ (୦), କ୍ୟାଥରିନ୍‌ ବ୍ରଣ୍ଟ୍‌ (୦), ସ୍ରୁବ୍‌ସୋଲ୍‌ (୧) ଓ ସୋଫି ଇକ୍ଲେଷ୍ଟୋନ୍‌ (୫) ନିରାଶ କରିଥିଲେ। ଭାରତ ପକ୍ଷରୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଝୁଲନ୍‌ ୩୦ ରନ୍‌ ଦେଇ ୪ଟି ଓ ଶିଖା ୧୮ ରନ୍‌ ଦେଇ ୪ଟି ୱିକେଟ୍‌ ହାସଲ କରିଥିଲେ।



from Odisha Reporter https://ift.tt/2IODFp1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages